ଘରୋଇ ହିଂସା ରୋକିବାକୁ ପଦକ୍ଷେପ

କଟକ ଅଫିସ୍‌,୧୫ା୪

କରୋନା ମୁକାବିଲା ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେ ଲକ୍‌ଡାଉନ୍‌ ସମୟରେ ବଢୁଥିବା ଘରୋଇ ହିଂସାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଘରୋଇ ହିଂସା ରୋକିବା ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ସକ୍ରିୟ ହୋଇଛି ରାଜ୍ୟ ପୋଲିସ। ମଙ୍ଗଳବାର ଏନେଇ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଭିଯୋଗ ଦାଖଲ କରିବାକୁ ଥାନାକୁ ଆସିବାର ଆବଶ୍ୟକ ନାହିଁ। ପୋଲିସ ଅଧିକାରୀମାନେ ନିଜେ ଅଭିଯୋଗକାରୀଙ୍କ ଘରକୁ ଯାଇ ଏଫ୍‌ଆଇଆର୍‌ ଆଣିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି, ଲକ୍‌ଡାଉନ୍‌ ସମୟରେ ଅନେକ ଦେଶ ଏବଂ ରାଜ୍ୟରେ ଘରୋଇ ହିଂସା ବଢ଼ୁଥିବା ଦେଖିବାକୁ ମିଳିଛି। ଓଡିଶାରେ ମଧ୍ୟ ଏଭଳି ସ୍ଥିତିର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଡିଜିପି ଅଭୟ କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଘରୋଇ ହିଂସା ମାମଲାକୁ ପ୍ରଥମେ ଗୁରୁତ୍ୱ ଦିଆଯିବ। ଏପର୍ଯ୍ୟନ୍ତ ଏହିପରି ମାମଲାର ସେମିତି କିଛି ବୃଦ୍ଧି ଘଟିନାହିଁ। ତଥାପି ଏଥିପାଇଁ ସତର୍କ ରହିବାର ଆବଶ୍ୟକତା ରହିଛି। ରାଜ୍ୟର ବିଭିନ୍ନ ଥାନା ଓ ଜିଲାସ୍ତରରେ କାର୍ଯ୍ୟ କରୁଥିବା ୬ଶହରୁ ଅଧିକ ହେଲ୍‌ପଲାଇନ୍‌ ଏବଂ ଜିଲା ନିୟନ୍ତ୍ରଣ କକ୍ଷ ଟେଲିଫୋନ୍‌ ନମ୍ବରଗୁଡ଼ିକର ବ୍ୟାପକ ପ୍ରଚାର ଓ ସକ୍ରିୟ କରାଯିବ। ଫଳରେ ଏହାର ବହୁଳ ବ୍ୟବହାର ହୋଇପାରିବ। ଘରୋଇ ହିଂସାର ଶିକାର ହେଉଥିବା ବ୍ୟକ୍ତି ନିଜେ ଅଭିଯୋଗ ଦାଖଲ କରିବା ପାଇଁ ଥାନାକୁ ଯିବାର ଆବଶ୍ୟକତା ନାହିଁ। ଏନେଇ ଫୋନ୍‌କଲ୍‌ ପାଇବା ପରେ, ପୋଲିସ ଅଧିକାରୀମାନେ ନିଜେ ଅଭିଯୋଗକାରୀଙ୍କ ଘରେ ପହଞ୍ଚି ତାଙ୍କ ସହ ଆଲୋଚନା କରି ଏଫ୍‌ଆଇଆର୍‌ ସଂଗ୍ରହ କରିବେ। ତଦନ୍ତ ସହ ଆବଶ୍ୟକ ପଦକ୍ଷେପ ନିଆଯିବ। କେବଳ ଫୋନ୍‌କଲ୍‌ ନୁହଁ, ସେମାନେ ଚାହିଁଲେ ଓଡ଼ିଶା ପୋଲିସ ସିଟିଜେନ୍‌ ପୋର୍ଟାଲ୍‌ ଏବଂ ସହାୟତା ମୋବାଇଲ୍‌ ଆପ୍‌ ଜରିଆରେ ମଧ୍ୟ ପୋଲିସ ସହ ଯୋଗାଯୋଗ କରିପାରିବେ। ଲକ୍‌ଡାଉନ ସମୟରେ ଘରୋଇ ହିଂସା ସମ୍ପର୍କିତ ସମସ୍ତ ମାମଲାଗୁଡ଼ିକୁ ସବ୍‌-ଇନ୍ସପେକ୍ଟର କିମ୍ବା ତଦୂର୍ଦ୍ଧ୍ୱ ପାହ୍ୟାର ଅଧିକାରୀମାନେ ତଦନ୍ତ କରିବେ। ଘରୋଇ ହିଂସା ସମ୍ପର୍କିତ ସମସ୍ତ ମାମଲାର ତଦାରଖ ଡିଏସ୍‌ପି କିମ୍ବା ତଦୂର୍ଦ୍ଧ୍ୱ ପାହ୍ୟାର ଅଧିକାରୀଙ୍କ ଦ୍ୱାରା କରାଯିବ। ଜିଲା ପୋଲିସରେ କାର୍ଯ୍ୟରତ ମହିଳା ବିରୋଧୀ ହିଂସା ମାମଲାର ତଦନ୍ତକାରୀ ୟୁନିଟ୍‌(ଆଇୟୁସିଏଡବ୍ଲ୍ୟୁ) ଏହି ମାମଲାଗୁଡ଼ିକ ତଦାରଖ କରିବ ବୋଲି ଡିଜିପି ଅଭୟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri