ଝଡ଼ତୋଫାନ, କୁଆପଥର ବର୍ଷା

ଆଠମଲ୍ଲିକ, ୪ା୩(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ସହରରେ ବୁଧବାର ଅପରାହ୍ନରେ ହଠାତ୍‌ ପ୍ରବଳ ବେଗରେ ପବନ ମାଡ଼ିଆସିବା ସହ କୁଆପଥର ବର୍ଷା ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ସ୍ଥାନରେ ଗଛ ଉପୁଡି ପଡିବା ସହ ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଛି। ଜୋରରେ ପବନ ବହିବାରୁ ଆଠମଲ୍ଲିକ ଏନଏସି ସିଦ୍ଧପୁର ଗ୍ରାମର ଦୀନବନ୍ଧୁ ପ୍ରଧାନଙ୍କ ଛେଳି ଗୁହାଳ ଭାଙ୍ଗି ଯାଇଥିଲା। ଫଳରେ ସେଠାରେ ଥିବା ୨ଶହ ମେଣ୍ଢାରୁ ୯ଟିର ମୃତ୍ୟୁ ଘଟିଛି। ସେହିପରି ଆଠମଲ୍ଲିକ ଥାନା ଆଇଆଇସି ପ୍ରିୟବ୍ରତ ଦାସଙ୍କ ସରକାରୀ ବାସଭବନ ଉପରେ ଏକ ବିଶାଳ ଲିମ୍ବ ଗଛ ଉପୁଡି ପଡିଥିଲା। ଆଇଆଇସି ଘରେ ଥିବାବେଳେ ସେ ସୁରକ୍ଷିତ ଥିବା ଜଣାପଡିଛି। ଏଥିସହ ଏକ ଶାଗୁଆନ ଗଛ ଭାଙ୍ଗି ତାଙ୍କ ବାସଭବନର ଗେଟରେ ପଡିଛି। ସ୍ଥାନୀୟ ମୋଚିସାହିର ଯୁବକ ମଧୁମେୟ ତାଙ୍କ ଦୋକାନ ଘର ପୂଜା କରୁଥିବା ବେଳେ ଏକ ବିରାଟ ଗଛ ଉପରେ ପଡ଼ିବାରୁ ତାଙ୍କର ଗୋଟିଏ ଗୋଡ ଭାଙ୍ଗି ଯାଇଛି l ତୁରନ୍ତ ତାଙ୍କୁ ଆଠମଲ୍ଲିକ ଡାକ୍ତରଖାନା ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସହରର ଦୁର୍ଗା ବଜାର, ଗଣେଶ ବଜାର, ଗାନ୍ଧୀଛକ, ଉଠାଜଳ ସେଚନ ବିଭାଗ, ବ୍ଲକ ସମ୍ମୁଖ, ବରଗାଁ ରାସ୍ତା, ତହସିଲ ଅଫିସ ରାସ୍ତା, ରାଜବାଟି ରାସ୍ତା ଇତ୍ୟାଦି ସ୍ଥାନରେ ବଡ ବଡ଼ ଗଛ ଭାଙ୍ଗି ଯାଇ ରାସ୍ତା ଅବରୋଧ ହୋଇଛି। ସେହିପରି ଅନେକ ସ୍ଥାନରେ ଗଛଗୁଡିକ ବିଦ୍ୟୁତ୍‌ ତାର ଉପରେ ପଡିଥିବାରୁ ସହରରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri