ଟ୍ରେନ୍‌ରେ ଯାତ୍ରୀ ଛାଡ଼ିଥିବା ବ୍ୟାଗ୍‌ ଦେଲା ଆର୍‌ପିଏଫ୍‌

ଛତ୍ରପୁର,୨୬ା୧୨(ଡି.ଏନ.ଏ)- ଟ୍ରେନ୍‌ରେ ଜଣେ ଯାତ୍ରୀ ଛାଡି ଯାଇଥିବା ବ୍ୟାଗକୁ ଛତ୍ରପୁର ଆର୍‌ପିଏଫ୍‌ ଆଉଟପୋଷ୍ଟ ପକ୍ଷରୁ ତାଙ୍କୁ ହସ୍ତାନ୍ତର କରାଯାଇଛି। ୨୩ ତାରିଖରେ ଭୁବନେଶ୍ୱରରୁ ବାଲୁଗଁ। ପାଇଁ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ବାଲୁଗଁ। ଥାନା ଅଳଇଢିହ ଛକର ସୌମ୍ୟଜିତ୍‌ ବରାଳ ଯାତ୍ରା କରିଥିଲେ। ତେବେ ଅସାବଧାନତା କାରଣରୁ ସେ ତାଙ୍କ ବ୍ୟାଗ୍‌କ ଉକ୍ତ ଟ୍ରେନ୍‌ରେ ଛାଡି ଦେଇଥିଲେ। ପରେ ଏ ସମ୍ପର୍କରେ ବାଲୁଗଁ। ଷ୍ଟେଶନ ମାଷ୍ଟରଙ୍କୁ ସେ ଜଣାଇଥିଲେ। ଏହାପରେ ଉକ୍ତ ଷ୍ଟେଶନ ମାଷ୍ଟରଙ୍କ ପକ୍ଷରୁ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନକୁ ଏ ସମ୍ପର୍କରେ ଜଣାଇଥିଲେ। ଏ ସମ୍ପର୍କରେ ଖୋର୍ଦ୍ଧା ଷ୍ଟେଶନ କର୍ର୍ତ୍ତୃପକ୍ଷଙ୍କ ପକ୍ଷରୁ ଛତ୍ରପୁର ଆରପିଏଫ୍‌ ଆଉଟ୍‌ପୋଷ୍ଟକୁ ୨୩ ତାରିଖ ସନ୍ଧ୍ୟା ୭ଟା ୨୦ରେ ସୂଚନା ଆସିଥିଲା। ଏହାପରେ ଛତ୍ରପୁର ଷ୍ଟେଶନଠାରେ ଉକ୍ତ ଟ୍ରେନ୍‌ ଅଟକିବା ପରେ ସ୍ଥାନୀୟ ଆରପିଏଫ୍‌ ଆଉଟପୋଷ୍ଟ ର ଏଏସଆଇ ଏସ୍‌ ଏ ପାତ୍ର ଓ ତାଙ୍କ ଷ୍ଟାଫ୍‌ ଟ୍ରେନ୍‌ ର ସାଧାରଣ ବଗି ରେ ସୌମ୍ୟଜିତ୍‌ ଙ୍କ ବ୍ୟାଗ୍‌ ପାଇଥିଲେ ା ବ୍ୟାଗ୍‌ ମିଳିଥିବା ସମ୍ପର୍କରେ ଛତ୍ରପୁର ଆର୍‌ପିଏଫ୍‌ ଆଉଟ୍‌ପୋଷ୍ଟ ପକ୍ଷରୁ ୨୪ ତାରିଖ ପୂର୍ବାହ୍ନ ୯ ଟାରେ ସୌମ୍ୟଜିତ୍‌ଙ୍କୁ ଖବର ଦିଆଯାଇଥିଲା ା ସୌମ୍ୟଜିତ୍‌ ଛତ୍ରପୁର ଷ୍ଟେଶନରେ ପହଞ୍ଚିିବା ପରେ ଯାଞ୍ଚ କରାଯାଇ ତାଙ୍କ ବ୍ୟାଗ୍‌କୁ ଆର୍‌ପିଏଫ୍‌ ଆଉଟପୋଷ୍ଟ କର୍ତ୍ତୃପକ୍ଷ ହସ୍ତାନ୍ତର କରିଥିଲେ ା ଏନେଇ ଆର୍‌ପିଏଫ୍‌ କର୍ତ୍ତୃପକ୍ଷଙ୍କୁ ସେ ଧନ୍ୟବାଦ ଦେଇଥିଲେ ା ଉକ୍ତ ବ୍ୟାଗ୍‌ରେ ସୌମ୍ୟଜିତ୍‌ଙ୍କ ଦଶମ ଓ ଦ୍ୱାଦଶ ଶ୍ରେଣୀର ସାର୍ଟିଫିକେଟ୍‌, ଆଧାର କାର୍ଡ, ବହି ସମେତ ୧୦ ହଜାର ଟଙ୍କାର ଜିନିଷ ଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

ଭୁବନେଶ୍ୱରରୁ ଆସିଲା ଦଳୀୟ ସୁପ୍ରିମୋଙ୍କ ଡାକରା, ଶଙ୍ଖଭବନରେ ପହଞ୍ଚିଲେ ଗଞ୍ଜାମ ବିଜେଡି ନେତା, ବଡ଼ଧରଣର…

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ଶଙ୍ଖଭବନ। ଦଳୀୟ ସଂଗଠନ କିଭଳି ସୁଦୃଢ଼ ହେବ ସେଥିପାଇଁ ଚାଲିଛି ମାନସ ମନ୍ଥନ। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri