ପୁରସ୍କୃତ ହୋଇପାରନ୍ତି ପରାଜିତ

ଭୁବନେଶ୍ୱର,୭ା୬(ବ୍ୟୁରୋ):ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଧାନସଭା ଭୋଟ ଶେଷ ହେବା ପରେ ରାଜ୍ୟରେ ବିଜେଡି ଲଗାତର ପଞ୍ଚମଥର ପାଇଁ କ୍ଷମତାସୀନ ହୋଇଛି। ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ମିଳିଥିଲେ ହେଁ ଲୋକ ସଭାର ୮ ଆସନ ଶାସକ ଦଳ ହାତରୁ ଖସିଯାଇଛି। ଆଗକୁ ଓଡ଼ିଶାରୁ ୪ ରାଜ୍ୟ ସଭା ଆସନ ଖାଲିପଡ଼ିବାକୁ ଥିବାରୁ ପରାଜିତ ହେଭିଓ୍ବେଟ୍‌ଙ୍କୁ ସେଥିରେ ଥଇଥାନ ପାଇଁ ବିଜେଡି ଚିନ୍ତା କରୁଥିବା ଜଣାପଡ଼ିଛି। ସେହିପରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କେତେଜଣ ନେତାଙ୍କୁ ଦଳୀୟ ସାଙ୍ଗଠନିକ ଦାୟିତ୍ୱ ଦେଇ ସନ୍ତୁଷ୍ଟ କରିପାରନ୍ତି ବୋଲି କୁହାଯାଉଛି।
୨୦୧୪ ଲୋକ ସଭା ନିର୍ବାଚନରେ ବିଜେଡିକୁ ୨୦ ଆସନରେ ସଫଳତା ମିଳିଥିବାବେଳେ ଭାଜପା କେବଳ ଖାତା ଖୋଲିବାରେ ସକ୍ଷମ ହୋଇଥିଲା। ହେଲେ ଏଥର ବିଜେଡିକୁ ୧୨ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ ଭାଜପା ୮ ଓ କଂଗ୍ରେସ ଗୋଟିଏ ଆସନରେ ଜିତିଛି। ସେହିପରି ଶାସକ ଦଳ ବିଧାନସଭା ନିର୍ବାଚନରେ ପୂର୍ବ ଫଳାଫଳର ଏକପ୍ରକାର ପୁନରାବୃତ୍ତି କରିଛି। ହେଲେ ଭାଜପାର ଭୋଟ ହାର ପୂର୍ବାପେକ୍ଷା ବୃଦ୍ଧିପାଇବା ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି। ସମୀକ୍ଷକଙ୍କ ମତରେ ଲୋକ ସଭା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଧାନସଭା ସିଟ୍‌ଗୁଡିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଭୋଟର ଆକୃଷ୍ଟ ହୋଇ ମତଦାନ କରିଥିଲେ। ଲୋକ ସଭା ହେଉ କି ବିଧାନସଭା, ଅନେକ ଆସନରେ ପ୍ରାର୍ଥୀ ଅପେକ୍ଷା ଦଳୀୟ ନେତୃତ୍ୱକୁ ଆଧାର କରି ଭୋଟ ଦେଇଥିବା କୁହାଯାଉଛି। ସଂସଦୀୟ କ୍ଷେତ୍ରଗୁଡିକରେ ବିଜେଡି ମୋଟ ୪୨.୮ %(୧,୦୧,୭୨,୦୪୧) ଭୋଟ ପାଇଥିବାବେଳେ ଭାଜପା ୩୮.୪ %(୯୧,୨୯,୭୭୩) ଭୋଟ ପାଇଛି। ୨ ଦଳ ମଧ୍ୟରେ ଭୋଟ ବ୍ୟବଧାନ ମାତ୍ର ୪.୪ %(୧୦,୦୪୨,୨୬୮)। ସେହିପରି ବିଧାନସଭାରେ ବିଜେଡିକୁ ୪୪.୭୧%(୧୦,୪୭୦,୯୪୧) ଏବଂ ଭାଜପାକୁ ୩୨.୫୦%(୭୬,୦୯,୫୮୧) ଭୋଟ ମିଳିଛି।
ବିଜେଡି ପ୍ରତି ଭୋଟରଙ୍କ ଆକର୍ଷଣ ଥିବା ସତ୍ତ୍ୱେ ମଧ୍ୟ ଉଭୟ ଲୋକ ସଭା ଓ ବିଧାନସଭା ଆସନରେ ବହୁ ହେଭିୱେଟ୍‌ ପରାଜିତ ହୋଇଛନ୍ତି। ଅନ୍ୟପଟେ ରାଜ୍ୟ ସଭା ସଦସ୍ୟ ଥିବା ୪ ଜଣ ନେତା ନିର୍ବାଚନ ଜିତିଛନ୍ତି। ସେମାନଙ୍କ କାର୍ଯ୍ୟକାଳ ବାକି ଥିବାରୁ ସେହି ସ୍ଥାନରେ ଉଚ୍ଚ ସଦନକୁ ଯିବା ପାଇଁ ବିଜେଡିର ପରାଜିତ ପ୍ରାର୍ଥୀମାନେ ସବୁ ମହଲରେ ଲବି ଚଳାଇଛନ୍ତି। ଏହିକ୍ରମରେ ପୁରୀ ବିଧାନସଭା ଆସନରୁ ହାରିଥିବା ମହେଶ୍ୱର ମହାନ୍ତି, ବ୍ରହ୍ମଗିରିରୁ ସଞ୍ଜୟ ଦାସବର୍ମା, ସମ୍ବଲପୁରରୁ ରାସେଶ୍ୱରୀ ପାଣିଗ୍ରାହୀ, କଟକ-ବାରବାଟୀ ଆସନର ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ପ୍ରମୁଖଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେହିପରି ଲୋକ ସଭା ଆସନରେ ପରାଜିତ ପ୍ରାର୍ଥୀମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ରବୀନ୍ଦ୍ର ଜେନା, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂଦେଓ, ସମ୍ବଲପୁରରୁ ନଳିନୀକାନ୍ତ ପ୍ରଧାନ, ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକ ଏବଂ କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ମଧ୍ୟ ରାଜ୍ୟ ସଭାକୁ ଯିବା ପାଇଁ ଦୌଡ଼ରେ ଥିବା କୁହାଯାଉଛି। ବରଗଡ଼ ଲୋକ ସଭା ଆସନରେ ହାରିଥିବା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବାରିପଦା ବିଧାନସଭା ଆସନର ପରାଜିତ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ୍‌ ଏବେ ବି ରାଜ୍ୟ ସଭାର ସଦସ୍ୟ ଥିବାରୁ ଉଭୟଙ୍କୁ ଥଇଥାନ କରିବାର ଆବଶ୍ୟକତା ନାହିଁ। ବିଧାନସଭାରେ ବିଜେଡି ପ୍ରତି ଜନସମର୍ଥନ ଥିବା ସତ୍ତ୍ୱେ ପରାଜୟ ସମ୍ପୃକ୍ତ ପ୍ରାର୍ଥୀଙ୍କ ପ୍ରତି ଥିବା ଜନଅସନ୍ତୋଷର ପ୍ରତିଫଳନ ବୋଲି ସମୀକ୍ଷକମାନେ କହିଛନ୍ତି। ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବା ପରେ ଏହି ନେତାମାନେ ରାଜ୍ୟ ସଭା ଯିବା ପାଇଁ ମନ ବଳାଇଛନ୍ତି। କେତେଜଣଙ୍କୁ ଦଳୀୟ ମହଲରେ ଥଇଥାନ କରିବା ନେଇ ମଧ୍ୟ ଆଲୋଚନା ହେଉଛି। ହେଲେ ନିର୍ବାଚନ ପୂର୍ବରୁ ଟିକେଟ ପାଇ ନ ଥିବା ଏକାଧିକ ନେତାଙ୍କୁ ରାଜ୍ୟ ସଭା ପ୍ରତିଶ୍ରୁତି ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ଅଛନ୍ତି-ଭୁବନେଶ୍ୱରର ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ଏବଂ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ। ଏମାନଙ୍କୁ ବାଦ୍‌ ଦେଇ ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକଙ୍କ ନାଁ ମଧ୍ୟ ଶୁଣାଯାଉଛି।
ସେପଟେ ଖାଲି ହେଉଥିବା ୪ ଆସନ ପାଇଁ ରାଜ୍ୟ ସଭାକୁ କାହାକୁ ପଠାଯିବ ସେନେଇ ବିଜେଡି ଶୀର୍ଷନେତୃତ୍ୱ ଚିନ୍ତା କରୁଛନ୍ତି। ପୁରୀ ଜିଲାରେ ମହେଶ୍ୱର, ସଞ୍ଜୟଙ୍କ ପରାଜୟ ପରେ ବିଜେଡି ଏକପ୍ରକାର ମୁରବିଶୂନ୍ୟ। ଏହାକୁ ଭରଣା କରିବା ପାଇଁ ନିକଟରେ ପିନାକୀ ମିଶ୍ରଙ୍କୁ ଲୋକ ସଭାରେ ସଂସଦୀୟ ଦଳର ନେତା ପଦ ଦିଆଯାଇଛି। ଏପରି କି ତାଙ୍କ ସଂସଦୀୟ କ୍ଷେତ୍ରର ନୟାଗଡ଼ ଆସନରୁ ନିର୍ବାଚିତ ଅରୁଣ ସାହୁଙ୍କୁ ରାଜ୍ୟ କ୍ୟାବିନେଟ୍‌ରେ ସ୍ଥାନ ମିଳିଛି। ଷୋଡଶ ଲୋକ ସଭାର ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କୁ ଅପସାରଣ କରାଯାଇ ପିନାକୀଙ୍କୁ ସୁଯୋଗ ଦିଆଗଲା। ତେଣୁ ଅବିଭକ୍ତ ପୁରୀ ଜିଲାରେ ପିନାକୀ ଦଳୀୟ ରାଜନୀତିରେ ପ୍ରଭାବଶାଳୀ ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ହେଲେ ତୃଣମୂଳରେ ବିଜେଡି ସଙ୍ଗଠନ ତାଙ୍କ ହାତରେ ନାହିଁ। ତେଣୁ ତାଙ୍କୁ ଚେକ୍‌ ଦେବା ପାଇଁ ପୁରୀ ଜିଲାରୁ ଜଣଙ୍କୁ ରାଜ୍ୟ ସଭା ପଠାଯିବା ପାଇଁ ଚିନ୍ତା କରାଯାଉଛି। ଚଳିତ ସପ୍ତାହର ରାଜନୈତିକ ପାଣିପାଗକୁ ଅନୁଧ୍ୟାନ କଲେ ମହେଶ୍ୱରଙ୍କ ନାଁ ଚର୍ଚ୍ଚାରେ ରହିଛି। ସେହିପରି ବାଲେଶ୍ୱରର ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନା ମଧ୍ୟ ରାଜ୍ୟ ସଭା ଦୌଡ଼ରେ ସାମିଲ ହୋଇଛନ୍ତିି। ବିଜେଡି କ୍ଷମତା କେନ୍ଦ୍ରର ନିକଟତମ ଭାବେ ରବୀନ୍ଦ୍ର ପରିଚିତ। ଗଣମାଧ୍ୟମ ସହ ସମ୍ପର୍କ ଏବଂ ଆର୍ଥିକ ଦୃଷ୍ଟିରୁ ଦଳ ତାଙ୍କୁ ମଧ୍ୟ ରାଜ୍ୟ ସଭା ପଠାଇବା ପାଇଁ ଚିନ୍ତା କରୁଛି। ବାଲେଶ୍ୱର ଜିଲାରେ ରବୀନ୍ଦ୍ରଙ୍କୁ ଅଧିକ ପ୍ରାଧାନ୍ୟ ଦେଇ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ଜାଣିଶୁଣି ଅବହେଳା କରାଯାଇଥିଲା। ଏଥିଯୋଗୁ ରଘୁନାଥ ବାଧ୍ୟହୋଇ ବିଜେଡି ଛାଡି ଭାଜପାରୁ ପ୍ରାର୍ଥୀ ହୋଇଥିଲେ। ବାଲେଶ୍ୱର ଜିଲାର ପ୍ରାୟ ସମସ୍ତ ବିଧାୟକ ପ୍ରାର୍ଥୀ ରବୀନ୍ଦ୍ରଙ୍କ ଉପରେ ଅସନ୍ତୁଷ୍ଟ ରହିଥିଲେ। ଏହାସହ ଜନଅସନ୍ତୋଷ ରବୀନ୍ଦ୍ରଙ୍କ ବିରୋଧରେ ପ୍ରତିଫଳିତ ହୋଇଥିଲା। ହେଲେ ବିଜେଡି ଶୀର୍ଷ ନେତୃତ୍ୱର ନିକଟତର ହୋଇଥିବାରୁ ତାଙ୍କୁ ଉଚ୍ଚ ସଦନକୁ ପଠାଯିବା ପାଇଁ ମସୁଧା ଚାଲିଥିବା ସମୀକ୍ଷକମାନେ କହିଛନ୍ତି। ଆଗକୁ ପୌର ନିର୍ବାଚନ ଥିବାରୁ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ଏବଂ କର୍ପୋରେଟ ଜଗତ ସମ୍ମତି ଥିବା ପ୍ରାର୍ଥୀଙ୍କୁ ଦିଲ୍ଲୀ ପଠାଇବାକୁ ବିଜେଡି ଚିନ୍ତା କରୁଛି। ହେଲେ ସୀମିତ ଆସନ ସହ ପରାଜିତ ବଡ଼ ମୁଣ୍ଡିଆଳଙ୍କ ଗହଳି ସବୁ ଅଙ୍କ ବିଗାଡ଼ି ଦେଇଛି। ତେଣୁ ୪ଟି ଆସନରୁ ବିଜେଡି ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ କଥା ଦେଇଥିବା ନେତାଙ୍କୁ ପଠାଉଛି ନା ଆର୍ଥିକ ସ୍ବଚ୍ଛଳ ଥିବା ନେତାଙ୍କୁ ପ୍ରାଧାନ୍ୟ ଦେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

Gen Z ମନ ଜିତିବାକୁ BJPର ଅଭିଯାନ, କୋଚିଂ ସେଣ୍ଟରରୁ କଲେଜ ଯାଏ ପହଞ୍ଚିବେ ନେତା

ନୂଆଦିଲ୍ଲୀ,୧୯।୮: Gen-Z ଯୁବପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ ରଣନୀତି ବଦଳାଇଛି ଭାଜପା । ଏଣିକି କେବଳ ସୋସିଆଲ ମିଡିଆ ମେସେଜିଂ ନୁହେଁ, ଯୁବପିଢ଼ିଙ୍କ ସହ ସିଧାସଳଖ ଆଲୋଚନା…

କାଉନସିଲ୍‌ ନିର୍ବାଚନରେ ଜିତିଲେ ମମତା ବାର୍ନାଜୀ; ଭାଜପାକୁ କଲେ ଚିତ୍‌ପଟାଙ୍ଗ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୧୯।୮: ପ୍ରଥମେ ବିଧାନସଭା ନିର୍ବାଚନରେ ​​ପରାଜୟ, ପରେ ବିଧାୟକମାନଙ୍କ ବିଦ୍ରୋହ ଏବଂ ଶେଷରେ କିଛି ସାଂସଦ ମଧ୍ୟ ସାଥ୍ ଛାଡ଼ିବା ଏସବୁ ପରିସ୍ଥିତିର ସାମ୍ନା କରିଛି ମମତା…

ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri