Posted inଫୁରସତ

କ୍ରିସ୍‌ମାସ୍‌ ରୋଜଗାର

ସାଧାରଣତଃ ପର୍ବପର୍ବାଣି, ସାମାଜିକ ପରମ୍ପରା ସବୁକୁ ମଣିଷ ନିଜର ସୁଖ ଆଉ ସମୃଦ୍ଧିର ବୃଦ୍ଧି ପାଇଁ ସୃଷ୍ଟି କରିଛି। ପରସ୍ପର ସହିତ ମିଳିତ ହେବା, ଖୁସି ବାଣ୍ଟିବା ଆଦିର ଅବସର ମଣିଷକୁ ଏହି ପର୍ବପର୍ବାଣି ତଥା ସାମାଜିକ ପରମ୍ପରା ସବୁ ପ୍ରଦାନ କରିଥାନ୍ତି । ଖାଲି ଯେ ଏହି ଅବସରରେ ଆମୋଦ ପ୍ରମୋଦ କରାଯାଏ ସେକଥା ନୁହେଁ; ଅଧିକନ୍ତୁ ଏହା ମଧ୍ୟ ଅନେକଙ୍କ ପାଇଁ ରୋଜଗାରର ପନ୍ଥା ସୃଷ୍ଟି କରିଥାଏ। କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ନୁହେଁ; ଦେଶ କାଳ ପାତ୍ର ଭିତ୍ତିରେ ଏହି କଥାଟି ଯେ ଲାଗୁ ସେକଥାକୁ କେହି ବି ଅସ୍ବୀକାର କରିବ ନାହିଁ। ଏବେ ଦେଖାଯାଉ ମେଲବୋର୍ନର ଦୁଇଭଉଣୀ ଭେରୋନିକା ଜେଣ୍ଟାଇଲ୍‌ ଏବଂ ଜିଓଭାନା ଆଭାତିଙ୍କୁ। ଚଳିତବର୍ଷ ଡିସେମ୍ବର ୧ ତାରିଖ ପୂର୍ବରୁ ଏ ଦୁଇଭଉଣୀ ବେଶ ମୋଟା ଅଙ୍କର ରୋଜଗାର କରିପାରିଛନ୍ତି। କ୍ରିସମାସ୍‌ ହିଁ ସେମାନଙ୍କୁ ଏହି ସୁଯୋଗ ଆଣି ଦେଇଛି। ଭେରୋନିକା ଏକ ସ୍ଥାନୀୟ ଖବରକାଗଜକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ସେ ଖୁବ୍‌ ଭଲ କ୍ରିସ୍‌ମାସ୍‌ ଟ୍ରି ସଜେଇ ପାରନ୍ତି। ସେଥିଲାଗି ତାଙ୍କୁ ତାଙ୍କର ସାଙ୍ଗସାଥୀମାନେ ନିଜନିଜ ଘରକୁ ଡାକିଥାନ୍ତି। ଆଉ ସେ ଯାଇ ଆଗ୍ରହର ସହିତ ସେମାନଙ୍କ ଘରର କ୍ରିସ୍‌ମାସ୍‌ ଟ୍ରି ସଜେଇ ଦେଇଥାନ୍ତି। ତେବେ ଚଳିତବର୍ଷ ସେ ଗୋଟେ ନୂଆକଥା ଚିନ୍ତାକଲେ। ଭାବିଲେ, ସେ ମାଗଣାରେ କ୍ରିସ୍‌ମାସ୍‌ ଟ୍ରି ସଜାଉଛନ୍ତି ବୋଲି ବୋଧେ ଲୋକମାନେ ତାଙ୍କୁ ଡାକୁଛନ୍ତି। ତେଣୁ ସେ ଏଥିପାଇଁ କିଛି ଅର୍ଥ ଦାବି କରିବେ। ଆଉ ତାହା ହିଁ କଲେ। ତେବେ ମଜାର କଥା ତଥାପି ତାଙ୍କ ନିକଟକୁ କ୍ରିସ୍‌ମାସ୍‌ ଟ୍ରି ସଜେଇବାର ଅଫର ଆସିଲା। ଅଫର ଏତେ ଆସିଲା ଯେ, ସେ ତାଙ୍କ ସାନଭଉଣୀ ଜିଓଭାନାଙ୍କୁ ମଧ୍ୟ ନିଜ ସହିତ ସାମିଲ କଲେ। ସେତିକିନୁହେଁ, ଘଣ୍ଟା ଅନୁଯାୟୀ ସେମାନେ ଅର୍ଥ ଦାବି କରିଥିଲେ। ଘଣ୍ଟାକୁ ସେମାନେ ନେଉଥିଲେ ଭାରତୀୟ ମୁଦ୍ରାରେ ପାଖାପାଖି ଦେଢ଼ହଜାର ଟଙ୍କା। ଯଦିଓ ସେ ଦୁହେଁ ପେସାଦାର କ୍ରିସ୍‌ମାସ୍‌ ଟ୍ରି ଡିଜାଇନର ନୁହନ୍ତି; ତଥାପି ଏଥର କ୍ରିସ୍‌ମାସ୍‌ ସେମାନଙ୍କୁ ଖୁବ୍‌ ଭଲ ରୋଜଗାର ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ…

ଜୀବନରେ ସବୁବେଳେ ଏହି ୪ ପ୍ରକାର ଲୋକଙ୍କଠାରୁ ଦୂରେଇ ରହିବା ଉଚିତ୍‌, ନଚେତ୍‌…

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ କୌଟିଲ୍ୟଙ୍କ କୃତୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ଜୀବନର ନୈତିକ ଶିକ୍ଷା, ପ୍ରତ୍ୟେକଙ୍କ ପାଇଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri