ଜବରଦସ୍ତିଆ ଦକ୍ଷିଣା

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଠାକୁରଙ୍କ ପୂଜା ଆଳରେ ପୂଜକମାନେ ପଇସା ନେବା ବିଷୟଟି ଅନେକ ଥର ମୋତେ ବ୍ୟଥିତ କରିଛି। ସେ ଶ୍ରୀମନ୍ଦିରରେ ମୁଣ୍ଡରେ ବେତ ଛୁଅଁାଇ ଦେଇ ପଇସା ମାଗିବା ହଉ କି ବିମଳା ମନ୍ଦିରରେ ଜୋର କରି ହାତକୁ ଶଙ୍ଖା ଓ ସିନ୍ଦୂର ବଢ଼େଇ ଦେଇ ଦକ୍ଷିଣା ଦେବା କଥା; ଗଣେଶଙ୍କୁ ମୁଣ୍ଡିଆ ମାର, ମୂର୍ତ୍ତିର ପାଦକୁ ସ୍ପର୍ଶ କରି ଆଶୀର୍ବାଦ ନିଅ, ଶନି ମନ୍ଦିରରେ ନବଗ୍ରହଙ୍କ ପାଖରେ ଦୀପ ଜାଳ, ଶିବ ମନ୍ଦିରଗୁଡ଼ିକରେ ତମ୍ବା ନାଗଗୁଡ଼ିକୁ ବେଲପତ୍ର ଚଢାଅ; ଭକ୍ତମାନଙ୍କୁ ଏସବୁ ଉପଦେଶ ଦେବା ପଛରେ ପୂଜକ ବା ପଣ୍ଡିତମାନଙ୍କ ଉଦ୍ଦେଶ୍ୟ ଥାଏ ଦକ୍ଷିଣା ଆକାରରେ କିଛି ପଇସା ପାଇବା। ହେଲେ କିଛି ଦିନ ତଳେ ସାବିତ୍ରୀ ବ୍ରତ ପୂଜା ପାଇଁ ଘର ପାଖ ଏକ ଦେବୀ ମନ୍ଦିରକୁ ଯିବାର ଅନୁଭୂତି ମୋର ମନକୁ କେବଳ ବ୍ୟଥିତ କରିନାହିଁ, ବରଂ ବଦଳୁଥିବା ଏ ବ୍ୟବସ୍ଥା ପାଇଁ ମନରେ ବିଦ୍ରୋହର ଗୋଟିଏ ନିଆଁଝୁଲ ସୃଷ୍ଟି କରିଛି।
କଥାଟି ବିଷୟରେ ବିସ୍ତୃତ ଭାବରେ ନ ଜଣେଇଲେ ପାଠକେ ଏହା ବିଷୟରେ ଅନୁମାନ ଲଗେଇ ପାରିବେ ନାହିଁ, ଏଣୁ କଥାଟିକୁ ବର୍ଣ୍ଣନା କରିବାକୁ ଉଚିତ ମଣୁଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପୂଜା ସାମଗ୍ରୀ, ଶାଢ଼ି, ଚୁଡ଼ି, ଶଙ୍ଖା, ସିନ୍ଦୂର ସଜାଡ଼ି ଆମେ ମନ୍ଦିରରେ ପହଞ୍ଚତ୍ଲୁ। ସେମିତି କିଛି ଖାସ୍‌ ଭିଡ଼ ନ ଥାଏ ମନ୍ଦିରରେ। ପୂଜକ ସଭିଙ୍କୁ ଧାଡ଼ିରେ ଆସିବା ପାଇଁ କହୁଥାନ୍ତି। ଆମ ପାଳି ପଡ଼ି ଆମେ ଭୋଗଥାଳି ଏବଂ ଦକ୍ଷିଣା ଦେଇ ଅପେକ୍ଷା କରିଥାଉ। ଆମ ପାଖରେ ଜଣେ ନବ ବିବାହିତା ମହିଳା ଆସି ତାଙ୍କ ଥାଳିଟି ବଢ଼େଇଲେ। ଥାଳିରେ ଶାଢ଼ି ଖଣ୍ଡିଏ ଥାଏ ପୂଜା ପାଇଁ। ସେ ଥାଳି ବଢ଼େଇ ଦେଇ ନନାଙ୍କୁ ପଚାଶ ଟଙ୍କାଟିଏ ବଢ଼େଇ ଦେଲେ। ହଠାତ୍‌ ନନା କହି ଉଠିଲେ, ‘ଗୋଟିଏ ଶାଢ଼ି ପୂଜା କଲେ ୧oo ଟଙ୍କା ମାଆ, ଆଉ ପଚାଶ ଟଙ୍କା ଦିଅ’। ବିଚାରୀ ମହିଳା ଜଣକ ନିଜ ଶକ୍ତି ଅନୁସାରେ ସେତିକି ହିଁ ମନ୍ଦିରକୁ ନେଇକି ଆସିଥିଲେ ପୂଜକଙ୍କୁ ଦକ୍ଷିଣା ଦେବା ପାଇଁ, ସାଙ୍ଗେ ସାଙ୍ଗେ ସେ ଆଉ ପଚାଶ ଟଙ୍କା ଆଣିବେ ବା କେଉଁଠୁ? କାହାକୁ ମାଗି ପଇସା ଦେଇଦେବା ବି ଠିକ୍‌ ଲାଗିବ ନାହିଁ, ତେଣୁ ବାଧ୍ୟ ହୋଇ ସେ ମନ୍ଦିରର ଗୋଟିଏ କୋଣକୁ ଯାଇ ତାଙ୍କ ସ୍ବାମୀଙ୍କୁ ଫୋନ କଲେ ଏବଂ ଯେତେଶୀଘ୍ର ସମ୍ଭବ ପଇସା ନେଇକି ଆସିବା ପାଇଁ କହିଲେ। ସେହି ମହିଳା ଜଣକଙ୍କ ମୁହଁ ସେହି ସମୟରେ ଲଜ୍ଜାରେ ନାଲି ପଡ଼ିଯାଇଥାଏ, ସେଇ ଅନିଚ୍ଛାକୃତ ଭୁଲ୍‌ ପାଇଁ ଯାହା ସେ ଆଶା ହିଁ କରି ନ ଥିଲେ!
ମୋ ମନରେ ପ୍ରଶ୍ନ ଆସିଲା ଯେ ଶାଢ଼ି ଗୋଟାକୁ ପୂଜା କରିବା ପାଇଁ ୧oo ଟଙ୍କା ଦର ନିର୍ଦ୍ଧାରଣ କଲା କିଏ? କୌଣସି ନିର୍ଦ୍ଦିଷ୍ଟ ପୂଜା କମିଟି ନା ସଙ୍ଗଠନ? ଠାକୁରାଣୀଙ୍କ ମୂର୍ତ୍ତିରେ ଶାଢ଼ିକୁ ଟିକେ ଛୁଆଁଇ ଦେଇ ଭକ୍ତମାନଙ୍କଠାରୁ ପଇସା ନେବାର ଏହି ନୂଆ ପ୍ରକ୍ରିୟା କେବେଠାରୁ ଆରମ୍ଭ ହେଲାଣି? ଆଶ୍ଚର୍ଯ୍ୟ ଲାଗିଲା ଯେ ପୂଜକଙ୍କୁ ଟିକେ ସଙ୍କୋଚ ବି ନାହିଁ ଶହେ ଟଙ୍କାରୁ କମ ଦକ୍ଷିଣା ଦେଖିଲେ ସେ ବଡ଼ ପାଟିରେ ଆଉ ବାକି ପଇସା ମାଗିନେବାକୁ ଭକ୍ତମାନଙ୍କୁ ବାଧ୍ୟ କରୁଛନ୍ତି! ଭକ୍ତଟିଏ ମନ୍ଦିରକୁ ପୂଜା କରିବାକୁ ଯାଏ ନିଜ ପରିବାରର ଶୁଭ ମନାସିବା ପାଇଁ, ସେଠି ଏମାନେ ଟଙ୍କା ପଇସା ପାଇଁ ଏମିତି ହଟହଟା କଲେ, ସେମାନଙ୍କର ଈଶ୍ବରଙ୍କ ପ୍ରତି ବିଶ୍ୱାସ ଆଉ ଶ୍ରଦ୍ଧା ରହିବ ତ? ମୋତେ ତ ଲାଗିଲା ଆଗାମୀ ବର୍ଷଠାରୁ ମୁଁ ଆଉ କୌଣସି ମନ୍ଦିରକୁ ପୂଜା ପାଇଁ ଯିବି ନାହିଁ। ଘରେ ହିଁ ସବୁ ପ୍ରକାର ଆୟୋଜନ କରି ଶାନ୍ତିରେ ପୂଜା କରିବି। ଅନ୍ତତଃ ମନରେ କାହା ପ୍ରତି ରାଗ ଆସିବ ନାହିଁ।
ଏବେ ଅନେକ ଜାଗାରେ ଦେଖାଯାଉଛି ଯେ, ମନ୍ଦିରଗୁଡ଼ିକରେ ଟ୍ରଷ୍ଟ ଗଠନ କରାଯାଇ ତାହାର ନବୀକରଣ ଏବଂ ଉନ୍ନତୀକରଣ କରାଯାଉଛି। ଏହା ପାଇଁ ଆବଶ୍ୟକ ଅର୍ଥ ଆସେ କେଉଁଠୁ? ଟିକେ ଚିନ୍ତା କଲେ! ଏହା ପାଇଁ ସେମାନେ ଲୋକଙ୍କଠାରୁ ଚାନ୍ଦା ଆଦାୟ କରନ୍ତି ବା ଭକ୍ତମାନଙ୍କୁ ମନ୍ଦିର ଟ୍ରଷ୍ଟ ତରଫରୁ କିଛି ଅର୍ଥ ଦାନ କରିବା ପାଇଁ ବାଧ୍ୟ କରନ୍ତି। ଆର୍ଥିକ ଭାବରେ ସକ୍ଷମ ଲୋକଙ୍କର ତ ବିଶେଷ କିଛି ଅସୁବିଧା ହୁଏନାହିଁ, ଯେଉଁମାନେ ଅଭାବୀ ଭଗବାନଙ୍କ ନାଁ ଶୁଣି ଦାନ ନ ଦେଇ ଯିବାର ଅନ୍ୟ ଗତି ନାହିଁ। ପାଖରେ ନ ଥାଉ ପଛେ, ପୂଜକଙ୍କୁ ମନା କରିଦେଲେ କାଳେ କିଛି ଅନିଷ୍ଟ ହେବ, ସେହି ଭୟ ସେମାନଙ୍କ ମନରେ ସବୁବେଳେ ରହିଥାଏ।
ଆଶ୍ଚର୍ଯ୍ୟ ଲାଗେ ଯେ ପୂଜକମାନେ ନିଜ ସ୍ବାର୍ଥ ସାଧନ ପାଇଁ ଭଗବାନଙ୍କ ନାଁର ସାହାରା ନେଉଛନ୍ତି। ନ ହେଲେ ଦକ୍ଷିଣା ଆକାରରେ ପାଉଥିବା ଟଙ୍କା ପାଇଁ ଏତେ ବ୍ୟସ୍ତତା ଓ ତତ୍ପରତା କାହିଁକି? ଭକ୍ତ ନିଜ ଖୁସିରେ ଯାହା ଦେଉଛି ତାଙ୍କୁ ଖୁସି କରିପାରୁନାହିଁ କାରଣ, ଏହାକୁ ସେମାନେ ଆୟର ଏକ ନୂଆ ପନ୍ଥା ବୋଲି ଧରିନେଲେଣି। ମନ୍ଦିରର ପୂଜକ ହିସାବରେ, ନିୟମିତ ଭାବରେ ଅନୁଷ୍ଠାନ ତାଙ୍କୁ ଏକ ନିର୍ଦ୍ଧାରିତ ମୂଲ୍ୟ ଦେଉଥିଲେ ସୁଦ୍ଧା ଅତିରିକ୍ତ ଆୟ ପାଇଁ ଭକ୍ତଙ୍କୁ ବାଧ୍ୟ କରିବା ଏମାନଙ୍କର ଏକ ଅଭ୍ୟାସରେ ପରିଣତ ହେଲାଣି। ଦରମା ପରେ ଉପୁରି ଭଳି ପୂଜକମାନଙ୍କ ଉପୁରି ଆୟ ଭଗବତ ବିଶ୍ୱାସ ଏବଂ ଲୋକଙ୍କ ବିଶ୍ୱାସକୁ ବାଧା ପହଞ୍ଚାଉଛି।
ଏହି ଅନୁଭୂତି ସବୁ ସାଧାରଣ ଜନତା ନିତି ଭୋଗୁଥିଲେ ମଧ୍ୟ ମୁହଁ ଖୋଲି ବିରୋଧ କରୁନାହାନ୍ତି, କାରଣ ଏହା ପଛରେ ରହିଛି ଈଶ୍ବରଙ୍କ ଉପରେ ବିଶ୍ୱାସ ବୋଲି ଗୋଟିଏ ସମ୍ବେଦନଶୀଳ ପ୍ରସଙ୍ଗ। ସେମାନଙ୍କର ଡର, କାଳେ ଆମେ ମନା କଲେ ପୂଜକ ଅସନ୍ତୁଷ୍ଟ ହୋଇ ଆମକୁ ଅଭିଶାପ ଦେଇଦେବେ ବା ଭଗବାନଙ୍କ କୃପା ଦୃଷ୍ଟିରୁ ସେମାନେ ବଞ୍ଚତ୍ତ ହୋଇଯିବେ। ସାମାନ୍ୟ କିଛି ଟଙ୍କା ହଉ ପଛେ, ଭକ୍ତମାନଙ୍କଠାରୁ ବାଧ୍ୟ ବାଧକତାରେ ନିଆଯାଉଥିବା ଦାନ ବା ଦକ୍ଷିଣାର ଏ ପରମ୍ପରାର ଅନ୍ତ କେଉଁଠି? ଅନିଚ୍ଛାକୃତ ଭାବରେ ହାସଲ କରୁଥିବା ଏହି ଆୟ ଅସାଧୁ ଉପାୟ ଅନ୍ତର୍ଭୁକ୍ତ ହେଉନାହିଁ କି? ନା ମନ୍ଦିର ପୂଜକ ବୋଲି ଭଦ୍ରମୁଖା ଧାରଣ କରି ସେମାନେ ଅନାୟାସରେ ଏହି କାମ ସବୁ ଜାରି ରଖିବେ?
ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?