କିଏ ଏହି ହିନ୍ଦୁଜା ପରିବାର, ଯାହାଙ୍କୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ଜେନେଭା,୨୨।୬: ହିନ୍ଦୁଜା ଗୋଷ୍ଠୀର ଭିତ୍ତିପ୍ରସ୍ତର ଅବିଭାଜିତ ଭାରତର ସିନ୍ଧ ପ୍ରଦେଶର ପ୍ରସିଦ୍ଧ ଶିଖରପୁରରେ ଜନ୍ମଗ୍ରହଣ କରିଥିବା ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ୧୯୧୪ରେ ସେ ମୁମ୍ବାଇ ଆସି ସେଠାରେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କର ବ୍ୟବସାୟ ବିଶ୍ୱର ଅନ୍ୟ ଦେଶକୁ ମଧ୍ୟ ବିସ୍ତାର ହେଲା। ୧୯୧୯ରେ, ସେ ତାଙ୍କର ଅନ୍ତର୍ଜାତୀୟ ବ୍ୟବସାୟକୁ ବିସ୍ତାର କରି ଇରାନରେ ଏକ କାର୍ଯ୍ୟାଳୟ ଖୋଲିଥିଲେ। ୧୯୭୯ପର୍ଯ୍ୟନ୍ତ, ହିନ୍ଦୁଜା ଗୋଷ୍ଠୀର ମୁଖ୍ୟ କ୍ୱାର୍ଟର ଇରାନରେ ରହିଲା। ଏହା ପରେ ପରିବାର ୟୁରୋପ ଯାଇଥିଲେ।
ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜାଙ୍କ ପରେ ତାଙ୍କର ତିନି ପୁଅ – ଶ୍ରୀଚାନ୍ଦ, ଗୋପୀଚାନ୍ଦ ଏବଂ ପ୍ରକାଶ ହିଞ୍ଜୁଜା କମ୍ପାନୀ ଗ୍ରହଣ କରିଥିଲେ। ହିନ୍ଦୁଜା ପରିବାର ବ୍ରିଟେନରେ ରାଫଲେସ ନାମକ ଏକ ହୋଟେଲ ସମେତ ଅନେକ ମୂଲ୍ୟବାନ ସମ୍ପତ୍ତି କିଣିଥିଲେ। ଏହି ହୋଟେଲଟି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ବାସଭବନ ୧୦ ଡାଉନିଂ ଷ୍ଟ୍ରିଟ ଠାରୁ ମାତ୍ର କିଛି ମିଟର ଦୂରରେ।
ଭାରତୀୟ ମୂଳର ହିନ୍ଦୁଜା ପରିବାର ବ୍ରିଟେନର ସବୁଠାରୁ ଧନୀ ପରିବାର ମଧ୍ୟରେ ଗଣାଯାଏ। ବର୍ତ୍ତମାନ ଏହି ପରିବାରର ଚାରି ଜଣଙ୍କୁ ସାଢେ ଚାରି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ସମସ୍ତ ଧନୀ ବ୍ୟକ୍ତି ନିଜ ଘରୋଇ ଚାକରମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଯୋଗୁଁ ଅସୁବିଧାରେ ପଡ଼ିଛନ୍ତି।
ଏହି ମାମଲାରେ ସ୍ବିସ ପ୍ରଶାସନ ପାଇଁ ହାଜର ହୋଇଥିବା ସରକାରୀ ଓକିଲ ୟେଭ ବର୍ଟୋସା କୋର୍ଟରେ କହିଛନ୍ତି, ‘ସେମାନେ (ହିନ୍ଦୁଜା ପରିବାର) ସେମାନଙ୍କ ମଧ୍ୟରୁ ଗୋଟିଏ କୁକୁରର ରକ୍ଷଣାବେକ୍ଷଣ ଏବଂ ଖାଦ୍ୟ ପାଇଁ ଅଧିକ ଖର୍ଚ୍ଚ କରନ୍ତି। ଏହି ପରିବାର ସେମାନଙ୍କ କୁକୁର ପାଇଁ ବର୍ଷକୁ ପ୍ରାୟ ୧୦ ହଜାର ଆମେରିକୀୟ ଡଲାର ବା ସାଢେ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜଣେ ଘରୋଇ ଚାକର ବା କେୟାର ଟେକର ମାତ୍ର ୭.୮୪ ଡଲାର ଅର୍ଥାତ୍‌ ଦିନକୁ ୧୮ ଘଣ୍ଟା କାମ କରିବା ପାଇଁ କେବଳ ୬୫୫ଟଙ୍କା ପାଇଥାଆନ୍ତି।
ବର୍ଟୋସା କହିଛନ୍ତି ଯେ ଅନେକ ସେବକଙ୍କୁ ସପ୍ତାହରେ ସାତ ଦିନ କାମ କରିବାକୁ ପଡୁଥିଲା ଏବଂ ସେମାନଙ୍କୁ ସ୍ବିସ ଫ୍ରାଙ୍କ ନୁହେଁ ବରଂ ଭାରତୀୟ ଟଙ୍କାରେ ଦରମା ଦିଆଯାଉଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାକୁ ଜଙ୍ଗଲକୁ ନେଇ କରିଥିଲେ ବଳାତ୍କାର, ଏବେ କୋର୍ଟ ଶୁଣାଇଲେ ସଜା, ଅଭିଯୁକ୍ତଙ୍କୁ…

କଟକ,୨୨।୬(ପ୍ରଭୁ କଲ୍ୟାଣ ପାଲ୍‌): ନୃଶଂସତାର ସୀମା ପାର୍‌ । ଗାଁ ଟିୱେଲ ମୂଳରୁ ଟେକି ନେଇ ଜଙ୍ଗଲରେ ବଳାତ୍କାର। ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ସଜା ଶୁଣାଇଲେ…

ଲାଲୁ ଜଣେ ବଡ଼ ଖଳନାୟକ: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ପାଟନା,୨୨।୬:ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍‌ କରିଛନ୍ତି। ଲାଲୁ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ କି ବିରାଟ କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୬: ପ୍ରଖ୍ୟାତ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଆଘାତ ଯୋଗୁ ପଡ଼ିଆରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ…

ଷ୍ଟାର୍ମରଙ୍କ ଇସ୍ତଫା ପେରେ ଜାଣନ୍ତୁ କିଏ ହେବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨।୬: ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଷ୍ଟାର୍ମର କହିଛନ୍ତି,…

ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୬: ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି,…

କେନ୍ଦ୍ର ସରକାରଙ୍କ ୧୨ ବର୍ଷ , ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ: ଏହି ବିଷୟ ଉପରେ କଲେ ଆଲୋଚନା

ରାଇକିଆ,୨୨।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ହରି ଓମ କଲ୍ୟାଣ ମଣ୍ଡପ ଠାରେ ସୋମବାର କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ…

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

ଲେବର ପାର୍ଟିରେ ଉତ୍ତେଜନା ମଧ୍ୟରେ ୟୁକେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କିର୍‌ ଷ୍ଟାର୍ମର

ଲଣ୍ଡନ,୨୨।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର (ଜୁନ ୨୨) କିର୍‌ ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri