Posted inଜାତୀୟ

ଚାଇନା ମାନଚିତ୍ରରେ ଅରୁଣାଚଳପ୍ରଦେଶ

ନୂଆଦିଲ୍ଲୀ,୨୨ା୪(ଆଇଏଏନ୍‌ଏସ୍‌): ଚାଇନା ଏହାର ଅନ୍ତର୍ଜାତୀୟ ସୀମା ମଧ୍ୟରେ ଅରୁଣାଚଳପ୍ରଦେଶର କେତେକ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଛି। ସ୍କାଏ ମ୍ୟାପ୍‌ ପକ୍ଷରୁ ଜାରି ଚାଇନା ମାନଚିତ୍ରର ସଂଶୋଧିତ ସଂସ୍କରଣରେ ଏହା ଦେଖିବାକୁ ମିଳିଛି। ବେଜିଂର ଜାତୀୟ ସର୍ବେକ୍ଷଣ ଓ ମାନଚିତ୍ର ପ୍ରସ୍ତୁତି ଭୌଗୋଳିକ ସୂଚନା ବ୍ୟୁରୋ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ସ୍କାଏ ମ୍ୟାପ୍‌ ଦେଶର ମାନଚିତ୍ରକୁ ନୂଆ ରୂପ ଦେଇଛି। ଏହାର ଅନ୍ତର୍ଜାତୀୟ ସୀମା ମଧ୍ୟରେ ଅରୁଣାଚଳପ୍ରଦେଶ ରହିଥିବା ଡିଡବ୍ଲ୍ୟୁ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। ତିବ୍ବତ ସୀମାକୁ ଲାଗି ରହିଥିବା ପାର୍ବତ୍ୟାଞ୍ଚଳ ରାଜ୍ୟ ଅରୁଣାଚଳପ୍ରଦେଶ ୧୯୧୩-୧୪ରେ ବ୍ରିଟିଶ ଇଣ୍ଡିଆର ଅଂଶବିଶେଷ ଥିଲା। ୧୯୩୮ରେ ଭାରତ ଓ ତିବ୍ବତ ମଧ୍ୟରେ ମାକ୍‌ମୋହନ ରେଖାକୁ ସୀମା ଭାବେ ଗ୍ରହଣ କରାଗଲାବେଳେ ଅରୁଣାଚଳପ୍ରଦେଶ ଆନୁଷ୍ଠାନିକ ଭାବେ ଭାରତରେ ସାମିଲ ହୋଇଥିଲା। ୧୯୫୧ରେ ଚାଇନା ତିବ୍ବତକୁ ଅକ୍ତିଆର କରିବା ପରେ ଅରୁଣାଚଳପ୍ରଦେଶ ଏହାର ଅଂଶ ବୋଲି ଦାବି କରିଆସୁଛି।
ବର୍ତ୍ତମାନ ପର୍ଯ୍ୟନ୍ତ ଚଳିଆସୁଥିବା ଚାଇନା ମ୍ୟାପ୍‌ ସ୍କାଏ ମ୍ୟାପ୍‌ର ଜାତୀୟ ସୀମା ଉପରେ ଆଧାରିତ ୧୯୮୯ ସଂସ୍କରଣ। ସେତେବେଳକୁ ରୁଷିଆ ଓ କେନ୍ଦ୍ରୀୟ ଏସୀୟ ଦେଶଗୁଡ଼ିକ ସହ ଚାଇନାର ସୀମା ବିବାଦର ସମାଧାନ ହୋଇଥିଲେ ହେଁ ତାହା ଉକ୍ତ ମ୍ୟାପ୍‌ରେ ପ୍ରଦର୍ଶିତ ହୋଇନାହିଁ। ଏଥିରେ ଭୁଟାନ ଓ ଭାରତକୁ ଲାଗିଥିବା ତିବ୍ବତ ସୀମାକୁ ଲାଲ୍‌ ରଙ୍ଗ ଦ୍ୱାରା ଚିହ୍ନଟ କରି ଉଲ୍ଲଂଘନ କରାଯାଇଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ଭାରତ ଓ ଭୁଟାନକୁ ଲାଗିଥିବା ତିବ୍ବତୀୟ କାଉଣ୍ଟି ଚାୟୁ, ମେଡଗ୍‌, ସୁଓନୋ, ଲଉଓଜା, କଙ୍ଗମା, ୟାଡୋଙ୍ଗ ଉପରେ ଚାଇନା ନିଜର ସାର୍ବଭୌମତ୍ୱ ଦାବି କରୁଛି। ମାକ୍‌ମୋହନ ରେଖା ଦ୍ୱାରା ଏହି କାଉଣ୍ଟିଗୁଡ଼ିକ ବିଭାଜିତ ହୋଇଛି। ଏହାର ଉତ୍ତର ପାର୍ଶ୍ୱ ଚାଇନାରେ ଥିବାବେଳେ ଦକ୍ଷିଣ ପାର୍ଶ୍ୱ ଭାରତର। ଶାନ୍ନାନ ସହରରେ ଥିବା ଲୋଙ୍ଗଜି କାଉଣ୍ଟି ଭାରତୀୟ ସୀମାକୁ ଲାଗି ନ ଥିଲେ ହେଁ ମାକ୍‌ମୋହନ ରେଖା ଏହା ମଧ୍ୟଦେଇ ଯାଇଛି, ଯାହାର ପଶ୍ଚିମପାର୍ଶ୍ୱ ଚାଇନା ଓ ପୂର୍ବପାର୍ଶ୍ୱ ଭାରତ ନିୟନ୍ତ୍ରଣରେ। ତେବେ ଭାରତୀୟ ଅଞ୍ଚଳ ଏବଂ ଚାୟୁ କାଉଣ୍ଟି, ମୋଟୁଓ କାଉଣ୍ଟି, ଲୋଙ୍ଗଜି କାଉଣ୍ଟି ଏବଂ ସୁଓନୋ କାଉଣ୍ଟିକୁ ଦକ୍ଷିଣ ତିବ୍ବତ ଭାବେ ଚାଇନା ଦାବି କରିଆସୁଛି।
ସ୍କାଏ ମ୍ୟାପ୍‌ ପକ୍ଷରୁ ଜାରି ସଂଶୋଧିତ ମାନଚିତ୍ରରେ ଚାୟୁ କାଉଣ୍ଟିର ଦକ୍ଷିଣ ସୀମା ୧୯୮୯ ସହ ପ୍ରାୟ ସମାନ ରହିଛି। ତେବେ ମୋଟୁଓ କାଉଣ୍ଟିର ଦକ୍ଷିଣ ଭାଗ ଉତ୍ତରଆଡ଼କୁ ସଙ୍କୁଚିତ ହୋଇଛି। ସୁଓନା କାଉଣ୍ଟିର ଦକ୍ଷିଣ ସୀମା ୧୯୮୯ ସୀମା ସହ ପାଖାପାଖି ମେଳ ଖାଉଛି। ଲୋଙ୍ଗଜି କାଉଣ୍ଟି ଭାରତ ସୀମାକୁ ଲାଗି ନ ଥିବା ବେଜିଂ ଦାବି କରୁଛି। ସୁଓନା କାଉଣ୍ଟି ଭାରତ ସମେତ ଭୁଟାନ ସୀମାକୁ ମଧ୍ୟ ଲାଗି ରହିଛି। ଭାରତର ୩୭,୦୦୦ ବର୍ଗ କିଲୋମିଟର ଅକ୍‌ସାଇ ଚୀନ୍‌କୁ ଚାଇନା ଅକ୍ତିଆର କରିରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri