ଚିତ୍ରରେ ସଚେତନତା ବାର୍ତ୍ତା

ଆରଡ଼ି, ୧୬।୧୨ (ଡି.ଏନ.ଏ.)- ହାତରେ ରଙ୍ଗତୂଳୀ ଧରି କାନ୍‌ଭାସରେ ସେ ଆଙ୍କି ଚାଲିଛନ୍ତି ଜୀବନର ଛବି। ପରିବେଶର ସୁରକ୍ଷା କରି ଧରଣୀ ମା’ଙ୍କୁ ସବୁଜିମା ମଣ୍ଡିତ କରିବାକୁ ସେ ବର୍ତ୍ତା ଦେବା ସହ ନିଃସ୍ବ ମଣିଷଙ୍କ ଅକୁହା କଥାକୁ ଚିତ୍ରରେ ରୂପ ଦେଉଛନ୍ତି। ଚିତ୍ରକଳା ମାଧ୍ୟମରେ ନାରୀଙ୍କୁ ସୁରକ୍ଷା ଦେବା ଲାଗି ସଚେତନତା ସୃଷ୍ଟି ଓ ଦାରିଦ୍ର୍ୟ ଦୂରୀକରଣ କରିବା ତାଙ୍କର ଅନ୍ୟତମ ଅଭିପ୍‌ସା। ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ନେଇ ନିଜର ପ୍ରତିଭାକୁ ଜିଲାରୁ ରାଜ୍ୟ, ରାଜ୍ୟରୁ ଅନ୍ୟ ରାଜ୍ୟରେ ପହଞ୍ଚାଇ ଦକ୍ଷତା ପ୍ରତିପାଦନ କରିଥିବା ଏହି ଯୁବ ଚିତ୍ରଶିଳ୍ପୀ ହେଲେ ପ୍ରଜ୍ଞା ପ୍ରାରମ୍ଭିକା ନାୟକ(୩୬)। ତାଙ୍କ ଘର ଭଦ୍ରକ ଜିଲାର ଆଖଣ୍ଡଳମଣି ପୀଠ ଆରଡ଼ି ନିକଟ ବୋଡ଼କ ଗ୍ରାମରେ। ଭଦ୍ରକ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜରେ ସ୍ନାତକ ଓ ଭୁବନେଶ୍ୱର କଲ୍ଚରିଂ ୟୁନିଭରସିଟିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ଏବେ ସ୍ବଳ୍ପ ବେତନରେ ନିଜ ଗଁା ସ୍କୁଲରେ କଳା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ଚିତ୍ର ମାଧ୍ୟମରେ ସେ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା।
ଚିତ୍ରକଳା ପ୍ରତି କାହିଁକି ଆକୃଷ୍ଟ ହେଲେ ଓ ଏଥିପାଇଁ ଆପଣଙ୍କୁ କିଏ ପ୍ରେରଣା ଦେଇଥିଲେ ବୋଲି ପଚାରିବାରୁ ସେ କହିଥିଲେ, ପିଲାବେଳୁ ପ୍ରକୃତିର ସୌନ୍ଦର୍ଯ୍ୟ ତାଙ୍କୁ ବିମୋହିତ କରିଆସିଛି। ସେ ଗଁା ସ୍କୁଲରେ ପଢୁଥିବା ବେଳେ ପ୍ରତି ଶନିବାର ଡ୍ରଇଁ ଅଙ୍କନ କରି ଶିକ୍ଷକଙ୍କୁ ଦେଖାଉଥିଲେ। ସେତେବେଳେ ସନ୍ଧ୍ୟାକାଳୀନ ପଲ୍ଲୀର ଦୃଶ୍ୟ ଚିତ୍ର ଅଙ୍କନ କରି ସେ ପ୍ରଥମେ ଶିକ୍ଷକମାନଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ। ୫ମ ଶ୍ରେଣୀରୁ ହିଁ ଜଣେ ଚିତ୍ରଶିଳ୍ପୀ ହେବାକୁ ସେ ଲକ୍ଷ୍ୟ ରଖିଥିଲେ। କଳା କ୍ଷେତ୍ରରେ ଆଗକୁ ଯିବା ପାଇଁ ତାଙ୍କ ବାପା ପ୍ରଭାତ ନାୟକ ଯୋଗାଇ ଦେଇଥିଲେ ପ୍ରେରଣା। ଚିତ୍ରକଳାରେ ଆପଣ କାହାକୁ ପ୍ରାଧାନ୍ୟ ଦିଅନ୍ତି ପ୍ରଶ୍ନରେ ଉତ୍ତର ଦେଇ ସେ କହିଥିଲେ, କଲେଜରେ ପାଠ ପଢୁଥିବା ବେଳେ ମାନବ ଅତ୍ୟାଚାରରେ ପ୍ରକୃତି ଭାରସାମ୍ୟ ହରାଇବା ଜାଣି ଏହାକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଚିତ୍ର ଅଙ୍କନ କରିଥିଲେ। ପରେ ସମାଜର ଗରିବ ଓ ନିଃସହାୟ ଲୋକଙ୍କ ଜୀବନର ପ୍ରତିଛବି ଦେଖି ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରିବା ଲାଗି ଚିତ୍ର ଆଙ୍କିବା ପ୍ରକ୍ରିୟା ଜାରି ରଖିଥିଲେ। ୨୦୧୦ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀରେ ସେ ଆଙ୍କିଥିବା ଚିତ୍ର ଆଦୃତ ହେବା ସହ ଅନେକ ବିତ୍ତଶାଳୀ ବ୍ୟକ୍ତି ଏହାକୁ କିଣି ନେଇଥିଲେ। ସେଥିରୁ ତାଙ୍କ ଚିତ୍ର ସମାଜରେ ପରିବର୍ତ୍ତନ ଆଣିବାରେ ସମର୍ଥ ହେବ ବୋଲି ସେ ଅନୁଭବ କରିଥିଲେ। ପ୍ରକୃତରେ ଆଗ୍ରହ, ନିଷ୍ଠା ଓ ଅଧ୍ୟବସାୟ ସାଙ୍ଗକୁ ଦୃଢ଼ ଆତ୍ମବିଶ୍ୱାସ ରହିଲେ ଯେ କେହି ଜଣେ ସଫଳ ଚିତ୍ରଶିଳ୍ପୀ ହୋଇପାରିବେ। ଏହି ଲକ୍ଷ୍ୟ ନେଇ ସେ ଆଗକୁ ବଢ଼ି ଚାଲିଛନ୍ତି। ଏବେ ସମାଜରେ ନାରୀମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି। ଏଥିରେ ଯବନିକା ଟାଣିବା ପାଇଁ ସେ ନିଜ କଳାକୃତିକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ଚିତ୍ରକଳା ମାଧ୍ୟମରେ ପ୍ରଦୂଷଣମୁକ୍ତ ପୃଥିବୀ ଗଠନ କରିବାର ସ୍ବପ୍ନକୁ ସେ ଦିନେ ନା ଦିନେ ଚରିତାର୍ଥ କରିପାରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri