ଜିଲାପାଳଙ୍କୁ ଦାବିପତ୍ର ଦେଲେ ଅଞ୍ଚଳବାସୀ: ଫାଣ୍ଡି ସ୍ଥାପନ, ହାତୀ ଉପଦ୍ରବ ରୋକାଯାଉ

ତାଳଚେର,୮ା୧(ନି.ପ୍ର.)- ତାଳଚେର ବ୍ଲକର ସନ୍ଥପଡ଼ା, ଗୁରୁଜାଙ୍ଗୁଲି ଏବଂ ବନ୍ତୋଲ ପଞ୍ଚାୟତର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ସହିତ ବହ୍ଲର ଛକଠାରେ ଏକ ଫାଣ୍ଡି ସ୍ଥାପନ ନିମନ୍ତେ ଅଞ୍ଚଳବାସୀ ସୋମବାର ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଦାବି କରିଛନ୍ତି। ସେହିପରି ପରଜଙ୍ଗ ନିକଟ ଜଙ୍ଗଲରୁ ଚାଲିଆସୁଥିବା ହାତୀ ତାଳଚେର ଅଞ୍ଚଳରେ କ୍ରମାଗତ ଭାବେ କ୍ଷୟକ୍ଷତି ଘଟାଉଥିବାରୁ ତାହା ରୋକିବା, ବୃଦ୍ଧିପାଉଥିବା ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଉଥିଲେ ବି କିଛି ସୁଫଳ ମିଳୁି ନ ଥିବା ଅଞ୍ଚଳବାସୀ ଜିଲାପାଳଙ୍କୁ ଜଣାଇଛନ୍ତି। ତେଣୁ ହାତୀ ଉପଦ୍ରବରୁ ରକ୍ଷା ନିମନ୍ତେ ବ୍ରାହ୍ମଣୀ ନଦୀ କୂଳରେ ସୋଲାର ଫେନସିଙ୍ଗ କରାଯିବା ଏବଂ ଏନ୍‌ଟିପିସି/ଟିଟିପିଏସ୍‌ ଆଶପଣ୍ଡରୁ ଜଙ୍ଗଲ ସଫା କରିବା, ଜାତୀୟ ରାଜପଥର ତାଳଚେର ବାଇପାସ ଠାରୁ ଚାଇଁପାଳ ପର୍ଯ୍ୟନ୍ତ ଓ ବହ୍ଲର ଛକ ଠାରୁ ବ୍ରାହ୍ମଣୀ ବ୍ରିଜ୍‌ ପର୍ଯ୍ୟନ୍ତ ମରାମତି, ଧୂଳି ରୋକିବାକୁ ଜଳ ସିଞ୍ଚନ ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଏଥିସହ ତାଳଚେର-ବଅଁରପାଳ ରାସ୍ତାର ବ୍ୟବସାୟିକ ପେଣ୍ଠସ୍ଥଳୀ ବହ୍ଲର ଛକରେ ଆପରାଧିକ କାର୍ଯ୍ୟ ବଢ଼ୁଥିବାରୁ ସେଠାରେ ଫାଣ୍ଡି ସ୍ଥାପନ କରିବାକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଗୁରୁଜାଙ୍ଗୁଲି ସରପଞ୍ଚ ସନ୍ତୋଷ କୁମାର ମହାନ୍ତି, ସନ୍ଥପଡ଼ା ସରପଞ୍ଚ ରୀନା ବେହେରା, ବରିଷ୍ଠ ଭାଜପା ନେତା ରୁଦ୍ର ନାରାୟଣ ପାଣି ପ୍ରମୁଖ ଦାବି କରିଛନ୍ତି। ପୂର୍ବତନ ସମିତିସଭ୍ୟ ସହଦେବ ସାହୁଙ୍କ ନେତୃତ୍ୱରେ ସନ୍ଥପଡ଼ା, ଗୁରୁଜାଙ୍ଗୁଲି ଏବଂ ବନ୍ତୋଲ ପଞ୍ଚାୟତ ଅଧିବାସୀ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri