Posted inଖେଳ

ଟେଷ୍ଟ ଖେଳିବା ପାଇଁ ବୋଲରଙ୍କୁ ୨ ମାସର ପ୍ରସ୍ତୁତି ଆବଶ୍ୟକ: ଆଇସିସି

ମୁମ୍ବାଇ, ୨୩।୫: କରୋନା ଭାଇରସ୍‌ ଲକଡାଉନ୍‌ ସରିବା ପରେ ଟେଷ୍ଟ ଖେଳ ଆରମ୍ଭ କରିବା ନେଇ ବୋଲରମାନେ ଲକ୍ଷ୍ୟ ରଖିଛନ୍ତି। ତେବେ ଟେଷ୍ଟ ଖେଳିବା ପାଇଁ ବୋଲରମାନଙ୍କୁ ୨ ମାସର ପ୍ରସ୍ତୁତି ଆବଶ୍ୟକ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ତରଫରୁ କୁହାଯାଇଛି। ଅନ୍ୟ କ୍ରୀଡ଼ା ଭଳି କ୍ରିକେଟ ମଧ୍ୟ କୋଭିଡ୍‌-୧୯ ମହାମାରୀ କାରଣରୁ ସସ୍‌ପେଣ୍ଡ ହୋଇଛି। ତେବେ ଏବେ କ୍ରିକେଟର ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତେ ତତ୍ପର ହୋଇଉଠିଛନ୍ତି। ବିଭିନ୍ନ ଦେଶରେ ଏବେ ଲକ୍‌ଡାଉନ୍‌ ଉଠିବାକୁ ଯାଉଛି। ବିଭିନ୍ନ ଦେଶର ସରକାରମାନେ ମଧ୍ୟ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଚଳିତ ସପ୍ତାହରେ ଇଂଲଣ୍ଡ ଖେଳାଳିମାନେ ବ୍ୟକ୍ତିଗତ କୌଶଳ ଆଧାରିତ ପ୍ରଶିକ୍ଷଣ କରିଛନ୍ତି। କାଉଣ୍ଟ କ୍ରିକେଟ ମଧ୍ୟ ସାମାନ୍ୟ ବିଳମ୍ବରେ ଆୟୋଜନ ହେବ। ଜୁଲାଇରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟ ଟେଷ୍ଟ ସିରିଜ ଖେଳାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଗଷ୍ଟରେ ପାକିସ୍ତାନ ମଧ୍ୟ ଇଂଲଣ୍ଡ ଗସ୍ତ କରି ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଓ ଟି୨୦ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି। ଏହି ସିରିଜ୍‌ ଗୁଡିକ ଫାଙ୍କା ଷ୍ଟାଡିୟମରେ ଖେଳାଯିବ ବୋଲି ଆଶା କରାଯାଉଛି।
ଟେଷ୍ଟ ଖେଳାଗଲେ ବୋଲରମାନେ ପ୍ରକୃତ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବେ। ଦୀର୍ଘ ଦିନ ପରେ କ୍ରିକେଟ ଖେଳିବାକୁ ଯାଉଥିବାରୁ ବୋଲରମାନେ ଇଞ୍ଜୁରିର ସମ୍ମୁଖୀନ ହେବା ଯଥେଷ୍ଟ ସମ୍ଭାବନା ରହିଛି। ବୋଲରମାନଙ୍କ କାର୍ଯ୍ୟଭାର କମାଇବା ଉପରେ ଆଇସିସି ଅଧିକ ଗୁରୁତ୍ୱ ଦେଇଛି। ଟେଷ୍ଟ କ୍ରିକେଟକୁ ଫେରିବା ପୂର୍ବରୁ ବୋଲରଙ୍କୁ ଅତିକମ୍‌ରେ ଦୁଇ ମାସ ପ୍ରସ୍ତୁତି କରିବା ଆବଶ୍ୟକ ବୋଲି ଆଇସିସି କହିଛି। ତେବେ ଦିନିକିଆ ଓ ଟି୨୦ ପାଇଁ ବୋଲରମାନେ ୬ ସପ୍ତାହ ପ୍ରସ୍ତୁତି କରିବା ଦରକାର ବୋଲି ଆଇସିସି କହିଛି। ଟ୍ରେନିଂ ଆରମ୍ଭ କରିବାକୁ ପୂର୍ବରୁ ମେଡିକାଲ ଆଡଭାଇଜର ଓ ବାୟୋ ସେଫ୍ଟି ଅଫିସିଆଲ ନିଯୁକ୍ତ କରିବାକୁ ଆଇସିସି ବିଭିନ୍ନ ବୋର୍ଡକୁ ପରାମର୍ଶ ଦେଇଛି। ଇତିମଧ୍ୟରେ ରିଭର୍ସ ସୁଇଙ୍ଗ୍‌ ପାଇଁ ବଲ୍‌ରେ ଲାଳ ଲଗାଇବାକୁ ଆଇସିସି ବାରଣ କରିଛି। ଖେଳାଳି ଓ ଅମ୍ପାୟରମାନେ ସାମାଜିକ ଦୂରତା ରକ୍ଷା କରିବାକୁ, ଖେଳାଳିମାନେ ଅବାଞ୍ଛିତ ବଡି କଣ୍ଟାକ୍ଟରୁ ଦୂରେଇ ରହିବାକୁ ଓ ଟୋପି, ଟାଓ୍ବେଲ୍‌, ସନ୍‌ଗ୍ଲାସ ଅମ୍ପାୟର କିମ୍ବା ଟିମ୍‌ ସଦସ୍ୟଙ୍କୁ ହସ୍ତାନ୍ତର ନ କରିବାକୁ ଆଇସିସି ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri