ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ‘୫-ଟି’ ସଚିବ:ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ

ଝାରସୁଗୁଡ଼ା ଅଫିସ/ ଲଖନପୁର,୮।୧(ଡି.ଏନ୍‌.ଏ.):‘୫-ଟି’ ସଚିବ ଭି.କେ. ପାଣ୍ଡିଆନ୍‌ ମଙ୍ଗଳବାର ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଉତ୍ତମ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଭୁବନେଶ୍ୱରରୁ ସ୍ବତନ୍ତ୍ର ଏକ ବିମାନ ଯୋଗେ ଆସି ୫ଟି ସଚିବ ପାଣ୍ଡିଆନ୍‌ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇଥିଲେ। ଜିଲା ପ୍ରଶାସନ ତରଫରୁ ଜିଲାପାଳ ସରୋଜ କୁମାର ସାମଲ ଓ ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ପ୍ରମୁଖ ୫-ଟି ସଚିବ ପାଣ୍ଡିଆନଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଗୁହା ପୁନମ୍‌ ତାପସ କୁମାର ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ପରେ ସଚିବ ପାଣ୍ଡିଆନଙ୍କ ସହ ଅଧିକାରୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଁଞ୍ଚି ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରି ସ୍ବାସ୍ଥ୍ୟସେବା ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଥିଲେ। ପରେ ସଚିବ ପାଣ୍ଡିଆନ୍‌ ମୁଖ୍ୟ ଚିକିସତ୍ାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ଉତ୍ତମ ସ୍ବାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏପରି କି ସ୍ବାସ୍ଥ୍ୟକେନ୍ଦ୍ରର ପରିମଳ ବ୍ୟବସ୍ଥା, ସୁରକ୍ଷା, ମାଗଣାରେ ଔଷଧ ପ୍ରଦାନ, ଖାଦ୍ୟ, ଡାଇଲୋସିସ୍‌ ଆଦି ସ୍ବାସ୍ଥ୍ୟସେବା ସହ ରୋଗୀଙ୍କୁ ଉତ୍ତମ ବ୍ୟବହାର ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା। ଡାକ୍ତରଖାନାରେ ଆବଶ୍ୟକତା ରହିଥିବା ଲାପର୍‌ସ୍କୋପି ମେଶିନ୍‌, ଇଏନ୍‌ଟି ରିଲେଟେଡ୍‌ ଇକ୍ୱିଭ୍‌ମେଣ୍ଟ, ଥାର୍ମୋଲୋଜି ଇକ୍ୱିଭ୍‌ମେଣ୍ଟ, ଏଣ୍ଡ୍ରୋସ୍କୋପି ମେଶିନ୍‌ ଆଦି ସମ୍ପର୍କରେ ସିଡିଏମ୍‌ଓ ଡା.ବାରିକ ‘୫-ଟି’ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆବଶ୍ୟକ ଯନ୍ତ୍ରାଂଶ ଯଥାଶୀଘ୍ର ଯୋଗାଇ ଦିଆଯିବ ବୋଲି ବୈଠକରେ ସଚିବ କହିଥିଲେ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ ସଚିବ ମହାପାତ୍ର, ସ୍ବାସ୍ଥ୍ୟବିଭାଗ ଯୁଗ୍ମ ସଚିବ ଗୁହା ପୁନମ୍‌, ଜିଲାପାଳ ସାମଲ, ଡିଆଇଜି ହିମାଂଶୁଲାଲ୍‌, ଏସ୍‌ପି ମହାନ୍ତି, ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁ, ଜିଲା ମୁଖ୍ୟ ଚିକିତ୍ସକ ଡା.ଜଗଦୀଶ ଚନ୍ଦ୍ର ବାରିକ, ଏଡିଏମ୍‌ଓ ଡା.ଡୋଲାମଣି ପଟେଲ, ଡା.ସୁପ୍ରଭା ବାରିକ, ଡା.ରବୀନ୍ଦ୍ର ମାଝି, ଡା.ଲକ୍ଷ୍ମଣ କର୍ମୀ, ଡିପିଏମ୍‌ ଗୁଲୁ ସାହୁ, ଅଭିଷେକ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri