ଜିଆର୍‌ଏସ୍‌ ସଂଯୁକ୍ତା ହତ୍ୟା ମାମଲା,୨ ମିଲିସିଆ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୮ା୧- ସାଧାରଣ ନିର୍ବାଚନ ବେଳେ କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ଜିଆର୍‌ଏସ୍‌ ସଂଯୁକ୍ତା ଦିଗାଲଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ। ଏହି ଘଟଣାରେ ଗୋଚ୍ଛାପଡା ଥାନା ପୋଲିସ ୨ ମିଲିସିଆଙ୍କୁ ଗିରଫ କରିଛି। ସେମାନେ ହେଲେ ପାଙ୍ଗା ଉପରସାହିର ସମିତି ସଭ୍ୟ ଗୁନି ଦିଗାଲ ଓ ସିଡ଼ା ଦିଗାଲ ା ତଦନ୍ତ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି ା
ପୋଲିସ ସୂଚନା ଅନୁସାରେ, ଗୁନି ଓ ସିଡ଼ା ମାଓବାଦୀଙ୍କ ସମର୍ଥକ ଥିଲେ ା ସବୁ ଖବର ମାଓବାଦୀଙ୍କୁ ପଠାଉଥିଲେ ା ମାଓବାଦୀଙ୍କ ସହ ମିଶି ବିଭିନ୍ନ ଆଲୋଚନାରେ ଭାଗ ନେଇ ଗ୍ରାମରେ ଉପସ୍ଥିତି ଜାହିର କରୁଥିଲେ ା ନିର୍ବାଚନ ଭଣ୍ଡୁର କରିବା ଏବଂ ପୋଲିଂ ପାର୍ଟି ଉଡ଼ାଇ ଦେବାକୁ ସେମାନେ ନିଷ୍ପତ୍ତି ନେଇଥିଲେ ା ଏ ନେଇ ଏସ୍‌ପି ପ୍ରତୀକ ଗୀତା ସିଂ କହିଛନ୍ତି, ମାଓବାଦୀଙ୍କ ସହ ମିଶି ବୈଠକ କରିଥିଲେ ା ଗାଁ ଗାଁ ବୁଲି ମାଓବାଦୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ସେମାନଙ୍କ ଟାର୍ଗେଟ ଇଲେକ୍ସନ ପାର୍ଟି ଉପରେ ଥିଲା ା ସଂଯୁକ୍ତାଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ା ଏହି ଘଟଣାରେ ଅନ୍ୟମାନେ ବି ସାମିଲ ଥିବା ଏସ୍‌ପି କହିଛନ୍ତି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୭ ତାରିଖରେ ସାଧାରଣ ନିର୍ବାଚନ ପାଇଁ ପୋଲିଂ ପାର୍ଟି ଚେକିଂ ପାଇଁ ଏକ ଗାଡ଼ିରେ ଯାଉଥିଲେ ା ସେଥିରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପ୍ରକାଶ ଦାସ, ମେସେଞ୍ଜର ତଥା ଲୁଇସିଂ ପଞ୍ଚାୟତ ଜିଆରଏସ୍‌ ସଂଯୁକ୍ତା ଏବଂ ଅନ୍ୟମାନେ ଥିଲେ ା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡାଠାରୁ ୧୦/୧୨ କିମି ଦୂର କୋଏରମାଣ୍ଡୁ ପଞ୍ଚାୟତ ବାରାହାଲାଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଗାଡି ଡ୍ରାଇଭର ତୁରନ୍ତ ଗାଡି ଅଟକାଇ ପଛକୁ ବୁଲାଇ ଫେରିବାକୁ ଚେଷ୍ଟା କରୁଥିବା ବେଳେ ଗୁଳି ଫୁଟିଥିଲା ା ଗୁଳିଟି ସଂଯୁକ୍ତାଙ୍କ ମୁଣ୍ଡରେ ବାଜିଥିଲା ା ଡ୍ରାଇଭର ଗାଡି ନ ଅଟକାଇ ବାଲନ୍ଦାପଡା ମେଡିକାଲ ନେଇ ଆସିଥିଲେ ା ସେଠାରେ ସଞ୍ଜୁକ୍ତାଙ୍କ ମୃତ୍ୟୁ ଘଟିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟଙ୍କ ଲିଷ୍ଟିଂରେ ଓଡ଼ିଶା ଡିଜିପି ଚୟନ ପ୍ରସଙ୍ଗକୁ ସାମିଲ କରାଯାଇଛି।…

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?