ଘରୋଇ ସିଟି ବସ୍‌, ମୋ ବସ୍‌ରେ କଟକଣା ଉଲ୍ଲଂଘନ

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): ଯଥାସମ୍ଭବ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସରକାରୀ ଓ ଘରୋଇ ବସ୍‌ ପାଇଁ କଟକଣା ଜାରି କରାଯାଇଛି। ସିଟ୍‌ଠାରୁ ଅଧିକ ଯାତ୍ରୀ ନ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିୟମ ଉଲ୍ଲଂଘନ ହେଲେ ବସ୍‌ କର୍ମଚାରୀ ଓ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି। ପୋଲିସ ଓ ପରିବହନ ବିଭାଗର ଅଧିକାରୀମାନେ ଏ ନେଇ ଯାଞ୍ଚ କରିବେ। ସେହିଭଳି ଡ୍ରାଇଭର, କଣ୍ଡକ୍ଟର ଓ ହେଲ୍‌ପର ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ହେଲେ ଉତ୍ତମ ସେବା ପାଇଁ ରାଜ୍ୟ ସରକାରଙ୍କ ‘ ମୋ ବସ୍‌’ରେ ଏହି କଟକଣା ପାଳନ ହେଉ ନ ଥିବା ଦେଖିବାକୁ ମିଳିଛି। ଏହାକୁ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍‌ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ୍‌) ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ଯାତ୍ରୀଙ୍କ ମନରେ ସଂକ୍ରମଣ ଭୟ ରହୁଛି। ମଙ୍ଗଳବାର ରୁଟ୍‌ ନଂ.୧୧ରେ ଚଳାଚଳ କରୁଥିବା ‘ମୋ ବସ୍‌’ (ନଂ. ଓଡି ୩୩ ଭି ୨୬୧୭)ରେ ସରକାରୀ ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଦେଖାଯାଇଥିଲା। ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ବିନା ମାସ୍କରେ ରହି ଯାତ୍ରୀଙ୍କ ସଂସ୍ପର୍ଶରେ ଆସୁଥିଲେ। ତେବେ ଏହି ଅଭିଯୋଗକୁ କ୍ରୁଟ୍‌ର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଅଧିକାଂଶ ସମୟରେ ମୋ ବସ୍‌ ଜଣେ ଜଣେ ଯାତ୍ରୀଙ୍କୁ ନେଇ ଯାତାୟାତ କରୁଛି। ଓଭର ଲୋଡିଂ କେବେ ବି ହୋଇ ନ ଥିବ। କିନ୍ତୁ ସମସ୍ତ କର୍ମଚାରୀଙ୍କ ପାଇଁ ମାସ୍କ ଉପଲବ୍ଧ ନାହିଁ। ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ମାସ୍କ ଯୋଗାଇ ଦେବା ପାଇଁ କ୍ରୁଟ୍‌ ପକ୍ଷରୁ ଅବଗତ କରାଯାଇଥିଲେ ମଧ୍ୟ ଏଯାଏ ମିଳିପାରିନି। ତେବେ କରେନାକୁ ନେଇ ‘ମୋ ବସ’ରେ ଲୋକଙ୍କୁ ସଚେତନ କରାଯାଉଛି। ନିୟମିତ ଭାବେ ହାତ ଧୋଇବା ସହିତ ସାନିଟାଇଜର୍‌ ଲିକ୍ୱିଡ୍‌ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଉଛି।
ସେହିପରି ସହରରେ ଚଳାଚଳ କରୁଥିବା ଘରୋଇ ସିଟି ବସ୍‌ଗୁଡିକ ମଧ୍ୟ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଜଣାପଡିଛି। ବସ୍‌ ମାଲିକ ଓ କର୍ମଚାରୀମାନେ ସଚେତନ ରହୁ ନ ଥିବାରୁ ସଂକ୍ରମଣ ଆଶଙ୍କା ପ୍ରକାଶ ପାଇଛି। ମୋ ବସ୍‌ ଭଳି ଘରୋଇ ସିଟି ବସ୍‌ରେ ସିଟ୍‌ଠାରୁ ଅଧିକ ଯାତ୍ରୀଙ୍କୁ ନିଆଯାଉଥିବା ଦେଖିବାକୁ ମିଳିଛି।
ଅଧିକ ଲୋକ ନ ହେଲେ ବେପାର କରିହେବ ନାହିଁ ବୋଲି ବସ୍‌ କର୍ତ୍ତୃପକ୍ଷ କହୁଛନ୍ତି। ଖୋଦ୍‌ ରାଜଧାନୀରେ ନିୟମ ଉଲ୍ଲଂଘନକୁ ନଜର ନ ଥିବାବେଳେ ରାଜ୍ୟର ଅନ୍ୟ ସହରରେ ସ୍ଥିତି କିପରି ଥିବ ତାହା ସହଜରେ ବାରିହୋଇପଡୁଛି। ଏପରିସ୍ଥଳେ ପରିବହନ ମନ୍ତ୍ରୀଙ୍କ ପରାମର୍ଶ ପାଣିର ଗାର ହୋଇଛି। ନିଜ ଆଡୁ ସତର୍କ ହେବୁ କିପରି ବୋଲି ଯାତ୍ରୀମାନେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri