ଟଙ୍କତୋରାଣି ନାଁରେ ବିକ୍ରି ହେଉଛି ଦହିପାଣି

ପୁରୀ ଅଫିସ, ୧୮।୧୨:ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି ହୋଇଥାଏ ଟଙ୍କତୋରାଣି। ଦୀର୍ଘବର୍ଷ ଧରି ଏହା ବିକ୍ରି ହୋଇଆସୁଥିଲେ ମଧ୍ୟ ୨୦୧୭ରୁ ଏହା ବନ୍ଦ ରହିଛି। ଅସ୍ବାସ୍ଥ୍ୟକର ପରିବେଶରେ ଏହା ତିଆରି କରାଯାଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହାର ବିକ୍ରି ବନ୍ଦ କରିଦେଇଛି। ହେଲେ ଟଙ୍କାତୋରାଣି ଭକ୍ତଙ୍କ ଭାବନା ସହ ଜଡ଼ିତ ହୋଇଥିବାରୁ ଏହାର ଫାଇଦା ଉଠାଉଛନ୍ତି କେତେଜଣ ଅଣସେବାୟତ। ଶ୍ରୀମନ୍ଦିର ବାହାରେ ଟଙ୍କାତୋରାଣି ନଁାରେ ବିକ୍ରି କରୁଛନ୍ତି ଦହିପାଣି। ମହାପ୍ରଭୁଙ୍କ ପ୍ରତି ବିଶ୍ୱାସ ଓ ଭକ୍ତି ରଖିଥିବା ଶ୍ରଦ୍ଧାଳୁ ଏହାକୁ ଟଙ୍କାତୋରାଣି ଭାବି ପିଉଛନ୍ତି।
ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଆନନ୍ଦ ବଜାରକୁ ଯାଇଥାନ୍ତି। ମହାପ୍ରସାଦ ପାଇବା ସହ ଟଙ୍କତୋରାଣି ପିଇବାକୁ ଅନେକେ ଇଚ୍ଛା କରିଥାନ୍ତି। ଅବଢ଼ା, ପାଣି, ଦହି, ଲେମ୍ବୁ, ଲେମ୍ବୁପତ୍ର, ଆମ୍ବକଷିଆ ଅଦା, କଞ୍ଚାଲଙ୍କା, ଜିରାଗୁଣ୍ଡ, ଭୃସଙ୍ଗପତ୍ର ଆଦିରେ ଏହି ଟଙ୍କତୋରାଣି ପ୍ରସ୍ତୁତ କରିଥାନ୍ତି ସୁଆର ସେବକ। ଏହା ବହୁତ ସୁସ୍ବାଦୁ ଏବଂ ଦେହ ପାଇଁ ହିତକର ହୋଇଥାଏ। କିନ୍ତୁ ୨୦୧୭ ସେପ୍ଟେମ୍ବରରେ ଶ୍ରୀମନ୍ଦିର ପ୍ରଶାସନ ଦୀର୍ଘବର୍ଷ ହେବ ଆନନ୍ଦ ବଜାରରେ ବିକ୍ରି ହେଉଥିବା ଟଙ୍କାତୋରାଣି ଉପରେ କଟକଣା ଲଗାଇଥିଲା। ଏହା ଠିକ୍‌ ପରିବେଶରେ ପ୍ରସ୍ତୁତ ହେଉନାହିଁ ଏବଂ ବେଳେ ବେଳେ ବାସି ଟଙ୍କତୋରାଣି ବିକ୍ରି ଅଭିଯୋଗ ହେବା ପରେ ପ୍ରଶାସନ ଏହାର ବିକ୍ରିକୁ ବନ୍ଦ କରିଦେଇଥିଲା। ଏଥିପାଇଁ ସ୍ବତନ୍ତ୍ର ଭାବେ ବିଜ୍ଞପ୍ତି ଜାରି କରିବା ପରେ ଟଙ୍କତୋରାଣି ବିକୁଥିବା ସେବକ ଏହାକୁ ବିରୋଧ କରିଥିଲେ। ଟଙ୍କାତୋରାଣି ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ଥିବାବେଳେ କେଉଁ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ମାତ୍ର ଏହି ନିଷ୍ପତ୍ତି ଏ ପର୍ଯ୍ୟନ୍ତ କାଏମ ରହିଛି। ଏହାକୁ ପୁନଃ ଚାଲୁ କରିବା ଲାଗି ବିଭିନ୍ନ ସମୟରେ ପ୍ରତିବାଦ ହୋଇଛି। ଏମିତି କି ହାଇକୋର୍ଟ ପର୍ଯ୍ୟନ୍ତ କଥା ଯାଇଛି। କିନ୍ତୁ ଆନନ୍ଦ ବଜାରରେ ଏହା ବିକ୍ରି ହେଉ ନ ଥିବାବେଳେ ଏହାର ଫାଇଦା ନେଉଛନ୍ତି କେତେଜଣ ଅଣସେବକ। ମେଘନାଦ ପାଚେରି ବାହାରେ ବିଭିନ୍ନ ସ୍ଥାନରେ ବସି ଟଙ୍କତୋରାଣି ନଁାରେ ଦହିପାଣି ବିକ୍ରି କରୁଛନ୍ତି। ଶ୍ରଦ୍ଧାଳୁମାନେ ଏହାକୁ ପିଉଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଆନନ୍ଦ ବଜାରରେ ଟଙ୍କତୋରାଣି ବିକ୍ରି ବନ୍ଦ କରାଯାଇଛି। ଅସ୍ବାସ୍ଥ୍ୟକର ପରିବେଶରେ ଏହାକୁ ପ୍ରସ୍ତୁତ କରିବାରୁ ଏହି କଟକଣା ଲଗାଯାଇଛି। ମନ୍ଦିର ବାହାରେ ଯଦି କେହି କ’ଣ ବିକ୍ରି କରୁଛନ୍ତି ତାହା ଉପରେ କିଛି କହିହେବ ନାହିଁ। ସେମାନେ ଦହିପାଣିକୁ ଟଙ୍କାତୋରାଣି କହି ବିକ୍ରି କରୁଥିବାକୁ ଆମେ ପ୍ରମାଣ କରିପାରିବା ନାହିଁ। କିନ୍ତୁ ଭକ୍ତଙ୍କ ଭାବନା ସହିତ କେହି ଖେଳିବା ଠିକ୍‌ ନୁହେଁ ବୋଲି ନୀତି ପ୍ରଶାସକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri