ଜବରଦଖଲରେ ମୁଖ୍ୟ ରାସ୍ତା, ବଢୁଛି ଟ୍ରାଫିକ୍‌ ସମସ୍ୟା

ଚିକିଟି,୨୦।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ଗୁରୁତର ହେବାରେ ଲାଗିଛି ।ବଜାରର ଅଣଓସାରିଆ ରାସ୍ତା ଏହାର ମୁଖ୍ୟ କାରଣ । ୧୯୭୩ରେ ଚିକିଟି ଏନ୍‌ଏସି ଗଠିତ ହୋଇଥିଲା । କ୍ରମବଦ୍ଧିଷ୍ଣୁ ଏହି ସହରର ମୁଖ୍ୟ ବଜାରରେ ସୁଚିନ୍ତିତ ରାସ୍ତା ନିର୍ମାଣ କରାଯାଇ ନ ଥିବାରୁ ଏହାର ପରିଣାମ ସ୍ଥାନୀୟ ଓ ଆଖପାଖ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ଭୋଗିବାକୁ ପଢୁଛି ।
ଚିକିଟି ଏନଏସି ୧୨ ୱାର୍ଡକୁ ନେଇ ଗଠିତ । ପ୍ରତି ୱାର୍ଡରେ ରାସ୍ତା ପାଇଁ ଅତିକମ୍‌ରେ ୧୨ଫୁଟ ଓ ଡ୍ରେନ୍‌ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ୩ ଫୁଟ ଜାଗା ରହିବା ଆବଶ୍ୟକ। ମାତ୍ର ଚିକିଟି ମୁଖ୍ୟ ବଜାର ଏବଂ ପ୍ରତି ୱାର୍ଡର ରାସ୍ତା ଏତେ ସଂକୀର୍ଣ୍ଣ ଯେ ରାସ୍ତାରେ ଦୁଇଟି ଗାଡି ଯାତାୟାତ ସମ୍ଭବ ହେଉନାହିଁ। ଅନ୍ୟପକ୍ଷରେ ପ୍ରତ୍ୟେକ ଗଳିକନ୍ଦିରେ ଉଠାଦୋକାନୀ ତଥା ବ୍ୟବସାୟୀମାନେ ଜବରଦଖଲ କରିଥିବାରୁ ରାସ୍ତା ଅଧିକ ସଂକୁଚିତ ହେଉଛି। ଏଥିପାଇଁ ଛୋଟବଡ ଦୁର୍ଘଟଣା ଘଟିବାରେ ଲାଗିଛି । କେତେଜଣ ବୟୋଜ୍ୟେଷ୍ଠ ଲୋକଙ୍କ କହିବା ଅନୁଯାୟୀ ବଜାରର ମୁଖ୍ୟ ରାସ୍ତା ୨୦ ଫୁଟରୁ ଅଧିକ ଥିଲା । ଦିନକୁ ଦିନ ଏହା ସଂକୁଚିତ ହେଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏଥିସହ ସରକାରୀ ଓ ବେସରକାରୀ ଉଚ୍ଚବିଦ୍ୟାଳୟ ସାଙ୍ଗକୁ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଥିବାରୁ ବଜାର ମୁଖ୍ୟ ରାସ୍ତାରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗହଳି ଲାଗି ରହେ। ତେଣୁ ଏନଏସି କର୍ତ୍ତୃପକ୍ଷ, ଜିଲା ପ୍ରଶାସନ ଓ ପୋଲିସ୍‌ ପ୍ରଶାସନ ପକ୍ଷରୁ ରାସ୍ତାରୁ ଜବରଦଖଲ ହଟାଇ ଅଧିକ ଚଉଡା କରିବା ନିମନ୍ତେ ସାଧାରଣରେ ଦାବି ହେଉଛି । ଅନ୍ୟପକ୍ଷରେ ବିନା ଡ୍ରାଇଭଂ ଲାଇସେନ୍ସରେ କମ୍‌ ବୟସର ୨ଚକିଆ, ତିନିଚକିଆ ଓ ଚାରିଚକିଆ ଚାଳକମାନେ ବେପରୁଆ ଗାଡି ଚଳାଉ ଥିବାରୁ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ଏନ୍‌ଏସି କାଯର୍‌ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କୁ ପଚାରିବାରୁ ସେ ୪ ମାସ ହେଲା ଏଠାରେ ନିଯୁକ୍ତି ପାଇଛନ୍ତି, ପୂର୍ବରୁ କ’ଣ ହୋଇଛି ତାହା ଜାଣି ନ ଥିବା କହିଛନ୍ତି। ବର୍ତ୍ତମାନ ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ସହଯୋଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪: ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା ସୃଷ୍ଟି...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ ଜନସାଧାରଣଙ୍କୁ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri