ଜୀବନ ନେଇପାରେ ଦେଶୀ, ନକଲି ମଦ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ମହାମାରୀ କରୋନାକୁ ନେଇ ଏବେ ସମସ୍ତେ ଆତଙ୍କିତ। ଘାତକ ଭୂତାଣୁ ‘କୋଭିଡ୍‌-୧୯’ କବଳରୁ ରକ୍ଷା ପାଇବା ପାଇଁ ଏଯାଏ ସଫଳ ଔଷଧ ବାହାରି ନାହିଁ। ଏପରିସ୍ଥିତିରେ ଜୀବନମୃତ୍ୟୁର ଦୋଛକିରେ ପଡ଼ିଥିବା ମଣିଷ ଏବେ ନାନା ଗୁଜବ ଓ ଚର୍ଚ୍ଚାକୁ ବିଶ୍ୱାସ କରି କରୋନାଠାରୁ ବଡ଼ ବିପଦର ସାମ୍ନା କରୁଛି। ଏଭଳି ଗୁଜବ ଇରାନରେ ମୃତ୍ୟୁର ବିଭୀଷିକା ରଚିଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଇଣ୍ଡଷ୍ଟ୍ରିଆଲ ଆଲ୍‌କୋହଲ ପିଇ ୩ଶହରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବାବେଳେ ଓଡ଼ିଶାରେ ଏଭଳି ଭୟ ମଧ୍ୟ ଉଙ୍କି ମାରୁଛି। ମଦ ଓ ଆଲ୍‌କୋହଲିକ୍‌ ସାମଗ୍ରୀର ଢ଼େର୍‌ ଡିମାଣ୍ଡ୍‌ ପରେ ଧୀରେ ଧୀରେ ଏସବୁ ସାମଗ୍ରୀ ଏବେ ବଜାରରୁ ଉଭାନ ହେବାକୁ ବସିଛି। ଦୋକାନରୁ ଆଉ ବିଦେଶୀ ମଦ ମିଳୁ ନ ଥିବାବେଳେ ଲୋକେ ଏବେ ଦେଶୀ ଓ ନକଲି ମଦ ଆଡକୁ ମୁହଁାଇଛନ୍ତି। ଏହାର ସୁଯୋଗ ନେଇ ରାଜଧାନୀର ବିଭିନ୍ନ ବସ୍ତି, ନିଛାଟିଆ ଅଞ୍ଚଳ ଓ କେତେକ କଲୋନୀରେ ବେଆଇନ ଭାବେ ଦେଶୀ ଓ ନକଲି ମଦ କାରଖାନା ଗଢ଼ି ଉଠିଛି। ପୋଲିସ ଲକ୍‌ଡାଉନ୍‌ରେ ବ୍ୟସ୍ତ ରହୁଥିବାରୁ ମଦ ମାଫିଆମାନେ ସୁରୁଖୁରୁରେ ର଼୍ୟାକେଟ ଚଳାଇଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ବାହାନାରେ ସହରର ବିଭିନ୍ନ ଅଞ୍ଚଳ ଓ ବାହାରକୁ ମଧ୍ୟ ଚାଲାଣ କରୁଛନ୍ତି। ସହର ଉପକଣ୍ଠରେ ମଧ୍ୟ ନକଲି ଆଲ୍‌କୋହଲ ତିଆରି ହୋଇ ସହରକୁ ଆସୁଥିବା ସୂଚନା ମିଳିଛି। ଏହା ଉପରେ କାହାର ନଜର ନ ଥିବାରୁ ଆଗାମୀ ଦିନରେ ରାଜଧାନୀ ଭୟଙ୍କର ବିପଦର ସାମ୍ନା କରିବ ଓ ନକଲି ମଦ ଜୀବନ ନେଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ରାଜଧାନୀର ବିଭିନ୍ନ ବସ୍ତି ଏବେ ପାଲଟିଛି ନକଲି ମଦର ଆଡ୍ଡାସ୍ଥଳ। ଦେଶୀ ସହ ନାମିଦାମୀ ବ୍ରାଣ୍ଡ୍‌ରେ ଏଠାରେ ନକଲି ମଦ ବିକ୍ରି ହେଉଛି। ମିଳିଥିବା ସୂଚନାନୁସାରେ, ମେଡିସିନ ଦୋକାନରେ ମିଳୁଥବା ଜିଞ୍ଜର ଓ ଅନ୍ୟକେତେକ ନିଶା ଔଷଧ ବ୍ୟବହାର କରି ନକଲି ମଦ ପ୍ରସ୍ତୁତ କରାଯାଉଛି। ସେଥିରେ ଟେଷ୍ଟ୍‌ ପାଇଁ ବିଭିନ୍ନ ଫ୍ଲେବର ଦିଆଯାଉଛି। ଫଳରେ ଏହା କେତେବେଳେ ବି ବିଷାକ୍ତ ହୋଇ ଜୀବନ ନେଇଯାଇପାରେ। ୟୁନିଟ-୬ର ଦୁଇଟି ବସ୍ତି, ଗଙ୍ଗନଗର ବସ୍ତି, ଡୁମୁଡୁମା, ସାଲିଆସାହି, ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକାଧିକ ବସ୍ତିରେ ଏହି ମଦ ତିଆରି ହେଉଛି। ଅଭ୍ୟାସଗତ ମଦ୍ୟପମାନେ ପୋଲିସ ନିକଟରେ ବିଭିନ୍ନ ବାହାନା କରି ସେଠାରେ ପହଞ୍ଚତ୍ ଅସଲ ଭାବି ଚଢ଼ା ଦାମ୍‌ରେ କିଣୁଛନ୍ତି। ନିବ୍‌ ପିଛା ୨୫୦ରୁ ୩୫୦ ଟଙ୍କା ବିକ୍ରି ହେଉଥିବାବେଳେ ୩୮୦ ମିଲିକୁ ୫ ଶହରୁ ୬ ଶହ ଟଙ୍କାରେ ବିକ୍ରି ହେଉଛି। ୭୫୦ ମିଲିକୁ ୧ହଜାରରୁ ୧୨ଶହ ଟଙ୍କା ନିଆଯାଉଛି। ଏହାଠାରୁ ଦାମୀ ବ୍ରାଣ୍ଡ୍‌ର କ୍ୱାଟ୍‌ ୨ ହଜାରରୁ ୨୨ ଟଙ୍କାରେ ବିକ୍ରି ହେଉଛି। ତେବେ ଏହିସବୁ ମଦ କିନ୍ତୁ ଅସଲି ନ ଥିବା ଅନୁସନ୍ଧାନରୁ ଜଣାପଡିଛି। ଦାମୀ ବ୍ରାଣ୍ଡ୍‌ର ଲେବୁଲ୍‌ ଥିବା ପୁରୁଣା ବୋତଲରେ ନକଲି ମଦ ବିକ୍ରି କରାଯାଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ଗୋଟିଏ ପଟେ ରାଜ୍ୟ ସରକାର ଓ ରାଜ୍ୟବାସୀ କରୋନା ସହ ଲଢ଼ୁଥିବାବେଳେ ଏପଟେ ନିଶା ମାଫିଆ ରାଜ୍ୟ ରାଜଧାନୀରେ ବିଷାକ୍ତ ମଦ ବିକ୍ରି କରି ଭବିଷ୍ୟତରେ ମଦ ମୃତ୍ୟୁ ବିଭୀଷିକା ଘଟାଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri