Posted inଫୁରସତ

ଟଏଲେଟ୍‌ ପେପର୍‌ ଓ୍ବେଡିଂ ଗାଉନ୍‌

ପୃଥିବୀରେ ଅନେକ ଅଜବ ପ୍ରତିଯୋଗିତା ଅୟୋଜନ କରାଯାଇଥାଏ। କିଛି ପ୍ରତିଯୋଗିତା ସମ୍ପର୍କରେ ଅନେକେ ଅଳ୍ପ ବହୁତେ ଜାଣିଥିବେ। ସେମିତି ଏକ ଅଜବ ପ୍ରତିଯୋଗିତା ନ୍ୟୁୟର୍କରେ ଆୟୋଜିତ ହୋଇଥିଲା, ଯେଉଁଥିରେ ଟଏଲେଟ୍‌ ପେପର୍‌ରେ ଓ୍ବେଡିଂ ଗାଉନ୍‌ କରିବା ଚ୍ୟାଲେଞ୍ଜ ରହିଥିଲା। ଏଥିରେ ପ୍ରାୟ ୧୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ହେଲେ ଶେଷ ପର୍ଯ୍ୟାୟ ବେଳକୁ ମାତ୍ର ୧୦ ଜଣ ଚୟନ ହୋଇଥିଲେ। ପ୍ରତିଯୋଗିତାରେ ଦକ୍ଷିଣ କାରୋଲିନାର ମିମୋଜା ହାସ୍କା ବିଜୟିନୀ ହୋଇଥିଲେ। ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ଟଏଲେଟ୍‌ ପେପର୍‌ ସହ ଟେପ୍‌, ସୂତା, ଅଠା ବ୍ୟବହାର କରିଥିଲେ। ମିମୋଜା ହାସ୍କା ମୋଟ ୪୮ଟି ରୋଲ ଟଏଲେଟ୍‌ ପେପର୍‌ ବ୍ୟବହାର କରି ଓ୍ବେଡିଂ ଗାଉନ୍‌ ତିଆରି କରିଥିଲେ, ଯେଉଁଥିପାଇଁ ତାଙ୍କୁ ୪୦୦ ଘଣ୍ଟା ସମୟ ଲାଗିଥିଲା। ଆଉ ତାହା ସବୁଠୁ ଖାସ୍‌ ଓ ସୁନ୍ଦର ହୋଇଥିଲା। ପୁରସ୍କାର ସ୍ବରୂପ ତାଙ୍କୁ ୭ ଲକ୍ଷ ଟଙ୍କା ମିଳିଥିଲା। ପ୍ରତିଯୋଗିତାରେ ଜଜ୍‌ଭାବେ ବହୁ ବିଶିଷ୍ଟ ବ୍ୟକ୍ତି ଥିଲେ। ଆଉ ଏହି ପ୍ରତିଯୋଗିତାର ପ୍ରସାରଣ ଆମେରିକାର ନ୍ୟାଶନାଲ ଟିଭିରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri