Posted inଫୁରସତ

ସାଣ୍ଟା ଇନ୍‌ ଦ ସ୍କାଏ

କ୍ରିସ୍‌ମାସ୍‌ ବା ବଡଦିନ ପାଇଁ ଦେଶ ବିଦେଶ ଚାରିଆଡେ ଏବେ ଉତ୍ସବର ମାହୋଲ। କ୍ରିସ୍‌ମାସ୍‌ ଟ୍ରି, ରଙ୍ଗିନ ଲାଇଟର ଡେକୋରେଶନ ସାଙ୍ଗକୁ ସ୍ବତନ୍ତ୍ର ଉତ୍ସବର ଆୟୋଜନ ଲାଗି ପ୍ରାୟ ସମସ୍ତେ ବ୍ୟସ୍ତ। ଠିକ ସେହିଭଳି ମାଲେସିଆର କୁଆଲାଲମ୍ପୁରଠାରେ ଏହି ଅବସରରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ଲାଗି ଏକ ସ୍ବତନ୍ତ୍ର ରେଷ୍ଟୁରାଣ୍ଟ ଡିନର ବ୍ୟବସ୍ଥା କରିଥାନ୍ତି। ‘ସାଣ୍ଟା ଇନ୍‌ ଦ ସ୍କାଏ’ ନାମକ ଏହି ରେଷ୍ଟୁରାଣ୍ଟର ସ୍ବତନ୍ତ୍ରତା ହେଉଛି ଏହା ଭୁପୃଷ୍ଠଠାରୁ ୧୫୦ ଫୁଟ ଉପରେ ଝୁଲନ୍ତା ଅବସ୍ଥାରେ ରହିଥାଏ। କ୍ରିସ୍‌ମାସ୍‌ ଅବସରରେ ଏହି ରେଷ୍ଟୁରାଣ୍ଟକୁ ଏକ ସ୍ଲେଜ୍‌ର ଆକାର ଦିଆଯାଏ, ଯାହାକୁ ୪ ଟି ରେନ୍‌ ଡିୟର ଟାଣିବାର ଭ୍ରମ ମଧ୍ୟ ସୃଷ୍ଟି କରାଯାଇଥାଏ। ୧୬ ସିଟ୍‌ ବିଶିଷ୍ଟ ଏହି ହ୍ୟାଙ୍ଗିଙ୍ଗ ରେଷ୍ଟୁରାଣ୍ଟରେ ପର୍ଯ୍ୟଟକମାନେ ସାଣ୍ଟାକ୍ଲଜ୍‌ ସହ ସ୍ପେଶିଆଲ କ୍ରିସ୍‌ମାସ୍‌ ଡିନର୍‌ର ମଜା ନେଇପାରିବେ। କେବଳ ସେତିକି ନୁହେଁ ଏହି ରାତ୍ରଭୋଜନ ସମୟରେ ଗ୍ରାହକଙ୍କ ମନୋରଞ୍ଜନ ଲାଗି ମ୍ୟୁଜିସିଆନମାନେ ଲାଇଭ କ୍ରିସ୍‌ମାସ୍‌ କ୍ୟାରୋଲ ବା ଗୀତ ପରିବେଷଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri