Posted inରାଜ୍ୟ

ଟ୍ୟୁମର ରୋଗରେ ପୀଡ଼ିତ ସୁଶାନ୍ତ: ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି

ଟାଙ୍ଗୀ(ଖୋର୍ଦ୍ଧା),୧୫ା୬(ଡି.ଏନ୍‌.ଏ.): ଟାଙ୍ଗୀ ପଞ୍ଚାୟତ ପଥରବନ୍ଧ ଗ୍ରାମର ଜଣେ ଗରିବ ଯୁବକ ସୁଶାନ୍ତ ପଟ୍ଟନାୟକ(୪୦) ଟ୍ୟୁମର ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଛନ୍ତି। ସେ ଜଣେ ଦିନମଜୁରିଆ ହୋଇଥିବାରୁ ଘୋର ଆର୍ଥତ୍କ ସଙ୍କଟ ଯୋଗୁ ଉପଯୁକ୍ତ ଚିକିତ୍ସା କରିପାରୁନାହାନ୍ତି। ସୁଶାନ୍ତଙ୍କ ୩ ଝିଅ ଶୁଭଲକ୍ଷ୍ମୀ, ରାଜେଶ୍ୱରୀ, ଅଞ୍ଜଳି ଓ ସ୍ତ୍ରୀଙ୍କ ସହ ସୁଖଦୁଃଖରେ ଦିନ ବିତିଯାଉଥିଲା। ୨ ବର୍ଷ ପୂର୍ବେ ପେଟରେ ଟ୍ୟୁମର୍‌ ହୋଇଥିବା ଜାଣି ପ୍ରଥମେ ଟାଙ୍ଗୀ ଓ ପରେ ଭୁବନେଶ୍ୱରରେ ଅପରେଶନ୍‌ କରି ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ପୁଣି ଟ୍ୟୁମର୍‌ଟି ବଢ଼ି ଅଧିକ ଯନ୍ତ୍ରଣାଦାୟକ ହେଲା। ଉନ୍ନତମାନର ଅପରେଶନ ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି ବୋଲି ଡାକ୍ତର କହିଛନ୍ତି । ଏ ପରିସ୍ଥିତିରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ଜିତେନ୍ଦ୍ର କୁମାର ସାହୁଙ୍କୁ ଅବଗତ କରାଯିବା ପରେ ସେ ସହଯୋଗ ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, ସୁଶାନ୍ତ ରହିବା ପାଇଁ ଭଲ ଘର ଖଣ୍ଡିଏ ମଧ୍ୟ ନାହିଁ। ତେଣୁ ଏଭଳି ପରିସ୍ଥିତିରେ ତାଙ୍କ ପାଇଁ ଆବାସ ଯୋଜନାଭୁକ୍ତ ଘର ସହ ଚିକିତ୍ସା ନିମନ୍ତେ ସରକାରଙ୍କ ପକ୍ଷରୁ ତୁରନ୍ତ ସହାୟତା ନେଇ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri