ଡାକଘରୁ ହେଡ୍‌ ପୋଷ୍ଟମାଷ୍ଟର ଆସବାବପତ୍ର ଲୁଟି ନେଇଥିବା ଅଭିଯୋଗ : ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହେଲା କର୍ମଚାରୀ ସଂଘ

ଯାଜପୁର ଟାଉନ,୭ା୬(ଡିଏନଏ)- ଯାଜପୁର ମୁଖ୍ୟ ଡାକଘରର ହେଡ୍‌ ପୋଷ୍ଟମାଷ୍ଟର ପ୍ରମୋଦ କୁମାର ହୋତା କାର୍ଯ୍ୟାଳୟର ଆସବାବପତ୍ର ଓ ବିଭିନ୍ନ କମ୍ପ୍ୟୁଟର ସାମଗ୍ରୀ ନେଇ ପଳାଇ ଯାଇଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ କର୍ମଚାରୀ ସଂଘର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ତଥା ଏନ୍‌ଏପିଇର କଟକ ନର୍ଥ ଡିଭିଜନ (ଜିଆର-ସି)ର ଡିଭିଜନାଲ ସେକ୍ରେଟାରୀ ଅତୁଲ୍ୟ କୁମାର ଦାସ ପୋଷ୍ଟମାଷ୍ଟର ହୋତାଙ୍କ ନାମରେ ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କୁମାର କାମିଲା ଏବଂ ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ସାମଲଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ଦାସଙ୍କ ଅଭିଯୋଗ ଅନୁଯାୟୀ, ମେ ୭ରେ ହେଡ୍‌ ପୋଷ୍ଟମାଷ୍ଟର ହୋତା ପୁରୁଣା ରେକର୍ଡକୁ ଅଦରକାରୀ ଦର୍ଶାଇ ୨୦ କୁଇଣ୍ଟାଲରୁ ଅଧିକ କାଗଜପତ୍ର ଓ କମ୍ପ୍ୟୁଟର ସାମଗ୍ରୀ ନେଇଯାଇଥିଲେ। ଏହାକୁ କବାଡ଼ିଆ ଦୋକାନରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ମେ ୧୦ରେ କିଛି ଲୌହ ସାମଗ୍ରୀ, ଆଲୁମିନିୟମ ଚ୍ୟାନେଲ, ପୁରୁଣା ବ୍ୟାଟେରୀ ଓ ଷ୍ଟାବ୍ଲାଇଜର, ମୋଟର ଇତ୍ୟାଦି ଏକ ପିକଅପ୍‌ ଭ୍ୟାନରେ ଲଦି ନେଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସେହିପରି ଗତ ୫ ତାରିଖ ମଧ୍ୟ ଇଦ୍‌ ଛୁଟି ଥିବାବେଳେ ଅତି ସକାଳୁ କର୍ମଚାରୀ ଏବଂ ସହକାରୀ ପୋଷ୍ଟମାଷ୍ଟରଙ୍କ ଅନୁପସ୍ଥିତିରେ କିଛି କମ୍ପ୍ୟୁଟର ସାମଗ୍ରୀ ଓ କାର୍ଯ୍ୟାଳୟର ଆସବାବ ପତ୍ର ହୋତା ନେଇ ଯାଇଥିବା ଦାସ ଅଭିଯୋଗ କରିଛନ୍ତି। ହୋତାଙ୍କର ଇତି ମଧ୍ୟରେ ଜଗତସିଂହପୁରକୁ ବଦଳି ହୋଇଯାଇଥିବାବେଳେ ଆସବାସପତ୍ର ପରିବହନ ଆଳରେ ମୁଖ୍ୟ ଡାକଘରର ଲକ୍ଷାଧିକ ଟଙ୍କାର ସାମଗ୍ରୀକୁ ହୋତା ଲୁଟି ନେଇଥିବା ଦାସ ଓ ଅନ୍ୟ କେତେଜଣ କର୍ମଚାରୀ ଅଭିଯୋଗ କରିବା ସହିତ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ତେବେ ଏ ସମ୍ପର୍କରେ ସମ୍ପୃକ୍ତ ପୋଷ୍ଟମାଷ୍ଟର ହୋତାଙ୍କୁ ପଚାରିବାରୁ, ସେ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହିତ କେବଳ ନିଜ ବ୍ୟବହୃତ ଆସବାସପତ୍ର ବଦଳି ହୋଇଥିବା ସ୍ଥାନକୁ ପରିବହନ କରି ଆଣିଛନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦାସ ଏକ ୟୁନିଅନର କର୍ମକର୍ତ୍ତା ହୋଇଥିବାବେଳେ ସେ ନିଜେ ଅନ୍ୟ ଏକ ୟୁନିଅନର ସଭ୍ୟ ଅଟନ୍ତି। ତେଣୁ ୟୁନିଅନକୁ ନେଇ ଚାଲିଥିବା ରାଜନୀତିରେ ତାଙ୍କୁ ଛନ୍ଦି ଦିଆଯିବାକୁ ଉଦ୍ୟମ କରାଯାଇଛି ବୋଲି ହୋତା କହିଛନ୍ତି। ଏପରିକି ଅଭିଯୋଗକାରୀମାନେ ମୁଖ୍ୟ ଡାକଘରେ ନିଜର କର୍ତ୍ତବ୍ୟ ଠିକ୍‌ଭାବେ ସମ୍ପାଦନ କରୁ ନ ଥିବାବେଳେ ସେମାନଙ୍କୁ ସେ ହେଡ୍‌ ପୋଷ୍ଟମାଷ୍ଟର ହିସାବରେ ତାଗିଦ କରିଥିଲେ। ସେମାନେ ତାହାକୁ ଆକ୍ରୋଶମୂଳକ ବୋଲି ଧରିନେଇ ଏଭଳି ମିଛ ଅଭିଯୋଗ ବାଢିଛନ୍ତି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri