Posted inଖେଳ

ଚାପରେ ନ୍ୟାଶନାଲ ରାଇଫଲ ଆସୋସିଏଶନ

ନୂଆଦିଲ୍ଲୀ, ୨ା୪ (ପି.ଟି.)-କୋଭିଡ୍‌-୧୯ ଯୋଗୁ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପ୍‌କୁ ବାତିଲ କରିବା ଲାଗି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ଉପରେ ଦିନକୁ ଦିନ ଚାପ ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କା ପାଇଁ ପୂର୍ବରୁ ବିଶ୍ୱକପ୍‌ର ମ୍ୟୁନିକ୍‌ ସଂସ୍କରଣ ବାତିଲ ହୋଇସାରିଛି। ଦିଲ୍ଲୀ ବିଶ୍ୱକପ୍‌ ପ୍ରକୃତରେ ମାର୍ଚ୍ଚ ୧୫ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାନ୍ତା। ମାତ୍ର ଇଭେଣ୍ଟ ଆରମ୍ଭ ହେବାର ୪ ଦିନ ଆଗରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପରେ
ଟୁର୍ନାମେଣ୍ଟକୁ ଦୁଇ ଭାଗରେ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ରାଇଫଲ ଓ ପିସ୍ତଲ ମେ ୫ରୁ ୧୨ ଏବଂ ଶଟ୍‌ଗନ୍‌୍‌ ପ୍ରତିଯୋଗିତା ଜୁନ୍‌ ୨ରୁ ୯ ପର୍ଯ୍ୟନ୍ତ କରିବା ଲାଗି ସ୍ଥିର ହୋଇଛି। କିନ୍ତୁ କରୋନା ଭାଇରସ୍‌ ଯେପରି ବ୍ୟାପିବାରେ ଲାଗିଛି ଟୁର୍ନାମେଣ୍ଟର ଆୟୋଜନକୁ ନେଇ ରାଇଫଲ ଆସୋସିଏଶନ ଏବେ ଚିନ୍ତାରେ ପଡ଼ିଛି। ଦିଲ୍ଲୀ ପରେ ମ୍ୟୁନିକ ବିଶ୍ୱକପ୍‌ ହୋଇଥାନ୍ତା। ତାହାକୁ ଆଗୁଆ ବାତିଲ କରାଯାଇ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ କେଉଁ ହିସାବରେ ଭାରତରେ ବିଶ୍ୱକପ୍‌ ଆୟୋଜନ ହୋଇ ପାରିବ ସେ ନେଇ ପ୍ରଶ୍ନ ଉଠିଲାଣି। ନୂଆଦିଲ୍ଲୀ ବିଶ୍ୱକପ୍‌ ପୁନଃ ନିର୍ଦ୍ଧାରିତ ସମୟରେ ହେବ କି ନା ତାହା ଏବେଠାରୁ ସ୍ପଷ୍ଟ କରାଯାଉ ବୋଲି କେତେକ ଭାରତୀୟ ଶୁଟର କହିଛନ୍ତି। ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରା ନ ଯାଉ। ଅନ୍ୟକେତେକ କହିଛନ୍ତି, ଓ୍ବିମ୍ବେଲଡନ ଭଳି କେତୋଟି ପ୍ରମୁଖ କ୍ରୀଡ଼ା ଇଭେଣ୍ଟକୁ ବାତିଲ କରାଯାଇଛି। ଅଲିମ୍ପିକ୍ସକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁ ବିଶ୍ୱକପ୍‌ ଭଳି ଇଭେଣ୍ଟ ଲାଗି ବର୍ତ୍ତମାନ ପରିସ୍ଥିତିରେ ପ୍ରସ୍ତୁତି ସମ୍ଭବ ନୁହେଁ। ବର୍ତ୍ତମାନ ଅନିଶ୍ଚିତ ପରିସ୍ଥିତିରେ ଏକ ବିଶ୍ୱକପ୍‌ ଆୟୋଜନ ଉଚିତ୍‌ ହେବ ନାହିଁ। ନିକଟରେ ୩ ଥର ଅଲିମ୍ପିକ ପଦକ ବିଜୟୀ ଶୁଟର ରାଜ୍‌ମଣ୍ଡ ଡେବିଭେସ୍‌ ଇଭେଣ୍ଟକୁ ବାତିଲ କରିବା ଲାଗି ଆହ୍ବାନ ଦେଇଛନ୍ତି। ଅଲିମ୍ପିକ ଗେମ୍ସ ବର୍ଷେ ଘୁଞ୍ଚତ୍ଗଲା। ସମଗ୍ର ଭାରତ ଏବେ କ୍ୱାରାଷ୍ଟାଇନ୍‌ରେ ଥିବାବେଳେ ଆଇଏସ୍‌ଏସ୍‌ଏଫ୍‌ (ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ) କିପରି ରାଇଫଲ ଓ ପିସ୍ତଲ ବିଶ୍ୱକପ୍‌କୁ ନୂଆଦିଲ୍ଲୀରେ କରିବା ଲାଗି ନିଷ୍ପତ୍ତି ନେଇଛି ତାହା ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହିଛନ୍ତି। ସିଡ୍‌ନୀ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ଡେବିଭେସ୍‌ ୫ଥର ବିଶ୍ୱଚାମ୍ପିୟନ ମଧ୍ୟ ହୋଇଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ଭୟରେ ଏଥିରେ ବିଶେଷ ଭାବେ ପ୍ରଭାବିତ ଚାଇନା, ଇଟାଲୀ, ଦକ୍ଷିଣ କୋରିଆ, ଜାପାନ ଓ ଇରାନ ଭଳି ଦେଶର ପର୍ଯ୍ୟଟକଙ୍କ ଲାଗି ଭାରତର ସରକାର କଟକଣା ଜାରି କରିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କରୋନା ଭାଇରସ୍‌କୁ ଏକ ମହାମାରୀ ବୋଲି ଘୋଷଣା କରିଛନ୍ତି। ଏଥିରେ ସମଗ୍ର ବିଶ୍ୱରେ ଇତିମଧ୍ୟରେ ୯.୫ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଥିବାବେଳେ ୪୮,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇ ସାରିଲେଣି। ଭାରତରେ ୨୧୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୬୦ରୁ ଅଧିକ ମୃତ୍ୟୁ ମୁଖରେ ପଡ଼ି ସାରିଲେଣି। ବୁଧବାର ରାତିରେ ଆଇଏସ୍‌ଏସ୍‌ଏଫ୍‌ର ଏକ ବୈଠକରେ ମ୍ୟୁନିକ୍‌ ବିଶ୍ୱକପ୍‌ ବାତିଲ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri