ଜାଗା ଯୋଜନାରେ ମିଳୁନି ଘର

ବାଲେଶ୍ୱର ଅଫିସ, ୧୭।୧୨ (ମାନସ ବିଶ୍ୱାଳ)-ସହର ତଳି ଅଞ୍ଚଳରେ ଥିବା ସରକାରୀ ଜାଗାରେ ଦୀର୍ଘଦିନ ଧରି ବସବାସ କରିଆସୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର ଜାଗା ଯୋଜନାରେ ୩୫୦ ସ୍କୋୟାର ଫୁଟ୍‌ ଜମି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ବାଲେଶ୍ୱର ସହର ସହଦେବଖୁଣ୍ଟା ଅଞ୍ଚଳର ଗୋଶାଳପଦା ଓ ଚାନ୍ଦବାଲି ପଡ଼ିଆରେ ବସବାସ କରୁଥିବା ୩ଶହରୁ ଊର୍ଦ୍ଧ୍ୱ ବସ୍ତିବାସିନ୍ଦାଙ୍କ ମଧ୍ୟରୁ ୧୫ଜଣ ଜମି ସାର୍ଟିଫିକେଟ୍‌ ପାଇ ମଧ୍ୟ ସ୍ଥାନୀୟ ପ୍ରଶାସନର ଭୁଲ୍‌ ଯୋଗୁ ହନ୍ତସନ୍ତ ହେଉଛନ୍ତି। ସୋମବାର ସେମାନେ ନିଜ ନିଜର କାଗଜପତ୍ର ଧରି ସ୍ଥାନୀୟ କାଉନ୍‌ସିଲର ଦେବାଶିଷ ସିଂଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କୁ ଭେଟି ସାର୍ଟିଫିକେଟ୍‌କୁ ଠିକ୍‌ କରିବା ସହ ସରକାରୀ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଆବେଦନ କରିଛନ୍ତି।
ସହଦେବଖୁଣ୍ଟା ମୌଜା ଖାତା ନଂ.୫୧୧ରେ ଗୋଶାଳପଦା ଗ୍ରାମର ବିଶ୍ୱନାଥ ହେମ୍ବ୍ରମ୍‌ ଖସଡ଼ା ନଂ. ୩୯୫ରୁ ୧୪୯.୨୮ ସ୍କୋୟାରଫୁଟ୍‌ ଜାଗା ପାଇଥିବା ବେଳେ ରଙ୍ଗଲତା ପାତ୍ର ୧୬୫.୫୭ ସ୍କୋୟାରଫୁଟ୍‌, ସବିତା ପାତ୍ର ୧୫୪.୧୨ ସ୍କୋୟାରଫୁଟ୍‌, ସୁର ହେମ୍ବ୍ରମ୍‌ ୧୯୩.୮୭ ସ୍କୋୟାରଫୁଟ୍‌, ରାଧା ମାରାଣ୍ଡି ୨୧୯.୮୮ ସ୍କୋୟାରଫୁଟ୍‌ ଜାଗା ପାଇଛନ୍ତି। ଏହିପରି ଅନେକ ବସ୍ତିବାସିନ୍ଦା ଏହିପରି କମ୍‌ ଜାଗା ପାଇଥିବାରୁ ସେମାନେ ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅତି କମ୍‌ରେ ୩୫୦ ସ୍କୋୟାରଫୁଟ୍‌ ଜାଗା ଆବଶ୍ୟକ ଥିବାବେଳେ ଉକ୍ତ ବ୍ୟକ୍ତିମାନଙ୍କୁ ମିଳିଥିବା ଜାଗାରେ ଏହା ସମ୍ଭବ ହେଉନାହଁି। ଅନ୍ୟପକ୍ଷରେ ମିଳିଥିବା ଜାଗା ପ୍ରମାଣପତ୍ରରେ ‘ଜାତି’ ଉପସ୍ଥାପନା ହୋଇ ନ ଥିବାରୁ ସେମାନଙ୍କର ପିଲାମାନଙ୍କ ପାଠ ପଢ଼ିବା ପାଇଁ ଆବଶ୍ୟକ ଜାତିଗତ ଓ ଆୟ ପ୍ରମାଣପତ୍ର ମିଳିବା ସମ୍ଭବ ହେଉନାହଁି ବୋଲି ଅଭିଯୋଗ ହୋଇଛି। ସରକାରୀ ଯୋଜନାରେ ଏହି ଲୋକମାନେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ସେମାନଙ୍କ ପାଇଁ ସାର୍ଟିଫିକେଟ କେବଳ କାଗଜ ଖଣ୍ଡେ ହୋଇଯାଇଥିବା ପ୍ରକାଶ କରିଛନ୍ତି। ଏହାକୁ ଗୁରୁତର ଭାବେ ବିଚାର କରାଯାଇ ପୁନଃ ଜମି ସାର୍ଟିଫିକେଟ୍‌ ପ୍ରଦାନ କରାଗଲେ ସେମାନେ ଉପକୃତ ହେବେ ବୋଲି କହିଛନ୍ତି।
ଏ ସମ୍ପର୍କରେ ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ କହିଛନ୍ତି, ଉକ୍ତ ଯୋଜନା କାର୍ଯ୍ୟକାରୀ ପୂର୍ବରୁ ବସ୍ତିରେ ରହୁଥିବା ଲୋକମାନଙ୍କର ବାସସ୍ଥଳୀ ଡ୍ରୋନ୍‌ କ୍ୟାମେରା ଦ୍ୱାରା ସର୍ଭେ କରାଯାଇଥିଲା। ସେମାନେ ଯେଉଁ ଘରେ ରହୁଥିଲେ ସେହି ଅନୁଯାୟୀ ସମସ୍ତଙ୍କୁ ପ୍ରାୟ ୧ ଡିସିମିଲ କିମ୍ବା ୩୫୦ ସ୍କୋୟାର ଫୁଟ୍‌ରୁ ଊର୍ଦ୍ଧ୍ୱ ଜମି ପ୍ରଦାନ କରାଯାଇଛି। ଯେଉଁଥିରେ କି ସେମାନେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଯାଇପାରିବେ। ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କା ଅନୁଦାନ ସହ ଠିକ୍‌ ସମୟରେ କାର୍ଯ୍ୟ ଶେଷ କଲେ ୨୦ହଜାର ଟଙ୍କା ବୋନସ୍‌ ଦେବାର ବ୍ୟବସ୍ଥା ରହିଛି। ଯଦି କୌଣସି ଅଞ୍ଚଳରେ ବ୍ୟକ୍ତିମାନଙ୍କର ଏପରି ଭାବରେ କମ୍‌ ଜାଗା ଦିଆଯାଇଛି ତାହାକୁ ସଂଶୋଧନ ପାଇଁ ଆବେଦନ କରିବା ଉଚିତ।
ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ କହନ୍ତି, ନିୟମ ଅନୁସାରେ ପ୍ରତ୍ୟେକ ବସ୍ତି ବାସିନ୍ଦାଙ୍କୁ ନିର୍ଦ୍ଧାରିତ ଜମି ଯୋଗାଇ ଦିଆଯିବ। ଯଦି କୌଣସି କାରଣରୁ ଅସୁବିଧା ହୋଇଛି ଯଥାଶୀଘ୍ର ଏହାକୁ ସଂଶୋଧନ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri