ଟେନିସ୍‌ ଖେଳାଯିବା ନେଇ ଆଶଙ୍କା ପ୍ରକାଶ କଲେ ଓ୍ବିମ୍ବେଲଡନ ମୁଖ୍ୟ

ଲଣ୍ଡନ,୩।୪(ଏଏଫ୍‌ପି)- ଚଳିତବର୍ଷ ଅର୍ଥାତ୍‌ ୨୦୨୦ରେ ଟେନିସ ଖେଳାଯାଇପାରିବ ନାହିଁ ବୋଲି ଓ୍ବିମ୍ବେଲଡନ ମୁଖ୍ୟ ରିଚାର୍ଡ ଲୁଇସ୍‌ ଆଶଙ୍କା ପ୍ରକାଶ କରିଛନ୍ତି। ଚଳିତବର୍ଷ ସମ୍ପୂର୍ଣ୍ଣ ରୂପେ ଟେନିସ ବାତିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ ପୂର୍ବାନୁମାନ କରିଛନ୍ତି। ଗତମାସ ପ୍ରାରମ୍ଭରୁ ଟେନିସ୍‌କୁ ଲକ୍‌ଡାଉନ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବୁଧବାର ପ୍ରଥମ ଥର ପାଇଁ ଓ୍ବିମ୍ବେଲଡ଼ନ ଟେନିସକୁ ବାତିଲ କରାଯାଇଥିଲା। ଏହାପୂର୍ବରୁ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌କୁ ସେପ୍ଟେମ୍ବର- ଅକ୍ଟୋବରକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ଦୁଇଟି ବଡ଼ ଟୁର୍ନାମେଣ୍ଟ ବାତିଲ କରାଯାଇଥିବାରୁ ଟେନିସ ଆୟୋଜନ ନେଇ ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି। ତେଣୁ ଏବର୍ଷ ଆଉ ଟେନିସ ଆୟୋଜନ ହୋଇପାରିବ ନାହିଁ ବୋଲି ଅଲ ଇଂଲଣ୍ଡ କ୍ଲବ ମୁଖ୍ୟ ଲୁଇସ୍‌ କହିଛନ୍ତି। ଆଗକୁ କ’ଣ ହେବ ସେ ନେଇ ମଧ୍ୟ କହିବା କଷ୍ଟକର। ତେବେ ବର୍ଷର ଅନ୍ତିମ ତଥା ପରବର୍ତ୍ତୀ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ୍‌ ଅଗଷ୍ଟ- ସେପ୍ଟେମ୍ବରରେ ଆୟୋଜନ ହେବ ଓ ନୂଆ ତାରିଖ ତଥା କାର୍ଯ୍ୟସୂଚୀରେ ଫ୍ରେଞ୍ଚ୍‌ ଓପନ ଆୟୋଜନ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି।
ଅନ୍ୟପଟେ ବର୍ଷର ଶେଷ କ୍ୱାର୍ଟରରେ କ୍ରୀଡ଼ା ପ୍ରତ୍ୟାବର୍ତ୍ତନ କରିବ ବୋଲି ସ୍ପାନିଶ୍‌ ଟେନିସ ଫେଡେରେଶନ (ଆରଏଫ୍‌ଇଟି) ଅଧ୍ୟକ୍ଷ ମିଗୁଏଲ ଡିଆଜ କହିଛନ୍ତି। ବର୍ଷର ଶେଷ କ୍ୱାର୍ଟରରେ ଆମେ ଟେନିସ ଦେଖିବାକୁ ପାଇବୁ ବୋଲି ସେ ଆଶାପ୍ରକାଶ କରିଛନ୍ତି। ତେବେ ଦର୍ଶକ ଏଥିରେ ସାମିଲ ହେବା ନେଇ ସେ ନିଶ୍ଚିତ ନୁହଁ। ତେବେ କୋର୍ଟକୁ ନିଶ୍ଚିତ ଭାବେ ଟେନିସ ଫେରିବ ବୋଲି ଡିଆଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri