Posted inଜାତୀୟ

ଚାଇନା ବିରୋଧରେ ବିଶ୍ୱ ଶକ୍ତି ଏକାଠି

ନୂଆଦିଲ୍ଲୀ,୨୩ା୬(ଆଇଏଏନ୍‌ଏସ୍‌): ସାରା ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ କରାଇଥିବା ଚାଇନା ଦୋଷ ଲୁଚାଇବାକୁ ଜୋର୍‌ଦାର ପ୍ରଚାର ଚଳାଇଛି। ଏହି ଘଟଣାରୁ ଧ୍ୟାନ ହଟାଇବା ପାଇଁ ବେଜିଂ ଉଭୟ ସ୍ଥଳଭାଗ ଓ ଜଳରାଶିରେ ନିଜର ସୀମା ବଢ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି। ଚାଇନାକୁ ପ୍ରତିହତ କରିବା ଲାଗି ସାମୁଦ୍ରିକ ସହଯୋଗ ବୃଦ୍ଧି ନିମନ୍ତେ ବିଶ୍ୱ ଶକ୍ତିଗୁଡ଼ିକ ପରସ୍ପର ସହ ହାତ ମିଳାଇଛନ୍ତି। ଦକ୍ଷିଣ ଚାଇନା ସାଗର ଏବଂ ଭାରତ ମହାସାଗରରେ ଚାଇନା ତା’ର ପ୍ରଭାବ ବିସ୍ତାର କରି ପଡୋଶୀଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି।
ଗଲଓ୍ବାନ ଉପତ୍ୟକା ସଂଘର୍ଷ ଘଟଣା ଚାଇନାର ପଡୋଶୀଙ୍କୁ ଭୟ ଦେଖାଇବା ଓ ଆକ୍ରମଣ ପ୍ରୟାସ ନୀତିର ଏକ ଉଦାହରଣ ମାତ୍ର। ବାସ୍ତବରେ ଆକ୍ରମଣାତ୍ମକ ଜାତୀୟତାବାଦ ଏବଂ ସାମରିକ ଆଧିପତ୍ୟ ବିସ୍ତାର ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି)ର ନୀତିରେ ପରିଣତ ହୋଇଛି। ଫଳରେ ବେଜିଂ କୌଣସି ଦେଶର ଆଇନ କିମ୍ବା ସମ୍ପତ୍ତି ଅଧିକାରକୁ ସମ୍ମାନ ଦେଉନାହିଁ। ସେହିପରି ଏହା କୌଣସି ସୀମାରେଖାକୁ ସମ୍ମାନ ନ ଜଣାଇ ଡରାଇ ଧମକାଇ ଅନ୍ୟର ଅଞ୍ଚଳ ଓ ସମ୍ପତ୍ତିକୁ ଅକ୍ତିଆର କରିବାକୁ ଚାହୁଁଥିବା ଜଣେ ଉଚ୍ଚ ପଦାଧିକାରୀ କହିଛନ୍ତି। ଦକ୍ଷିଣ ଚାଇନା ସାଗରକୁ ବେଜିଂ ଏହାର ନିଜର ବୋଲି ଦାବି କରିଆସୁଛି ଓ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲର ରାୟକୁ ଅଣଦେଖା କରୁଛି। ଉକ୍ତ ସାଗର ଉପରେ ଚାଇନାର ଅଧିକାରକୁ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ ପ୍ରତ୍ୟାଖ୍ୟାନ କରିଥିଲା। ଚାଇନା କମ୍ୟୁନିଷ୍ଟ ପାର୍ଟିର ଏଭଳି କାର୍ଯ୍ୟକୁ ବିରୋଧ କରି ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମୁକ୍ତ ଜାହାଜ ଚଳାଚଳ ଏବଂ ଅନ୍ତର୍ଜାତୀୟ ନିୟମ ପାଳନ ଲାଗି ଆମେରିକା, ଫ୍ରାନ୍ସ, ବ୍ରିଟେନ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ଜାପାନ ଭଳି ବୃହତ ସାମୁଦ୍ରିକ ଶକ୍ତିଗୁଡ଼ିକ ସହଯୋଗ ବୃଦ୍ଧି ଲାଗି ପରସ୍ପର ହାତ ମିଳାଇଛନ୍ତି। ଆଞ୍ଚଳିକ ସ୍ତରରେ ବହୁପାକ୍ଷିକ ସହଯୋଗ ଲାଗି ଆହୁରି ଅଧିକ ଦେଶ ଏଥିରେ ସାମିଲ ହେବେ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସୀମା ବିବାଦକୁ ନେଇ ଏବେ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିବାବେଳେ ବେଜିଂକୁ ମୁକାବିଲା କରିବା ଓ ଉକ୍ତ ଅଞ୍ଚଳରେ ସନ୍ତୁଳନ ରକ୍ଷା ଲାଗି ନୂଆଦିଲ୍ଲୀ ବୃହତ୍‌ ଆଞ୍ଚଳିକ ଓ ବିଶ୍ୱ ଶକ୍ତି ସହ ସାମିଲ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri