ଭଙ୍ଗା ଦଦରା ଘରେ ଚାଲିଛି ଅଙ୍ଗନଓ୍ବାଡ଼ି କେନ୍ଦ୍ର

ଯୋଡ଼ା,୨୨ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡା ସହର ମଧ୍ୟଭାଗରେ ଥିବା ୱାର୍ଡ ନଂ. ୪ ଝୁମ୍ପୁଡ଼ି ହାଟିଂରେ ଭଙ୍ଗା ଦଦରା ଘରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଛି। ଅଭିଯୋଗ ପରେ ମଧ୍ୟ ଗୃହର ମରାମତି କରାଯାଉନାହିଁ। ଫଳରେ ବିପଦସଙ୍କୁଳ ଅଙ୍ଗନୱାଡ଼ିକୁ ଶିଶୁମାନଙ୍କୁ ଛାଡ଼ିବା ପାଇଁ ନିରାପଦ ମଣୁ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଅଙ୍ଗନୱାଡ଼ି କର୍ମୀ ଇନ୍ଦୁମତି ପ୍ରଧାନ ଓ ସହାୟିକା ମମିତା ଦାସ କହିଛନ୍ତି, ଝୁମ୍ପୁଡି ହଟିଂରେ ଥିବା ଅଙ୍ଗନୱାଡ଼ିଟି ଦୀର୍ଘ ଦେଢ଼ବର୍ଷରୁ ଊଦ୍ଧର୍‌ବ ହେଲାଣି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ବସ୍ତି ଅଞ୍ଚଳରୁ ଆସୁଥିବା ଶିଶୁଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇ ବାରଣ୍ଡାରେ ଖାଦ୍ୟ ଦିଆଯାଉଛି। ଛାତରୁ ପ୍ଲାଷ୍ଟର ଖସୁଥିବାରୁ କେବଳ ଖାଇବା ସମୟରେ ଏଠାରେ ଛୁଆମାନଙ୍କୁ ଖାଦ୍ୟ ଦିଆଯାଉଛି। ପାଠପଢା ଗଛମୂଳେ ହେଉଛି। ଅଙ୍ଗନୱାଡ଼ି ଗୃହକୁ ବିପଦସଙ୍କୁଳ ଗୃହ ଭାବେ ଯୋଡ଼ା ସିଡିପିଓ ଘୋଷଣା କରିଛନ୍ତି। ତଥାପି କୌଣସି ବିକଳ୍ପ ପନ୍ଥା ନ ଥିବାରୁ ଗୃହଟିକୁ ବ୍ୟବହାର କରାଯାଉଛି। ବସ୍ତି ଆଖପାଖ ଅଞ୍ଚଳରେ ଭଡ଼ାରେ ଘର ଅନ୍ବେଷଣ କରି ଅଙ୍ଗନୱାଡ଼ିଟିକୁ ଚଳାଇବା ପାଇଁ ସିଡିପିଓ କହିଥିଲେ। ମାତ୍ର ଘର ମିଳୁ ନ ଥିବା କର୍ମୀ ଇନ୍ଦୁମତି କହିଛନ୍ତି। ଏ ନେଇ ଯୋଡ଼ା ପୌର ପାଳିକା ଅଧ୍ୟକ୍ଷଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି। ସାହାଯ୍ୟର ପ୍ରତିଶ୍ରୁତି ମିଳିଛି। ରୋଷଶାଳା ଛାତରୁ ସିମେଣ୍ଟ ପଲସ୍ତରା ଖସୁଥିବାରୁ ରୋଷେଇ ବାହାରେ କରାଯାଉଥିବା ସହାୟିକା କହିଛନ୍ତି। ପୌର ଅଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁ କହିଛନ୍ତି, ଏହା ତାଙ୍କ ଜ୍ଞାତସାରରେ ଅଛି, ଖୁବ୍‌ଶୀଘ୍ର ସିଡିପିଓଙ୍କ ସହ କଥା ହୋଇ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ। ଯୋଡ଼ା ସିଡିପିଓ ମାନସୀ ବେହେରା କହିଛନ୍ତି, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଅଧ୍ୟକ୍ଷଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ନିର୍ବାଚନ ଯୋଗୁ ବିଳମ୍ବ ହୋଇଛି। ଖୁବ୍‌ଶୀଘ୍ର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେଡି ନେତା

କଟକ,୧୫ା୭ (କାର୍ତ୍ତିକ ସାହୁ):ରାଜ୍ୟ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନଁାରେ ମିଥ୍ୟା ସତ୍ୟପାଠ ପ୍ରଦାନ ଅଭିଯୋଗ ନେଇ ହାଇକୋର୍ଟରେ ମାମଲା...

ବିଦ୍ୟାଳୟରେ ବିବାହ ଉତ୍ସବ ପାଇଁ ଅନୁମତି ଦେଇ ଅଡ଼ୁଆରେ ପ୍ରଧାନ ଶିକ୍ଷକ

ଭଣ୍ଡାରିପୋଖରୀ,୧୬ା୭(ରାଜେନ୍ଦ୍ର ଶତପଥୀ):ବିଦ୍ୟାଳୟ ପରିସରରେ ଏକ ବିବାହ ଉତ୍ସବକୁ ଅନୁମତି ଦେଇ ଅଡ଼ୁଆରେ ପଡ଼ିଛନ୍ତି ପ୍ରଧାନ ଶିକ୍ଷକ। ଏନେଇ ଅଭିଯୋଗ ପରେ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର...

ଏଏସ୍‌ଓ: ମାଡ଼ଖାଇ ବଦଳି

ଭୁବନେଶ୍ୱର,୧୬ା୭(ଅସମାପିକା ସାହୁ): ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଅଭିଯୋଗ କରିଥିବା ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ସଂସଦୀୟ...

ବାହୁଡ଼ିଲେ ମହାପ୍ରଭୁ

ପୁରୀ,୧୬ା୭(ଅଜିତ୍‌ କୁମାର ମହାନ୍ତି): ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ପବିତ୍ର ଆଷାଢ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ...

ସିଂହଦ୍ୱାରରେ ଲାଗିଲା ତିନି ରଥ, ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼

ପୁରୀ,୧୫।୭: ସିଂହଦ୍ୱାରରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ସିଂହଦ୍ୱାରରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼...

ରତ୍ନଭଣ୍ଡାର ଭିତରେ କ’ଣ ସବୁ ରହିଛି, ରହସ୍ୟ ଖୋଲିଲେ ସେବାୟତ, କହିଲେ ଭିତରେ ୫ଟି…

ଭୁବନେଶ୍ୱର,୧୫।୭: ଦୀର୍ଘ ୪୬ବର୍ଷ ପରେ ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ତେବେ ରତ୍ନଭଣ୍ଡାର ଭିତରେ କ’ଣ ରହିଛି ତାକୁ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ...

ବର୍ଷାରେ ଭିଜିଲେ ଜଗନ୍ନାଥ

ଦାରିଙ୍ଗବାଡି,୧୫।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବହୁ ଆଡମ୍ବରରେ ବାହୁଡା଼ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ଅଞ୍ଚଳରେ ତୁହାକୁ ତୁହା ବର୍ଷା କାରଣରୁ କିଛି ସ୍ଥାନରେ...

୩ ଠାକୁର ଖାଇଲେ ମାଉସୀଙ୍କ ହାତର ପୋଡ଼ପିଠା

ପୁରୀ,୧୫।୭: ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ମା’ ମନ୍ଦିରରରେ ଅଟକି ତିନି ଠାକୁର ପୋଡପିଠା ଖାଇଛନ୍ତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗୁଣ୍ଡିଚା ମନ୍ଦିରରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri