ଛତ୍ରଛାୟା ତଳେ ଚୋରା ମଦ ବେପାର

ଖୋର୍ଦ୍ଧା ଅଫିସ,୭ା୫: ମହାମାରୀ କରୋନା (କୋଭିଡ-୧୯)କୁ ପ୍ରତିହତ କରିବା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଥିବା ବେଳେ ମଦ ଦୋକାନ ବନ୍ଦ ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି। ଅନ୍ୟପକ୍ଷରେ ଖୋର୍ଦ୍ଧାରେ ଚୋରା ମଦ ଓ ଗଞ୍ଜେଇ ବେପାର ବଢ଼ି ଚାଲିଛି। ଅବକାରୀ ଓ ପୋଲିସର ଛତ୍ରଛାୟା ତଳେ ଏହି ବେପାର ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ସୂଚନାଥାଉ କି, ଲକ୍‌ଡାଉନ ଜାରି ରହିଥିବା ବେଳେ ଗତ ଏପ୍ରିଲ ୨୪ ତାରିଖରେ କୌଣସି ସୁତ୍ରରୁ ଖବରପାଇ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ଟିମ୍‌ ସହ ଟାଉନ(ଆଦର୍ଶ) ଥାନା ଅନ୍ତର୍ଗତ ପଲ୍ଲା ତୋଟାପଡା ସ୍ଥିତ ଏକ ବନ୍ଦ କୋଠରୀର ତାଲା ଭାଙ୍ଗି ୭୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ୩୧ଶହ ପେଟି ବିଦେଶୀ ମଦ ଜବତ କରିଥିଲେ। ସେହିପରି ଗତ ଫେବୃୟାରୀ ୬ ତାରିଖରେ ଅବକାରୀ ପୋଲିସ ଖୋର୍ଦ୍ଧା ଉପକଣ୍ଠ ମୁକୁନ୍ଦପ୍ରସାଦ ଅଞ୍ଚଳରୁ ୮ଲକ୍ଷ ଟଙ୍କା ମୂଲ୍ୟର ୧୬୦କେଜି ଗଞ୍ଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଥିଲେ। ମାର୍ଚ୍ଚ ୧୯ରେ ତୋଟାପଡା ଛକ ନିକଟରୁ ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ ଚଢ଼ାଉ କରି ଜଣକୁ ଗିରଫ କରିବା ସହ ତାଙ୍କ ଠାରୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ୨୩କେଜି ଗଞ୍ଜେଇ ବସ୍ତା ଜବତ କରିଥିଲେ। ଖୋର୍ଦ୍ଧା ଅବକାରୀ ଏପ୍ରିଲ୨୪ ରେ ବେଗୁନିଆ ବ୍ଲକ ରାସୋଲ ଗ୍ରାମରେ ଚାଲିଥିବା ଏକ ନକଲି ମଦ ଦୋକାନକୁ ଠାବ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ଏକ କାର ଏବଂ ୧୭ଲକ୍ଷ ୬୦ହଜାର ଟଙ୍କା ଏବଂ କାର ଜବତ ହୋଇଥିଲା। ଗତ ମଙ୍ଗଳବାର ବୋଲଗଡ ଥାନା ଅସରଳା ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ୭୫କେଜି ଗଞ୍ଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। ତାଙ୍କ ନିକଟରୁୁ ୨ଲକ୍ଷ ୬୦ହଜାର ଟଙ୍କା ଓ ଏକ କାର ଜବତ କରାଯାଇଛି। ମାର୍ଚ୍ଚ ୨୩ରୁ ଏ ପର୍ଯ୍ୟନ୍ତ ଖୋର୍ଦ୍ଧା ପୋଲିସ ପକ୍ଷରୁ ଏ ନେଇ ୪୧ଟି ମାମଲା ରୁଜୁ ହୋଇଥିବା ବେଳେ ବିପୁଳ ପରିମାଣର ମଦ ଜବତ କରାଯାଇଛି। ଏ ସମ୍ପର୍କରେ ଏସ୍‌ପି ସ୍ବାଇଁ କହିଛନ୍ତି, ଲକ୍‌ଡାଉନ ସମୟରେ ଜିଲାର ସମସ୍ତ ଥାନା ଅଞ୍ଚଳରେ ଚଢ଼ାଉ ଜାରି ରହିଛି। ଚୋରା ମଦ କାରବାର ଘଟଣାରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ରାତ୍ରି ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ। ଚୋରା ମଦ କାରବାରକୁ ପ୍ରୋତ୍ସାହନ ଦିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri