ତୋଟାବନ୍ଧ ସାହିର ୨୫ ପରିବାରଙ୍କୁ ଥଇଥାନ ଦାବି: ବିଏମ୍‌ସି ଦ୍ୱାରସ୍ଥ ହେଲେ ଉଚ୍ଛେଦ ପରିବାର

ବ୍ରହ୍ମପୁର ଅଫିସ,୨୨ା୧୦-ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାସ୍ତା ପ୍ରଶସ୍ତୀକରଣ ନେଇ ଶନିବାର ଓ ରବିବାର ହୋଇଥିବା ଉଚ୍ଛେଦରେ ଅନେକ ପରିବାର ବାସହରା ହୋଇଛନ୍ତି। ଉଚ୍ଛେଦରେ ବିଏମ୍‌ସିର ୧୦ ନଂ. ୱାର୍ଡ ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ହାଇସ୍କୁଲସାହି ନିକଟ ତୋଟାବନ୍ଧ ସାହିର ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପରିବାର ଗୃହଶୂନ୍ୟ ହୋଇଥିବା ଅଭିଯୋଗ ହୋଇଛି ା ତୁରନ୍ତ ଥଇଥାନ କରାଯିବାକୁ ସେମାନେ ଦାବି କରିଛନ୍ତି। ସୋମବାର ୨୫ ପରିବାର ସଦସ୍ୟମାନେ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ସାକ୍ଷାତ କରି ତୁରନ୍ତ ଥଇଥାନ କରିବାକୁ ଦାବି କରିଥିଲେ ା ସରକାରଙ୍କ ଆଗାମୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ଅସ୍ଥାୟୀ ଥଇଥାନ ଦିଗରେ ପଦକ୍ଷେପ ନିଆଯିବା ନେଇ କମିଶନର ପ୍ରତିଶ୍ରୁତି ଦେବା ପରେ ଅଞ୍ଚଳବାସୀ ଫେରିଥିଲେ ା
ହଳଦିଆପଦର ବସ୍‌ ଟର୍ମିନାଲ କାର୍ଯ୍ୟକ୍ଷମ ପରେ ହରିଡାଖଣ୍ଡି ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକ, ପୁରୁଣା ବ୍ରହ୍ମପୁର, ଆମ୍ବମାର୍କେଟ ଦେଇ ବସ୍‌ ଚଳାଚଳ ସ୍ବାଭାବିକ ପାଇଁ ରାସ୍ତା ପ୍ରଶସ୍ତୀକରଣ କରିବାକୁ ବିଏମ୍‌ସି ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ା
ଶନିବାର ଓ ରବିବାର ବ୍ରହ୍ମପୁର ହରିଡାଖଣ୍ଡି ପେଟ୍ରୋଲ ପମ୍ପ ଅଞ୍ଚଳରୁ ଆରମ୍ଭ କରି ବାଲୁଙ୍କେଶ୍ୱର ମନ୍ଦିର ଛକ, ପୁରୁଣାବ୍ରହ୍ମପୁର, ଆମ୍ବମାର୍କେଟ ଓ ଧୋବାବନ୍ଧ ସାହି ପ୍ରମୁଖ ଅଞ୍ଚଳରେ ରାସ୍ତାପ୍ରସସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଛି ା
ତେବେ ଏଥିରେ ପୁରଣା ବ୍ରହ୍ମପୁର ଅଞ୍ଚଳର ତୋଟାବନ୍ଧ ସାହି ବାସିନ୍ଦା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ା
ଉଚ୍ଛେଦରେ ଘର ହରାଇଥିବା ବେଳେ ଆରଏୱାଇ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ଏହି ଅଞ୍ଚଳର ୨୫ ପରିବାର ସର୍ବସ୍ବାନ୍ତ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କ୍ଷତିଗ୍ରସ୍ତ ପରିବାରବର୍ଗଙ୍କ କହିବା ପ୍ରକାରେ, ବିଗତ ୨ ବର୍ଷ ପୂର୍ବେ ବିଏମ୍‌ସି ପକ୍ଷରୁ ତୋଟାବନ୍ଧ ସାହିରେ ଜବରଦଖଲ ଉଚ୍ଛେଦ ପାଇଁ ଉଦ୍ୟମ କରାଯାଇଥିଲା। ସେହି ସମୟରେ କୋର୍ଟରୁ ରହିତାଦେଶ ଅଣାଯାଇଥିବାରୁ ଉଚ୍ଛେଦ ହୋଇପାରି ନ ଥିଲା ା ତତ୍କାଳୀନ କର୍ପୋରେଟରଙ୍କ ଅବହେଳାରୁ ଆରଏୱାଇ ଗୃହ ତାଲିକାରେ ମଧ୍ୟ ନାମ ଲେଖାଇବାରେ ତୋଟାବନ୍ଧ ସାହିର ୨୫ ପରିବାର ବଞ୍ଚିତ ହୋଇଛନ୍ତି ା ଏଭଳି ସ୍ଥିତିରେ ବିନା ଥଇଥାନରେ ହଠାତ୍‌ ରବିବାର ଉଚ୍ଛେଦ କରାଯାଇଛି ା ଫଳରେ ଦୀର୍ଘ ୭୦ ରୁ ୮୦ ବର୍ଷ ଧରି ବସତି ସ୍ଥାପନ କରି ରହି ଆସୁଥିବା ୨୫ ପରିବାରର ଶତାଧିକ ଲୋକ ବେସାହାରା ହୋଇଯାଇଥିବା ଅଞ୍ଚଳବାସୀ ମଞ୍ଜୁ ଦାଶ କହିଛନ୍ତି ା
ଅନ୍ୟପକ୍ଷରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ବିଏମ୍‌ସିରେ ପହଞ୍ଚି ଉଚ୍ଛେଦ ପରିବାର ବର୍ଗଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା ଉଚ୍ଛେଦରେ କ୍ଷତିଗ୍ରସ୍ତ ହୋଇଥିବା ଏବଂ ଆରଏୱାଇ ତାଲିକାରେ ଅନ୍ତର୍ଭୁକ୍ତ ଥିବା ୩୦ ପରିବାରଙ୍କୁ ଥଇଥାନ କରାଯାଇଛି ା
ତାଲିକାରୁ ବଞ୍ଚିତ ୨୫ ରୁ ୩୦ ପରିବାରଙ୍କ ଥଇଥାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ା
ବ୍ରହ୍ମପୁର ନିକଟଅଞ୍ଚଳରେ ଜାଗା ସ୍କିମ୍‌ରେ ସେମାନଙ୍କୁ ଥଇଥାନ କରାଯିବ ବୋଲି କମିଶନର ରାଠୋର ଆଲୋଚନା ବେଳେ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?