ଜାଗା ଯୋଜନାରେ ମିଳୁନି ଘର

ବାଲେଶ୍ୱର ଅଫିସ, ୧୭।୧୨ (ମାନସ ବିଶ୍ୱାଳ)-ସହର ତଳି ଅଞ୍ଚଳରେ ଥିବା ସରକାରୀ ଜାଗାରେ ଦୀର୍ଘଦିନ ଧରି ବସବାସ କରିଆସୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର ଜାଗା ଯୋଜନାରେ ୩୫୦ ସ୍କୋୟାର ଫୁଟ୍‌ ଜମି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ବାଲେଶ୍ୱର ସହର ସହଦେବଖୁଣ୍ଟା ଅଞ୍ଚଳର ଗୋଶାଳପଦା ଓ ଚାନ୍ଦବାଲି ପଡ଼ିଆରେ ବସବାସ କରୁଥିବା ୩ଶହରୁ ଊର୍ଦ୍ଧ୍ୱ ବସ୍ତିବାସିନ୍ଦାଙ୍କ ମଧ୍ୟରୁ ୧୫ଜଣ ଜମି ସାର୍ଟିଫିକେଟ୍‌ ପାଇ ମଧ୍ୟ ସ୍ଥାନୀୟ ପ୍ରଶାସନର ଭୁଲ୍‌ ଯୋଗୁ ହନ୍ତସନ୍ତ ହେଉଛନ୍ତି। ସୋମବାର ସେମାନେ ନିଜ ନିଜର କାଗଜପତ୍ର ଧରି ସ୍ଥାନୀୟ କାଉନ୍‌ସିଲର ଦେବାଶିଷ ସିଂଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କୁ ଭେଟି ସାର୍ଟିଫିକେଟ୍‌କୁ ଠିକ୍‌ କରିବା ସହ ସରକାରୀ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଆବେଦନ କରିଛନ୍ତି।
ସହଦେବଖୁଣ୍ଟା ମୌଜା ଖାତା ନଂ.୫୧୧ରେ ଗୋଶାଳପଦା ଗ୍ରାମର ବିଶ୍ୱନାଥ ହେମ୍ବ୍ରମ୍‌ ଖସଡ଼ା ନଂ. ୩୯୫ରୁ ୧୪୯.୨୮ ସ୍କୋୟାରଫୁଟ୍‌ ଜାଗା ପାଇଥିବା ବେଳେ ରଙ୍ଗଲତା ପାତ୍ର ୧୬୫.୫୭ ସ୍କୋୟାରଫୁଟ୍‌, ସବିତା ପାତ୍ର ୧୫୪.୧୨ ସ୍କୋୟାରଫୁଟ୍‌, ସୁର ହେମ୍ବ୍ରମ୍‌ ୧୯୩.୮୭ ସ୍କୋୟାରଫୁଟ୍‌, ରାଧା ମାରାଣ୍ଡି ୨୧୯.୮୮ ସ୍କୋୟାରଫୁଟ୍‌ ଜାଗା ପାଇଛନ୍ତି। ଏହିପରି ଅନେକ ବସ୍ତିବାସିନ୍ଦା ଏହିପରି କମ୍‌ ଜାଗା ପାଇଥିବାରୁ ସେମାନେ ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅତି କମ୍‌ରେ ୩୫୦ ସ୍କୋୟାରଫୁଟ୍‌ ଜାଗା ଆବଶ୍ୟକ ଥିବାବେଳେ ଉକ୍ତ ବ୍ୟକ୍ତିମାନଙ୍କୁ ମିଳିଥିବା ଜାଗାରେ ଏହା ସମ୍ଭବ ହେଉନାହଁି। ଅନ୍ୟପକ୍ଷରେ ମିଳିଥିବା ଜାଗା ପ୍ରମାଣପତ୍ରରେ ‘ଜାତି’ ଉପସ୍ଥାପନା ହୋଇ ନ ଥିବାରୁ ସେମାନଙ୍କର ପିଲାମାନଙ୍କ ପାଠ ପଢ଼ିବା ପାଇଁ ଆବଶ୍ୟକ ଜାତିଗତ ଓ ଆୟ ପ୍ରମାଣପତ୍ର ମିଳିବା ସମ୍ଭବ ହେଉନାହଁି ବୋଲି ଅଭିଯୋଗ ହୋଇଛି। ସରକାରୀ ଯୋଜନାରେ ଏହି ଲୋକମାନେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ସେମାନଙ୍କ ପାଇଁ ସାର୍ଟିଫିକେଟ କେବଳ କାଗଜ ଖଣ୍ଡେ ହୋଇଯାଇଥିବା ପ୍ରକାଶ କରିଛନ୍ତି। ଏହାକୁ ଗୁରୁତର ଭାବେ ବିଚାର କରାଯାଇ ପୁନଃ ଜମି ସାର୍ଟିଫିକେଟ୍‌ ପ୍ରଦାନ କରାଗଲେ ସେମାନେ ଉପକୃତ ହେବେ ବୋଲି କହିଛନ୍ତି।
ଏ ସମ୍ପର୍କରେ ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ କହିଛନ୍ତି, ଉକ୍ତ ଯୋଜନା କାର୍ଯ୍ୟକାରୀ ପୂର୍ବରୁ ବସ୍ତିରେ ରହୁଥିବା ଲୋକମାନଙ୍କର ବାସସ୍ଥଳୀ ଡ୍ରୋନ୍‌ କ୍ୟାମେରା ଦ୍ୱାରା ସର୍ଭେ କରାଯାଇଥିଲା। ସେମାନେ ଯେଉଁ ଘରେ ରହୁଥିଲେ ସେହି ଅନୁଯାୟୀ ସମସ୍ତଙ୍କୁ ପ୍ରାୟ ୧ ଡିସିମିଲ କିମ୍ବା ୩୫୦ ସ୍କୋୟାର ଫୁଟ୍‌ରୁ ଊର୍ଦ୍ଧ୍ୱ ଜମି ପ୍ରଦାନ କରାଯାଇଛି। ଯେଉଁଥିରେ କି ସେମାନେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଯାଇପାରିବେ। ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କା ଅନୁଦାନ ସହ ଠିକ୍‌ ସମୟରେ କାର୍ଯ୍ୟ ଶେଷ କଲେ ୨୦ହଜାର ଟଙ୍କା ବୋନସ୍‌ ଦେବାର ବ୍ୟବସ୍ଥା ରହିଛି। ଯଦି କୌଣସି ଅଞ୍ଚଳରେ ବ୍ୟକ୍ତିମାନଙ୍କର ଏପରି ଭାବରେ କମ୍‌ ଜାଗା ଦିଆଯାଇଛି ତାହାକୁ ସଂଶୋଧନ ପାଇଁ ଆବେଦନ କରିବା ଉଚିତ।
ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ କହନ୍ତି, ନିୟମ ଅନୁସାରେ ପ୍ରତ୍ୟେକ ବସ୍ତି ବାସିନ୍ଦାଙ୍କୁ ନିର୍ଦ୍ଧାରିତ ଜମି ଯୋଗାଇ ଦିଆଯିବ। ଯଦି କୌଣସି କାରଣରୁ ଅସୁବିଧା ହୋଇଛି ଯଥାଶୀଘ୍ର ଏହାକୁ ସଂଶୋଧନ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?