ଛାର୍‌ରି ଝି’ର ଚିନ୍‌ତାରେ ବୁରୁଧ୍‌ ମା’ବାପ୍‌

ଲାଠୋର, ୨୨।୧୦(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର କର୍ତ୍ତିଆପଡ଼ାର ବାସିନ୍‌ଦା ବୁରୁଧ୍‌ ଦମ୍ପତି ବଂଶୀଧର ସାହୁ(୬୮) ଆର ସପୁର ସାହୁ(୬୨)। ଇ ଦମ୍ପତିକର ୪ ଝି’। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଦମ୍ପତି କୁଲିମଜୁରି କରି କୁଟୁମ ପୁଷୁଥିଲେ। ସମିଆ ହେଲାରୁ ଦୁଖ୍‌ସୁଖ କରି ଝି’ମାନକୁ ବିହାଚୁରା କରିଥିଲେ। ହେଲେ ପୁଓ ନାଇଁ ବଲି ବୁରୁଧ୍‌ ଦମ୍ପତି ଦୁତୀଅ ଝି’ ବୁଇ(୪୦)କୁଁ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କେନଗଁା ଥାନା ଅଧୀନ ଡୁଙ୍ଗୁରିଆ ଗଁାର ଫାଲଗୁନି ସାହୁକଁୁ ବିହା କରେଇ ଘରଜୁଏଁ କରିଥିଲେ। ବୁରୁଧ୍‌ ଦମ୍ପତି ଭାବିଥିଲେ ପୁଓ ତ ନାଇଁ ବୁଢ଼ାବୁଢ଼ି କାଲେ ଝି’ଜୁଏଁ ହେଲେ ଥିରପାଏନ୍‌ ଟିକେ ଦେବେ। ଝି’ଜୁଏଁ ବି ୬ ବଛର ତକ୍‌ ହସ୍‌ଖୁସିରେ ଚଲ୍‌ଲେ। ଝି’ ୭ମାସର ଗରଭ୍‌ବତୀ ହେଲା ଉତାରୁ ଜୁଏଁ ଦାଦନ୍‌ ଖଟିଯିବାର ବାହାନାରେ ଘରୁ ପଲେଇଗଲେ। ଅନେକ ଦିନ୍‌ ଉତାରୁ ବି ସେ ଘରକେ ନାଇଁ ଫିରଲେ। ଘରର ଲୋକ୍‌ ଖୁଜାଖୁଜି କରି ନିରାଶ ହେଲାରୁ ବାପ୍‌ ଝି’ ଲାଠୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ କିଛି ଲାଭ ନାଇଁ ହେଲା। ବଛର କେତେଟା ଉତାରୁ ଘରର ଲୋକ୍‌ ଜାନବାକେ ପାଏଲେ ଯେ, ଜୁଏଁ ଉନିଆ କେନ୍‌ ମାଏକିନାର ସଂଗେ ଲଟରପଟର ହେଇ ରହୁଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ବୁଇ ନିଜର ୧୨ ବଛ୍‌ରିଆ ପୁଓକେ ଧରି ବୁରୁଧ୍‌ ମା’ବାପ୍‌ ଆଶ୍‌ରେରେ ରହୁଛନ୍‌। ଇଆଡ଼େ ବୁରୁଧ୍‌ ଦମ୍ପତି ବଏସ୍‌ ଅଧ୍‌କା ହେବାର ଲାଗି କାମ୍‌ବୁତା କରି ନାଇଁପାରବାର। ହରମେଶା ସେମାନେ ଛାର୍‌ରି ଝି’ ଆର ନାତିର ଭବିଷତ୍‌ ଚିନ୍‌ତାରେ ଆଏଁଖ୍‌ଥୁ ଲହ ଗଡ଼ଉଛନ୍‌। ବୁରୁଧ୍‌ ଦମ୍ପତି ମାସିକ ୫ଶହ ଟଁକା ଲେଖେଁ ଭତା ଆର ୩୫ କେ.ଜି. ଚାଉଲ ପାଉଛନ୍‌। ସେନ୍‌ତା ବୁଇ ଥାନୀଅ ସ୍କୁଲରେ ରଁାଧେନ୍‌ ହେଇ ୧୪ଶହ ଟଁକା ଆର ପଁଚେତ୍‌ରୁ ୧୦ କେ.ଜି. ଚାଉଲ ପାଉଛନ୍‌। ହେଲେ ୧୪ଶହ ଟଁକା ଆର ୧୦ କେ.ଜି. ଚାଉଲରେ ବୁଇ ଘର ଚଲାବାର ସଂଗେ ଛୁଆକେ ପାଠ୍‌ ପଢ଼ାବାର ସମ୍‌ଭବ ନୁହେଁ। ଏନ୍‌ତାଥି ଘରଖଁଡ଼େ ତିଆରିବାରଟା ତାକର ଲାଗି ସାତ୍‌ସପନ ହେଇଛେ। ବୁଇ ବଛ୍‌ରେ ପାଖାପାଖି ହେଲା ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଆବେଦନ କରିଛନ୍‌। ହେଲେ ଏଭ୍‌ତକ ସେ ଘର ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଥାନୀଅ ପରଶାସନ ଇ ଦୁଖିନୀ ମହିଲାକଁର ଉପରେ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ଘରଖଁଡ଼େ ଆର ମାସିକ ୩୫ କେ.ଜି. ଚାଉଲ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?