ଚର୍ଚ୍ଚାରେ ଟିକ୍‌ଟକ୍‌ର କିଆରା

ବମ୍ବେ: ‘ଟିକ୍‌ଟକ୍‌’ ଆଜିକାଲିର ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଆକାଉଣ୍ଟ କରି ଭଳିକିଭଳି ଭିଡିଓ ପୋଷ୍ଟ କରିଥାଆନ୍ତି ବ୍ୟବହାରକାରୀ। ଗୀତ ହେଉ ଅଥବା ନୃତ୍ୟ/ଅଭିନୟ ଅନେକେ ଏଥିରୁ ଷ୍ଟାର ପାଲଟି ଯାଉଛନ୍ତି। ନିକଟରେ ବଲିଉଡ୍‌ ଅଭିନେତ୍ରୀଙ୍କ ଭଳି ଦେଖାଯାଉଥିବା କିଛି ମୁହଁ ଟିକ୍‌ଟକ୍‌ରେ ଭାଇରାଲ ହୋଇଥିଲା। ଏବେ ଅଭିନେତ୍ରୀ କିଆରାଙ୍କ ଭଳି ଅବିକଳ ଦିଶୁଥିବା ଟିକ୍‌ଟକ୍‌ ଷ୍ଟାର ଚର୍ଚ୍ଚାରେ। ସେ ହେଲେ କଳ୍ପନା ଶର୍ମା।

କିଆରା ଅଭିନେତା ଶାହିଦଙ୍କ ସହ ଫିଲ୍ମ ‘କବୀର ସିଂ’ରେ ନଜରକୁ ଆସିଥିଲେ। ଏଥିରେ ତାଙ୍କ ଭୂମିକା ପ୍ରୀତି ସିକ୍କାକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ତେବେ ନିକଟରେ ଏହି ଲୁକ୍‌ର କିଛି ଭିଡିଓ ନିଜ ସୋସିଆଲ ପୃଷ୍ଠାରେ ଶେୟାର କରିଛନ୍ତି କଳ୍ପନା, ଯାହାକୁ ଦେଖିଲେ ଯେ କେହି ବି ସେ କିଆରା ବୋଲି ଭାବିନେଇପାରିବ। ଭିଡିଓଟି ଏବେ ଖୁବ୍‌ ଭାଇରାଲ ହେଉଛି। କଳ୍ପନା କେବଳ ଯେ ଟିକ୍‌ଟକ୍‌ ତାହା ନୁହେଁ, ଇନ୍‌ଷ୍ଟାଗ୍ରାମରେ ବେଶ୍‌ ସକ୍ରିୟ। ସବୁବେଳେ ସେ କିଆରାଙ୍କ ଭଳି ପୋଷାକ ପିନ୍ଧି ଫଟୋ ଶେୟାର କରିଥାଆନ୍ତି।

କଳ୍ପନାଙ୍କ ପୂର୍ବରୁ ଟାଇଗର ଶ୍ରଫ୍‌ଙ୍କ ଭଳି ଦିଶୁଥିବା ତେଜସ୍‌ ସରନ୍‌, କରୀନାଙ୍କ ଭଳି ଦିଶୁଥିବା ଅଲିନା ରୟ, ମଧୁବାଲାଙ୍କ ଭଳି ଦିଶୁଥିବା ପ୍ରିୟଙ୍କା କାଣ୍ଡଓ୍ବାଲ, ସଲମାନଙ୍କ ଭଳି ଦିଶୁଥିବା ସୁଶାନ୍ତ ଖାନ୍ନା, କୋହଲୀଙ୍କ ଭଳି ଦିଶୁଥିବା ଗୌରବ ଅରୋରା ଟିକ୍‌ଟକ୍‌ରେ ବେଶ୍‌ ନାଁ କମାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri