ଟାଟା ଷ୍ଟିଲ ବିଏସ୍‌ଏଲ୍‌ର ଅଭିନବ ପ୍ରୟାସ: ଲାଗିଲା ୧୦୦୦ରୁ ଊର୍ଦ୍ଧ୍ୱ ଚାରା

ଢେଙ୍କାନାଳ ଅଫିସ, ୭।୬- ବିଶ୍ୱ ପରିବେଶ ଦିବସରେ ଅଭିନବ ପ୍ରୟାସ ଆରମ୍ଭ କରିଛି ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ ବିଏସ୍‌ଏଲ୍‌ କମ୍ପାନୀ। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଥିମ୍‌ ରହିଛି ‘ପ୍ରଦୂଷଣ କମ୍‌ କରିବା’। ଏହା ଆଧାରରେ କମ୍ପାନୀ ପକ୍ଷରୁ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାରଖାନା ପାର୍ଶ୍ୱବର୍ତ୍ତୀ ଇଲାକାରେ ସବୁଜବନାନୀ ବଳୟ ସୃଷ୍ଟି କରିବାକୁ ୧୦୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି। ଏଥିସହ ବନୀକରଣ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ କର୍ମଚାରୀଙ୍କୁ ବଣ୍ଟାଯାଇଛି ଚାରା।
କୁସୁପଙ୍ଗା ପଞ୍ଚାୟତ କୁରୁଣ୍ଟିରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଶତାଧିକ ଛୋଟ ଛୋଟ ପିଲାଙ୍କ ସମେତ ୭୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ସାମିଲ ହୋଇଥିଲେ। ମୁଖ୍ୟଅତିଥି ଭାବେ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏ.କେ. ସାକ୍ସେନା, ମୁଖ୍ୟବକ୍ତା ପରିବେଶବିତ୍‌ ମଧୁସୂଦନ ଦାସ ଯୋଗଦେଇ ଅଞ୍ଚଳକୁ ଗ୍ରୀନ ବେଲ୍ଟରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ। ପରିବେଶ ସୁରକ୍ଷା ଲାଗି ଆବଶ୍ୟକ ସହାୟତା ପ୍ରଦାନ କରିବାକୁ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। କମ୍ପାନୀର କର୍ପୋରେଟ୍‌ ସେବା ବିଭାଗ ମୁଖ୍ୟ ମଣିକାନ୍ତ ନାୟକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଜ୍ୟୋତି ରାୟ, ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଏସ୍‌.ଏସ୍‌. ହୋତା, ପରିବେଶ ବିଭାଗ ମୁଖ୍ୟ ସରୋଜ ବାନାର୍ଜୀ, ସିଏସ୍‌ଆର ବିଭାଗ ମୁଖ୍ୟ ଦିବ୍ୟହାସ ରାୟ, ଆଇଆଇଟି ଖଡଗପୁର ପ୍ରଫେସର କେ. ପାଠକ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ମାର୍ଗଦର୍ଶନ କରାଇଥିଲେ।
ଏହି ଅବସରରେ କୁସୁପଙ୍ଗା, କୁରୁଣ୍ଟି, ଖଲିବେରେଣା ଅଞ୍ଚଳର ଛାତ୍ରୀଛାତ୍ରଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରୀର ଚେତାବନୀ ଗ୍ରୁପ୍‌ର କଳାକାରମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। କୁରୁଣ୍ଟି ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯିବା ସହ ଗ୍ରାମବାସୀଙ୍କୁ ୭୬୦ରୁ ଊର୍ଦ୍ଧ୍ୱ ଆମ୍ବ ଚାରା ବଣ୍ଟନ କରାଯାଇଛି। କମ୍ପାନୀ ସିଏସ୍‌ଆର ବିଭାଗର ଆଶୁତୋଷ ଦାସ, ରେଣୁକା ସିଂ, ସାଗରିକା ଶତପଥୀ ପ୍ରମୁଖ ଗ୍ରାମର ଯୁବକଙ୍କ ସହ ମିଶି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ଏଥି ପୂର୍ବରୁ ସକାଳେ କମ୍ପାନୀ ପରିସରରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ପ୍ରଭାତଫେରି କରିଥିଲେ। କମ୍ପାନୀ ପରିସରରେ ଆଇଆଇଟି ଖଡଗପୁର ସହାୟତାରେ ଚାରା ରୋପଣ କରାଯାଇଥିଲା। ସନ୍ଧ୍ୟାରେ କଲୋନୀ ପରିସରରେ ଉଦ୍‌ଯାପନୀ ଉତ୍ସବରେ କୁଇଜ, ପ୍ରବନ୍ଧ ଓ ସ୍ଲୋଗାନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କମ୍ପାନୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ବିଭାଗ ଦ୍ୱାରା ପରିବେଶ ସମ୍ବନ୍ଧୀୟ ପଦକ୍ଷେପକୁ ନେଇ ଏକ ପ୍ରଦର୍ଶିନୀ ଆୟୋଜିତ ହୋଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡ. ଅନୁପ ମଲ୍ଲିକ ଏବଂ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟର ପୂର୍ବତନ ବୈଜ୍ଞାନିକ ଡ. ଏସ୍‌.ପି. ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ। କମ୍ପାନୀ ପକ୍ଷରୁ ଚଳିତ ମାସକୁ ଦୀର୍ଘ ସ୍ଥାୟିତ୍ୱ ମାସ ଭାବେ ପାଳନ କରୁଛି। ଏହି ଅବସରରେ ସ୍ବତନ୍ତ୍ର ନୀତି ପ୍ରଣୟନ କରାଯାଇଛି। ଏହାକୁ କର୍ମଚାରୀମାନେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri