ଘରେ ସଉଦା ଯୋଗାଇବ ସ୍ୱିଗି

ଭୁବନେଶ୍ୱର,୨୯ା୩(ବ୍ୟୁରୋ): କୋଭିଡ୍‌-୧୯ର ସଂକ୍ରମଣକୁ ଏଡ଼ାଇବା ସହ ଜନସାଧାରଣଙ୍କ ସୁବିଧାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଗୁରୁତ୍ୱ ଦେଇଛି। ୨୧ଦିନର ଲକ୍‌ଡାଉନ୍‌କୁ ଲକ୍ଷ୍ୟ କରି ବିଏମ୍‌ସି ରନ୍ଧା ଖାଦ୍ୟ ପରିବହନ କରି ଜନସାଧାରଣଙ୍କୁ ଦେଉଥିବା ଘରୋଇ ସଂସ୍ଥା ‘ସ୍ୱିଗି’ ସହ ହାତ ମିଳାଇଛି। ଏଣିକି ସ୍ୱିଗି ମଧ୍ୟ ଅନ୍ୟ ମଲ ଓ ଷ୍ଟୋର ଭଳି ଭୁବନେଶ୍ୱରବାସୀଙ୍କ ଘରେ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇବ। ଏହି ସାମ୍ପ୍ରତିକ ସ୍ଥିତିରେ ଜନସାଧାରଣଙ୍କ ସହଯୋଗ କରିବା ପାଇଁ ବିଏମ୍‌ସି ସ୍ୱିଗିକୁ ଏହି ଦାୟିତ୍ୱ ଦେଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ଏ ନେଇ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ଏସିଏଲ୍‌)ର ଜେନେରାଲ୍‌ ମ୍ୟାନେଜର (ପ୍ରଶାସନିକ) କମଲଜିତ୍‌ ଦାସ କହିଛନ୍ତିି, ସ୍ୱିଗି ଦ୍ୱାରା କାର୍ଯ୍ୟରତ ଡେଲିଭରି କର୍ମଚାରୀମାନେ ଭୁବନେଶ୍ୱରର ଗଳିକନ୍ଦି ସହ ଭଲ ଭାବେ ପରିଚିତ। ତେଣୁ ଲୋକଙ୍କ ସୁବିଧା ପାଇଁ ବିଏମ୍‌ସି ଏହି କାର୍ଯ୍ୟ ହାତକୁ ନେଇଛି। ଏଥିରେ ଲୋକ ବିଶେଷ ଭାବେ ଉପକୃତ ହେବାବେଳେ ସ୍ୱିଗି ମଧ୍ୟ ଉପକୃତ ହେବ। ଲକ୍‌ ଡାଉନ୍‌ ଘୋଷଣା ହୋଇଥିବା ବେଳେ ସଉଦା ଆଣିବା ବାହାନା ଦର୍ଶାଇ ବହୁ ଲୋକ ବାହାରକୁ ବାହାରୁଛନ୍ତି। ଭୁବନେଶ୍ୱରରେ ୩ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିବା ପରେ ଲୋକମାନେ ଯେପରି ଜମାରୁ ଘରୁ ନ ବାହାରନ୍ତୁ ସେ ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ବିଏମ୍‌ସି ପକ୍ଷରୁ ରାଜଧାନୀର ୨୮ଟି ମଲ୍‌ ଏବଂ ଷ୍ଟୋର କର୍ତ୍ତୃପକ୍ଷଙ୍କ ସହ ହୋମ ଡେଲିଭରି ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ…

ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri