ଜୋର୍‌ ଧରୁଛି ‘ଜଷ୍ଟିସ୍‌ ଫର୍‌ ଏପ୍ରିଲ୍‌’ କ୍ୟାମ୍ପେନ୍‌

ଭୁବନେଶ୍ୱର,୭ା୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ବିଭିନ୍ନ ସ୍ଥାନରେ ହତ୍ୟା ଓ ଆକ୍ରମଣ ଶିକାର ହେଉଛନ୍ତି ବୁଲା ଜୀବଜନ୍ତୁ। ଗତ ଏପ୍ରିଲ୍‌ ମାସରେ ଭୁବନେଶ୍ୱରରେ ଏପ୍ରିଲ ନାମକ ଏକ କୁକୁର ଓ ତା’ ପେଟରେ ଥିବା ଛୁଆକୁ ପିଟି ପିଟି ହତ୍ୟା କରାଯାଇଥିଲା। ଏପରି ନିଷ୍ଠୁରତା ବିରୋଧରେ ଏବେ ଆରମ୍ଭ ହୋଇଛି ବିଦ୍ରୋହ। ଏକାଠି ହୋଇଛନ୍ତି ପଶୁପ୍ରେମୀ। ଏପ୍ରିଲକୁ ନ୍ୟାୟ ଦେବାକୁ ସାଧାରଣ ଜନତା, ସେଲିବ୍ରିଟି ଏବଂ ଆନିମଲ୍‌ ଆକ୍ଟିଭିଷ୍ଟମାନେ ଏକାଠି ହୋଇଛନ୍ତି। ଅଭିନେତ୍ରୀ ପୁଷ୍ପା ପଣ୍ଡା, ଅନୁଭା ସୌର୍ଯ୍ୟା, ଏଲିନା ସାମନ୍ତରାୟ ପ୍ରମୁଖ ସୋସିଆଲ ମିଡ଼ିଆରେ ‘ଜଷ୍ଟିସ୍‌ ଫର୍‌ ଏପ୍ରିଲ’ କ୍ୟାମ୍ପେନ୍‌ରେ ସାମିଲ ହୋଇ ଏପ୍ରିଲକୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛନ୍ତି। ଏପରି କି ସୁଦୂର ବ୍ରିଟେନ୍‌ ଓ ଆମେରିକାରୁ ଆନିମଲ୍‌ ଆକ୍ଟିଭିଷ୍ଟମାନେ ଏଥିରେ ସାମିଲ ହୋଇଛନ୍ତି। ଏହାସହ ବୁଲା ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସରକାର ସଚେତନ ହେବାକୁ ସ୍ବର ଉଠାଇଛନ୍ତି। ପ୍ରିଭେନ୍‌ଶନ୍‌ ଅଫ୍‌ କ୍ରୁଏଲିଟି ଟୁ ଆନିମଲ୍‌ସ ଆକ୍ଟ ଆଧାରରେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଗତ ମାସ ୨୧ ତାରିଖରେ ଭୁବନେଶ୍ୱରର ସାମନ୍ତରାପୁର ଅଞ୍ଚଳରେ ଦୁଇଜଣ ମହିଳା ଓ ତାଙ୍କ ପଡ଼ୋଶୀ ଏପ୍ରିଲ ନାମକ ଏକ ଗର୍ଭିଣୀ କୁକୁରକୁ ପିଟି ଗୁରୁତର ଅବସ୍ଥାରେ ଅଳିଆ ଗଦାକୁ ଫିଙ୍ଗି ଦେଇଥିଲେ। ଖବର ପାଇ ଏକାମ୍ର ଆନିମଲ୍‌ ଓ୍ବେଲ୍‌ଫେୟାର ଟ୍ରଷ୍ଟର ସଦସ୍ୟମାନେ ଉକ୍ତ କୁକୁରକୁ ଉଦ୍ଧାର କରିଥିଲେ ମଧ୍ୟ ବଞ୍ଚାଇ ପାରି ନ ଥିଲେ। ଅସ୍ତ୍ରୋପଚାର ପରେ ଉକ୍ତ କୁକୁର ପେଟରୁ ଦୁଇଟି ଛୁଆଙ୍କୁ ଜୀବିତ ଅବସ୍ଥାରେ ବାହାର କରାଯାଇଥିଲା। ବଞ୍ଚତ୍ବା ପାଇଁ ସଂଘର୍ଷ କରି ଶେଷରେ ୨୮ ତାରିଖରେ ମା’ କୁକୁର ଆଖି ବୁଜିଥିଲା। ଏହାସହ ଦୁଇ କୁକୁର ଛୁଆଙ୍କ ମଧ୍ୟରୁ ଗୋଟିଏର ମୃତ୍ୟୁ ଘଟିଥିବାବେଳେ ଅନ୍ୟଟିର ଅବସ୍ଥା ମଧ୍ୟ ଗୁରୁତର ରହିଛି। ଏହି ଘଟଣାକୁ ନେଇ ଆକ୍ରମଣ କରିଥିବା ମହିଳାଙ୍କ ନାମରେ ଆନିମଲ୍‌ ଓ୍ବେଲ୍‌ଫେୟାର ଟ୍ରଷ୍ଟ୍‌ ପକ୍ଷରୁ ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଟ୍ରଷ୍ଟ ଉଦ୍‌ବେଗ ପ୍ରକାଶ କରିଛି। ଏ ନେଇ ଲିଙ୍ଗରାଜ ଥାନା ଆଇଆଇସି ଶରତ ଚନ୍ଦ୍ର ପାତ୍ର କୁହନ୍ତି, ଏଭଳି ଛୋଟ ଘଟଣାରେ ଆମେ କେବଳ ନୋଟିସ ଜାରି କରିପାରିବୁ। କିନ୍ତୁ ଯାହା ନାମରେ ଅଭିଯୋଗ ହୋଇଛି ସେପରି କୌଣସି ମହିଳାଙ୍କୁ ଆମେ ଖୋଜି ପାଉନୁ। ତଥାପି ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ଆଉଏକ କୁକୁରକୁ ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଲ୍ଡ ଟ୍ରମ୍ପଙ୍କୁ ନାଲି ଆଖି ଦେଖାଉଛନ୍ତି ନେତାନ୍ୟାହୁ ! ଶାନ୍ତି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରି କହିଲେ -‘ଯେପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ…’

ଜେରୁଜେଲମ,୧୬।୬: ଦୀର୍ଘ ଆଲୋଚନା ପରେ, ଆମେରିକା ଏବଂ ଇରାନ ଏକ ଶାନ୍ତି ଚୁକ୍ତିନାମା ଘୋଷଣା କରିଥିଲେ। ତଥାପି, ଇସ୍ରାଏଲ ଆମେରିକା-ଇରାନ ଚୁକ୍ତିନାମାରେ ଗଭୀର ଅସନ୍ତୁଷ୍ଟ ଥିବା ପରି…

ରାସ୍ତାରେ ଉପୁଡ଼ି ପଡିଥିବା ଗଛକୁ ଯାଇ ପିଟିହେଲେ ଅଟୋ-ପିକଅପ୍, ୯…

ନନ୍ଦପୁର,୧୬।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ସୀମାଦ୍ରୀ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର…

ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ…

ଆଜି ସୁପ୍ରିମକୋର୍ଟରେ ଆଧାର ଶୁଣାଣି

ନୂଆଦିଲ୍ଲୀ,୧୬ା୬: ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଆଧାର କାର୍ଡଗୁଡ଼ିକୁ ନାଗରିକତ୍ୱ, ବାସସ୍ଥାନ ପ୍ରମାଣ ଓ ଠିକଣା ପ୍ରମାଣ ଭାବେ ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ…

ଭାରତ, ସ୍ଲୋଭାକିଆ ସହଭାଗିତା ବଢ଼ିବ

ବ୍ରାଟିସ୍ଲାଭା,୧୬ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ଏବଂ ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ମଧ୍ୟରେ ସୋମବାର ଦ୍ୱିପାକ୍ଷିକ ଆଲୋଚନା ପରେ ୨ ଦେଶ ମଧ୍ୟରେ ସହଭାଗିତାକୁ ବ୍ୟାପକ କରିବାକୁ…

ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲିକଙ୍କୁ କେନ୍ଦୁଝରରେ ଏନକାଉଣ୍ଟର, ପୋଲିସକୁ ଆକ୍ରମଣ କରିବାକୁ ଚେଷ୍ଟା…

କେନ୍ଦୁଝର,୧୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହୁଲଡ଼ିହା ଜଙ୍ଗଲ ନିକଟରେ ଏନକାଉଣ୍ଟର ହୋଇଛି । ଆଜି(ମଙ୍ଗବାର) ସଦର ଥାନା ପୋଲିସ ଏକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର…

ଆଉ ଖେଳିପାରିବେନି ବୈଭବ ସୂର୍ଯ୍ୟବଂଶୀ? ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୬।୬: ଆୟରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ଖେଳୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଶିରୋନାମାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଦୃଷ୍ଟି…

୭୫ ଟଙ୍କାର ବ୍ୟାଙ୍କ ବାଲାନ୍ସରୁ ଏନ୍‌ଡିଏର ସମ୍ଭାବ୍ୟ ଶକ୍ତି, ଚର୍ଚ୍ଚାରେ ଆଞ୍ଚଳିକ ଦଳ ‘ଏନ୍‌ସିପିଆଇ’ର ରାଜନୈତିକ ଯାତ୍ରା

ନୂଆଦିଲ୍ଲୀ,୧୫ା୬(ପି.ଟି.): ଆର୍ଥିକବର୍ଷ ୨୦୨୨-୨୩ ଶେଷ ସୁଦ୍ଧା ଯେଉଁ ରାଜନୈତିକ ଦଳର ବ୍ୟାଙ୍କ ଖାତାରେ ମାତ୍ର ୭୫ ଟଙ୍କା ବାକି ରହିଥିଲା, ଆଜି ସେହି ଅଜ୍ଞାତ ଦଳଟି ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri