ଚିନ୍ତା ବଢ଼ାଇଲେଣି ପ୍ରବାସୀ ଫେରନ୍ତା

କଟକ ଅଫିସ, ୭ା୫: ଦ୍ୱିତୀୟ ପର୍ଯ୍ୟାୟ ଶେଷ ଏବଂ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭଠାରୁ ବାହାର ରାଜ୍ୟରୁ ଓଡ଼ିଶାକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିବାରେ ଲାଗିଛନ୍ତି। ସରକାରୀ ଆକଳନ ଓ ପ୍ରସ୍ତୁତିଠାରୁ ଏହି ପ୍ରବାସୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଏମାନେ ସ୍ଥାନୀୟ ପ୍ରଶାସନ ପାଇଁ ଯେତିକି ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି, ସେତିକି ପୋଲିସ ବିଭାଗର ଚିନ୍ତା ବଢ଼ାଇଛନ୍ତି। ଫେରନ୍ତା ପ୍ରବାସୀମାନେ ସଙ୍ଗରୋଧ କେନ୍ଦ୍ରରେ କ୍ରମାଗତ ଭାବେ ବିଶଙ୍ଖଳା କରୁଥିବା ଦେଖିବାକୁ ମିଳୁଛି। କେଉଁଠି ଖାଦ୍ୟ ଫିଙ୍ଗୁଛନ୍ତି ତ ଆଉ କେଉଁଠି ସେମାନଙ୍କ ଭିତରେ ଗଣ୍ଡଗୋଳ ହେଉଛି। ଗଞ୍ଜାମ ଜିଲାର କେତେକ ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟକୁ ନେଇ ପ୍ରବାସୀମାନେ ହୋହାହ୍ଲା କରିଥିଲେ। ସେହିପରି ମଙ୍ଗଳବାର କଟକ ଜିଲା ଗୋପାଳପୁର ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ଅଲଣା ହେବାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏଭଳି ଭାବେ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଭିତରେ ରାଜ୍ୟର ବିଭିନ୍ନ ଥାନାରେ ୭ଟି ମାମଲା ରୁଜୁ ହେଲାଣି। ଏପରିକି ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଇବା ଏବଂ ବାହାରେ ବୁଲିବା ଯୋଗୁ ୮୩ଜଣଙ୍କ ବିରୋଧରେ ଏତଲା ଦାୟର ହୋଇଛି।
ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ କୁହାଯାଇଛି ଯେ, କୋଭିଡ-୧୯ ସମ୍ପର୍କିତ ଯେ କୌଣସି ଆଚରଣ ଯାହାକି ଅନ୍ୟମାନଙ୍କ ସୁରକ୍ଷାକୁ ବିପନ୍ନ କରୁଥିବ, ଯଦି କେହି ପ୍ରଦର୍ଶନ କରନ୍ତି ତାହାହେଲେ ଓଡ଼ିଶା ପୋଲିସ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧ ନିୟମକୁ ଅମାନ୍ୟ କରୁଥିବା, ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଇଥିବା ଏବଂ କଣ୍ଟେନମେଣ୍ଟ ଅଞ୍ଚଳରେ ମନଇଚ୍ଛା ଚଳପ୍ରଚଳ କରିଥିବା ଅଭିଯୋଗରେ ଓଡ଼ିଶା ପୋଲିସ ତରଫରୁ ପ୍ରବାସୀ ଫେରନ୍ତା ଶ୍ରମିକଙ୍କ ବିରୋଧରେ ବିଭିନ୍ନ ଥାନାରେ ୩ଟି ମାମଲା ରୁଜୁ କରାଯାଇଛି। ମାଲକାନଗିରି ଜିଲା ଏମ୍‌ଭି-୭୯ ଥାନା ଅଧୀନ ଏକ ସଙ୍ଗରୋଧ କେନ୍ଦ୍ରରେ କ୍ବାରାଣ୍ଟାଇନ ନିୟମ ଉଲ୍ଲଂଘନ କରି ବାହାରେ ବୁଲିବା ଅଭିଯୋଗ ହୋଇଥିଲା। ଏନେଇ କାଲିମେଳା ବିଡିଓଙ୍କ ରିପୋର୍ଟ କ୍ରମେ ଜଣଙ୍କ ବିରୋଧରେ ଏମ୍‌ଭି-୭୯ ଥାନାରେ ଏକ ମାମଲା (ନଂ. ୨୯/୨୦) ରୁଜୁ ହୋଇଛି। ସେହିଭଳି ନିର୍ବାହୀ ମାଜିଷ୍ଟ୍ରେଟଙ୍କ ରିପୋର୍ଟକୁ ଭିତ୍ତିକରି ବୁଧିଜାମ କଣ୍ଟେନମେଣ୍ଟ ଅଞ୍ଚଳରେ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ବୁଲିବା ଅଭିଯୋଗରେ ଜଣଙ୍କ ବିରୋଧରେ ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ପକ୍ଷରୁ ୮୩/୨୦ରେ ମାମଲା ରୁଜୁ ହୋଇଛି। ଉଭୟ ମାମଲାରେ ସରକାରୀ ନିର୍ଦ୍ଦେଶ ଅମାନ୍ୟ ପାଇଁ ଧାରା ୧୮୮, ସଂକ୍ରମଣ ବ୍ୟାପିବା ଭଳି କାର୍ଯ୍ୟ ଲାଗି ଧାରା ୨୬୯ ଏବଂ ୨୭୭, ସଙ୍ଗରୋଧ ଉଲଂଘନ ନିମନ୍ତେ ଧାରା ୨୭୧ ଆଦି ଦଫା ଲଗାଯାଇଛି। ଏଥିସହ ବିପର୍ଯ୍ୟୟ ପରିଚାଳନା ଆଇନ ଧାରା ୫୪ ଏବଂ ସଂକ୍ରାମକ ରୋଗ ନିୟାମକ ଧାରା ୩ ମଧ୍ୟ ସେମାନଙ୍କ ବିରୋଧରେ ଲାଗିଛି। ସେହିପରି ଗଣ୍ଡାଧାର ପଞ୍ଚାୟତର ସରପଞ୍ଚଙ୍କ ରିପୋର୍ଟକୁ ଭିତ୍ତିକରି ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନାରେ ଗୋଷ୍ଠୀ ସଂଘର୍ଷ ପାଇଁ ୭୬/୨୦ରେ ଆଇପିସି ଧାରା ୩୪୧, ୩୨୩, ୨୯୪, ୫୦୬, ୨୬୯, ୨୭୦ ଏବଂ ୩୪ରେ ୪ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଏହା ପୂର୍ବରୁ ମଙ୍ଗଳବାର ୪ଟି ମାମଲା ରୁଜୁ କରାଯାଇଥିଲା। ଟିକ୍‌ଟକ୍‌ ଭିଡିଓ ପାଇଁ ଭଦ୍ରକ ଜିଲା ତିହିଡ଼ି ଥାନାରେ ୬ଜଣଙ୍କ ବିରୋଧରେ, ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଇବା ଅଭିଯୋଗରେ ଝାରସୁଗୁଡ଼ା ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଗଞ୍ଜାମ ଜିଲା କୋଦଳା ଥାନା ଅଧୀନ ଜନତା ନୋଡ଼ାଲ୍‌ ଉଚ୍ଚ ବିଦ୍ୟାଳୟ ଏବଂ ରାଗପୁର ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଇବା ଅଭିଯୋଗରେ ଯଥାକ୍ରମେ ୫୧ ଓ ୨୬ଜଣଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri