ଚ୍ୟାଲେଞ୍ଜ ହୋଇପାରେ କୋଭିଡ୍‌ ପରବର୍ତ୍ତୀ କାର୍ଯ୍ୟସ୍ଥଳ

ନୂଆଦିଲ୍ଲୀ,୨୧ା୪: କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସରକାର ଲକ୍‌ଡାଉନ ସମୟସୀମାକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫଳରେ ଅଧିକାଂଶ କର୍ମଚାରୀ ଘରେ ରହି ଅଫିସ କାର୍ଯ୍ୟ କରିବାକୁ ନିୟମିତ କାର୍ଯ୍ୟକ୍ରମ ଭାବେ ଧରିନେଇଛନ୍ତି। କରୋନା ସର୍ମ୍ପୂ୍‌ଣ୍ଣ ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଘରେ ରହି କାର୍ଯ୍ୟ କରିବାକୁ ଅନୁମତି ମିଳିପାରେ। ଲକ୍‌ଡାଉନ ବେଳେ ଦେଶର ୪୩ ଲକ୍ଷ ଆଇଟି ବିପିଓ କର୍ମଚାରୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଘରେ ରହି କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କୋଭିଡ୍‌ ପରବର୍ତ୍ତୀ କାର୍ଯ୍ୟଜୀବନକୁ ନେଇ ବର୍ତ୍ତମାନର ସ୍ଥିତିରେ ନିଜର ମତାମତ ଶେୟାର କରିଛନ୍ତି। ନୂଆ ବ୍ୟବସାୟ ମଡେଲ ଓ କାର୍ଯ୍ୟ ସଂସ୍କୃତିକୁ ଆପଣାଇନେବା ଲାଗି ସେ ଶିଳ୍ପସଂସ୍ଥାକୁ ଆହ୍ବାନ ଦେଇଛନ୍ତି। ଭବିଷ୍ୟତ ସଙ୍କଟରୁ ମୁକୁଳିବାରେ ଏହା ସକ୍ଷମ ହୋଇପାରିବ ବୋଲି ସେ ମତ ଦେଇଛନ୍ତି।
ତେବେ ଦୀର୍ଘଦିନ ବନ୍ଦ ରହିବା ପରେ ଯେତେବେଳେ ବ୍ୟବସାୟ ପୂରା ଦମ୍‌ରେ ଚାଲିବା ସ୍ଥିତିକୁ ଆସିବ ସେତେବେଳେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ। କରୋନା ମହାମାରୀର ପ୍ରଭାବ ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳ ଉପରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅନୁଭୂତ ହେବ। ଏହା ସତ୍ତ୍ୱେ ଅଧିକାଂଶ ଶିଳ୍ପସଂସ୍ଥାକୁ ସେମାନଙ୍କ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳକୁ ପୁନଃ ସକ୍ରିୟ କରିବାକୁ ପଡ଼ିବ। ଦୂରରୁ କାର୍ଯ୍ୟ କରୁଥିବା ଅପେକ୍ଷାକୃତ ଛୋଟ ତଥା ବିଭିନ୍ନ କାର୍ଯ୍ୟ କରିପାରୁଥିବା ଟିମ୍‌ ନେଟ୍‌ଓ୍ବର୍କକୁ ନେଇ ନୂଆ ଢାଞ୍ଚା ପ୍ରସ୍ତୁତ କରିବା ଚ୍ୟାଲେଞ୍ଜ ହେବ ବୋଲି ଆଇସ୍କିଡ୍‌ ସଲ୍ୟୁଶନର ପରିଚାଳନା ନିର୍ଦ୍ଦେଶକ ତଥା ସହପ୍ରତିଷ୍ଠାତା ଯୋଗିତା ତୁଲ୍‌ସିଆନି କହିଛନ୍ତି। ଆମକୁ ବହୁଚ୍ୟାନେଲ ଟିମ୍‌ ଯୋଗାଯୋଗ, ସ୍ପଷ୍ଟ ନିଷ୍ପତ୍ତି ବିନ୍ଦୁ ଓ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ହେବ ବୋଲି ସେ କହିଛନ୍ତି।
ଦୂରରେ ଥାଇ କାର୍ଯ୍ୟ କରିବା ସାମର୍ଥ୍ୟ ବୃଦ୍ଧି ଲାଗି ଅନ୍‌ଲାଇନ ପ୍ରବନ୍ଧ, ସହଯୋଗ ଉପକରଣ, ଉପଯୁକ୍ତ ଚ୍ୟାନେଲରେ ପ୍ରଶିକ୍ଷଣ ଆଦି ଆବଶ୍ୟକ ହେବ। ଉତ୍ପାଦନଶୀଳତା ଲାଗି ନିୟମିତ କାର୍ଯ୍ୟକ୍ରମକୁ କଡ଼ାକଡ଼ି କରାଯିବ। ସେହିପରି ନିର୍ଦ୍ଦେଶ ଦେବା, ଟିମ୍‌କୁ ଉତ୍ସାହିତ କରିବା ଏବଂ ବିନ୍ଦୁକୁ ସଂଯୋଗ କରିବା ଲାଗି ନେତୃତ୍ୱ ଭୂମିକା ବଢ଼ିଯିବ। କାର୍ଯ୍ୟକୁ ଏକ ସମୟରେ କରାଇବା ଓ ପ୍ରତିବନ୍ଧକ ହଟାଇବା ଲାଗି ସମୟାନ୍ତରରେ ବୈଠକ ଏକ ନୂଆ କଥା ହେବ। ଏଥିପାଇଁ ଉପଯୁକ୍ତ ଯୋଗାଯୋଗ ଉପକରଣ, ସବୁସ୍ତରରେ ଫଳାଫଳ କୈନ୍ଦ୍ରିକ ପ୍ରଦର୍ଶନ ପରିଚାଳନା ଆବଶ୍ୟକ ପଡ଼ିବ।
ଲକ୍‌ଡାଉନ ପରେ ଯେଉଁ ଅନୁଷ୍ଠାନଗୁଡ଼ିକ ସେମାନଙ୍କ ଅନ୍ତର୍ଦୃଷ୍ଟି, ଦୂରଦୃଷ୍ଟିକୁ ଉନ୍ନତ କରାଇବା ସହ ନିଜକୁ ବଦଳାଇବେ ସେମାନେ ସଫଳ ହେବେ। ଅର୍ଥନୈତିକ କାର୍ଯ୍ୟଧାରାକୁ ସଜାଡିବା ଲାଗି ନାଗରିକମାନେ ଅଧିକ ସକ୍ରିୟ ଭୂମିକା ନେବା ନିମନ୍ତେ ସରକାର ପ୍ରୋତ୍ସାହିତ କରିପାରନ୍ତି। ସେହିପରି ଶିକ୍ଷାନୁଷ୍ଠାନଗୁଡ଼ିକ ଶ୍ରେଣୀଗୃହ ଓ ଦୂରଶିକ୍ଷା ମଧ୍ୟରେ ସମନ୍ବୟ ଲାଗି ଆଧୁନିକୀକରଣ ଉପରେ ବିଚାର କରିବାକୁ ପଡ଼ିବ। ମହାମାରୀ ପରବର୍ତ୍ତୀ ପର୍ଯ୍ୟାୟ ପରିସ୍ଥିତିରୁ ଶିଖିବାର ଏକ ସୁଯୋଗ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri