ଚିତ୍ରରେ ସଚେତନତା ବାର୍ତ୍ତା

ଆରଡ଼ି, ୧୬।୧୨ (ଡି.ଏନ.ଏ.)- ହାତରେ ରଙ୍ଗତୂଳୀ ଧରି କାନ୍‌ଭାସରେ ସେ ଆଙ୍କି ଚାଲିଛନ୍ତି ଜୀବନର ଛବି। ପରିବେଶର ସୁରକ୍ଷା କରି ଧରଣୀ ମା’ଙ୍କୁ ସବୁଜିମା ମଣ୍ଡିତ କରିବାକୁ ସେ ବର୍ତ୍ତା ଦେବା ସହ ନିଃସ୍ବ ମଣିଷଙ୍କ ଅକୁହା କଥାକୁ ଚିତ୍ରରେ ରୂପ ଦେଉଛନ୍ତି। ଚିତ୍ରକଳା ମାଧ୍ୟମରେ ନାରୀଙ୍କୁ ସୁରକ୍ଷା ଦେବା ଲାଗି ସଚେତନତା ସୃଷ୍ଟି ଓ ଦାରିଦ୍ର୍ୟ ଦୂରୀକରଣ କରିବା ତାଙ୍କର ଅନ୍ୟତମ ଅଭିପ୍‌ସା। ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ନେଇ ନିଜର ପ୍ରତିଭାକୁ ଜିଲାରୁ ରାଜ୍ୟ, ରାଜ୍ୟରୁ ଅନ୍ୟ ରାଜ୍ୟରେ ପହଞ୍ଚାଇ ଦକ୍ଷତା ପ୍ରତିପାଦନ କରିଥିବା ଏହି ଯୁବ ଚିତ୍ରଶିଳ୍ପୀ ହେଲେ ପ୍ରଜ୍ଞା ପ୍ରାରମ୍ଭିକା ନାୟକ(୩୬)। ତାଙ୍କ ଘର ଭଦ୍ରକ ଜିଲାର ଆଖଣ୍ଡଳମଣି ପୀଠ ଆରଡ଼ି ନିକଟ ବୋଡ଼କ ଗ୍ରାମରେ। ଭଦ୍ରକ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜରେ ସ୍ନାତକ ଓ ଭୁବନେଶ୍ୱର କଲ୍ଚରିଂ ୟୁନିଭରସିଟିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ଏବେ ସ୍ବଳ୍ପ ବେତନରେ ନିଜ ଗଁା ସ୍କୁଲରେ କଳା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ଚିତ୍ର ମାଧ୍ୟମରେ ସେ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା।
ଚିତ୍ରକଳା ପ୍ରତି କାହିଁକି ଆକୃଷ୍ଟ ହେଲେ ଓ ଏଥିପାଇଁ ଆପଣଙ୍କୁ କିଏ ପ୍ରେରଣା ଦେଇଥିଲେ ବୋଲି ପଚାରିବାରୁ ସେ କହିଥିଲେ, ପିଲାବେଳୁ ପ୍ରକୃତିର ସୌନ୍ଦର୍ଯ୍ୟ ତାଙ୍କୁ ବିମୋହିତ କରିଆସିଛି। ସେ ଗଁା ସ୍କୁଲରେ ପଢୁଥିବା ବେଳେ ପ୍ରତି ଶନିବାର ଡ୍ରଇଁ ଅଙ୍କନ କରି ଶିକ୍ଷକଙ୍କୁ ଦେଖାଉଥିଲେ। ସେତେବେଳେ ସନ୍ଧ୍ୟାକାଳୀନ ପଲ୍ଲୀର ଦୃଶ୍ୟ ଚିତ୍ର ଅଙ୍କନ କରି ସେ ପ୍ରଥମେ ଶିକ୍ଷକମାନଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ। ୫ମ ଶ୍ରେଣୀରୁ ହିଁ ଜଣେ ଚିତ୍ରଶିଳ୍ପୀ ହେବାକୁ ସେ ଲକ୍ଷ୍ୟ ରଖିଥିଲେ। କଳା କ୍ଷେତ୍ରରେ ଆଗକୁ ଯିବା ପାଇଁ ତାଙ୍କ ବାପା ପ୍ରଭାତ ନାୟକ ଯୋଗାଇ ଦେଇଥିଲେ ପ୍ରେରଣା। ଚିତ୍ରକଳାରେ ଆପଣ କାହାକୁ ପ୍ରାଧାନ୍ୟ ଦିଅନ୍ତି ପ୍ରଶ୍ନରେ ଉତ୍ତର ଦେଇ ସେ କହିଥିଲେ, କଲେଜରେ ପାଠ ପଢୁଥିବା ବେଳେ ମାନବ ଅତ୍ୟାଚାରରେ ପ୍ରକୃତି ଭାରସାମ୍ୟ ହରାଇବା ଜାଣି ଏହାକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଚିତ୍ର ଅଙ୍କନ କରିଥିଲେ। ପରେ ସମାଜର ଗରିବ ଓ ନିଃସହାୟ ଲୋକଙ୍କ ଜୀବନର ପ୍ରତିଛବି ଦେଖି ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରିବା ଲାଗି ଚିତ୍ର ଆଙ୍କିବା ପ୍ରକ୍ରିୟା ଜାରି ରଖିଥିଲେ। ୨୦୧୦ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀରେ ସେ ଆଙ୍କିଥିବା ଚିତ୍ର ଆଦୃତ ହେବା ସହ ଅନେକ ବିତ୍ତଶାଳୀ ବ୍ୟକ୍ତି ଏହାକୁ କିଣି ନେଇଥିଲେ। ସେଥିରୁ ତାଙ୍କ ଚିତ୍ର ସମାଜରେ ପରିବର୍ତ୍ତନ ଆଣିବାରେ ସମର୍ଥ ହେବ ବୋଲି ସେ ଅନୁଭବ କରିଥିଲେ। ପ୍ରକୃତରେ ଆଗ୍ରହ, ନିଷ୍ଠା ଓ ଅଧ୍ୟବସାୟ ସାଙ୍ଗକୁ ଦୃଢ଼ ଆତ୍ମବିଶ୍ୱାସ ରହିଲେ ଯେ କେହି ଜଣେ ସଫଳ ଚିତ୍ରଶିଳ୍ପୀ ହୋଇପାରିବେ। ଏହି ଲକ୍ଷ୍ୟ ନେଇ ସେ ଆଗକୁ ବଢ଼ି ଚାଲିଛନ୍ତି। ଏବେ ସମାଜରେ ନାରୀମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି। ଏଥିରେ ଯବନିକା ଟାଣିବା ପାଇଁ ସେ ନିଜ କଳାକୃତିକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ଚିତ୍ରକଳା ମାଧ୍ୟମରେ ପ୍ରଦୂଷଣମୁକ୍ତ ପୃଥିବୀ ଗଠନ କରିବାର ସ୍ବପ୍ନକୁ ସେ ଦିନେ ନା ଦିନେ ଚରିତାର୍ଥ କରିପାରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri