ଟାଟା ଷ୍ଟିଲ ବିଏସ୍‌ଏଲ୍‌ର ଅଭିନବ ପ୍ରୟାସ: ଲାଗିଲା ୧୦୦୦ରୁ ଊର୍ଦ୍ଧ୍ୱ ଚାରା

ଢେଙ୍କାନାଳ ଅଫିସ, ୭।୬- ବିଶ୍ୱ ପରିବେଶ ଦିବସରେ ଅଭିନବ ପ୍ରୟାସ ଆରମ୍ଭ କରିଛି ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ ବିଏସ୍‌ଏଲ୍‌ କମ୍ପାନୀ। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଥିମ୍‌ ରହିଛି ‘ପ୍ରଦୂଷଣ କମ୍‌ କରିବା’। ଏହା ଆଧାରରେ କମ୍ପାନୀ ପକ୍ଷରୁ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାରଖାନା ପାର୍ଶ୍ୱବର୍ତ୍ତୀ ଇଲାକାରେ ସବୁଜବନାନୀ ବଳୟ ସୃଷ୍ଟି କରିବାକୁ ୧୦୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି। ଏଥିସହ ବନୀକରଣ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ କର୍ମଚାରୀଙ୍କୁ ବଣ୍ଟାଯାଇଛି ଚାରା।
କୁସୁପଙ୍ଗା ପଞ୍ଚାୟତ କୁରୁଣ୍ଟିରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଶତାଧିକ ଛୋଟ ଛୋଟ ପିଲାଙ୍କ ସମେତ ୭୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ସାମିଲ ହୋଇଥିଲେ। ମୁଖ୍ୟଅତିଥି ଭାବେ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏ.କେ. ସାକ୍ସେନା, ମୁଖ୍ୟବକ୍ତା ପରିବେଶବିତ୍‌ ମଧୁସୂଦନ ଦାସ ଯୋଗଦେଇ ଅଞ୍ଚଳକୁ ଗ୍ରୀନ ବେଲ୍ଟରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ। ପରିବେଶ ସୁରକ୍ଷା ଲାଗି ଆବଶ୍ୟକ ସହାୟତା ପ୍ରଦାନ କରିବାକୁ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। କମ୍ପାନୀର କର୍ପୋରେଟ୍‌ ସେବା ବିଭାଗ ମୁଖ୍ୟ ମଣିକାନ୍ତ ନାୟକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଜ୍ୟୋତି ରାୟ, ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଏସ୍‌.ଏସ୍‌. ହୋତା, ପରିବେଶ ବିଭାଗ ମୁଖ୍ୟ ସରୋଜ ବାନାର୍ଜୀ, ସିଏସ୍‌ଆର ବିଭାଗ ମୁଖ୍ୟ ଦିବ୍ୟହାସ ରାୟ, ଆଇଆଇଟି ଖଡଗପୁର ପ୍ରଫେସର କେ. ପାଠକ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ମାର୍ଗଦର୍ଶନ କରାଇଥିଲେ।
ଏହି ଅବସରରେ କୁସୁପଙ୍ଗା, କୁରୁଣ୍ଟି, ଖଲିବେରେଣା ଅଞ୍ଚଳର ଛାତ୍ରୀଛାତ୍ରଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରୀର ଚେତାବନୀ ଗ୍ରୁପ୍‌ର କଳାକାରମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। କୁରୁଣ୍ଟି ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯିବା ସହ ଗ୍ରାମବାସୀଙ୍କୁ ୭୬୦ରୁ ଊର୍ଦ୍ଧ୍ୱ ଆମ୍ବ ଚାରା ବଣ୍ଟନ କରାଯାଇଛି। କମ୍ପାନୀ ସିଏସ୍‌ଆର ବିଭାଗର ଆଶୁତୋଷ ଦାସ, ରେଣୁକା ସିଂ, ସାଗରିକା ଶତପଥୀ ପ୍ରମୁଖ ଗ୍ରାମର ଯୁବକଙ୍କ ସହ ମିଶି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ଏଥି ପୂର୍ବରୁ ସକାଳେ କମ୍ପାନୀ ପରିସରରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ପ୍ରଭାତଫେରି କରିଥିଲେ। କମ୍ପାନୀ ପରିସରରେ ଆଇଆଇଟି ଖଡଗପୁର ସହାୟତାରେ ଚାରା ରୋପଣ କରାଯାଇଥିଲା। ସନ୍ଧ୍ୟାରେ କଲୋନୀ ପରିସରରେ ଉଦ୍‌ଯାପନୀ ଉତ୍ସବରେ କୁଇଜ, ପ୍ରବନ୍ଧ ଓ ସ୍ଲୋଗାନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କମ୍ପାନୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ବିଭାଗ ଦ୍ୱାରା ପରିବେଶ ସମ୍ବନ୍ଧୀୟ ପଦକ୍ଷେପକୁ ନେଇ ଏକ ପ୍ରଦର୍ଶିନୀ ଆୟୋଜିତ ହୋଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡ. ଅନୁପ ମଲ୍ଲିକ ଏବଂ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟର ପୂର୍ବତନ ବୈଜ୍ଞାନିକ ଡ. ଏସ୍‌.ପି. ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ। କମ୍ପାନୀ ପକ୍ଷରୁ ଚଳିତ ମାସକୁ ଦୀର୍ଘ ସ୍ଥାୟିତ୍ୱ ମାସ ଭାବେ ପାଳନ କରୁଛି। ଏହି ଅବସରରେ ସ୍ବତନ୍ତ୍ର ନୀତି ପ୍ରଣୟନ କରାଯାଇଛି। ଏହାକୁ କର୍ମଚାରୀମାନେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri