ଘରଖଁଡ଼େ ଲାଗି ଗୁହାରି କରି ନିରାଶ ସୁକାନ୍ତି: ପଲିଥିନ୍‌ ତଲେ ଓ୍ବାର୍ଡ ସଭ୍ୟାକଁର ପରିବାର

ଲାଞ୍ଜିଗଡ଼,୨୦।୧୨ (ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଁଚେତ୍‌ ଅଧୀନ ପାଇକବୋରି ଗଁାର ମହେନ୍ଦ୍ର ମାର୍ଥା। ଭଲ ଘରଖଁଡ଼େ ଅଭାବୁ କୁଟୁମବସିଆ ଗୁଟେ ଭଂଗା ଦଦ୍‌ରା ମାଟି କୁରିଆରେ ପଲିଥିନ୍‌ ଢାପି ମୁଡ଼ ଗୁଁଜିଛନ୍‌। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ସେ ପରଶାସନିକ ଅଧ୍‌କାରୀମାନକୁ ଗୁହାରି କରି ନିରାଶ ହେଇଛନ୍‌।
ସୂଚନା ଅନ୍‌ସାରେ ପାଇକବୋରି ଗଁାର ମହେନ୍ଦ୍ର ମାର୍ଥାକଁର ପରିବାର କହେଲେ ମାଏକିନା ସୁକାନ୍ତି ଆର ୩ ପୁଓକେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଦୁଖସୁଖ କରି ଚଲୁଛନ୍‌। ଅଭାବ ଅନାଟନ ଲାଗି ଆଏଜ୍‌ତକ ସେ ଭଲ ଘରଖଁଡ଼େ ନାଇଁ କରିପାରି। ଗୁଟେ ମାଟି କୁରିଆରେ ପଲିଥିନ୍‌ ଢାପି କୁଟୁମବସିଆ ଖରା, ବରଷା, ଶୀତ କାକରରେ ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ମହେନ୍ଦ୍ର ପଁଚେତ୍‌ରୁ ବ୍ଲକ ଆର ଜିଲାପାଳକଁର ଅଭିଯୋଗ ଶୁନାନୀରେ ଗୁହାରି କରି ନିରାଶ ହେଇଛନ୍‌। ଉଲ୍‌ଟିଆ ଏସ୍‌ଇସିସି ତାଲିକାରେ ନଁା ନାଇଁଥିବାର ଲାଗି ଘର ନାଇଁ ମିଲବାର ବଲି ଅଧ୍‌କାରୀମାନେ କହୁଛନ୍‌। ଇଆଡ଼େ ମହେନ୍ଦ୍ରକଁର ମାଏକିନା ସୁକାନ୍ତି ନିଜେ କାନକୁଟ୍ରୁ ପଁଚେତ୍‌ ପାଇକବୋରିର ଓ୍ବାର୍ଡ ସଭ୍ୟା ଅଛନ୍‌। ତାକର ସୁପାରିଶରେ ଲୋକ୍‌ ଘର ପାଉଛନ୍‌। ହେଲେ ସେ ନିଜେ ଘରଖଁଡ଼େର ଲାଗି ପଁଚେତ୍‌ ନିର୍ବାହୀ ଅଧ୍‌କାରୀ ଈଶ୍ୱର ଚନ୍ଦ୍ର ସାହୁ, ସରପଁଚ୍‌ ସରସ୍ବତୀ ମାଝିକୁଁ ଅନେକ ଥର ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଉଭଏ ଆମର ଭଂଗା ଦଦ୍‌ରା କୁରିଆ ଆର ଦୁରଦଶା ଦେଖିଛନ୍‌। ହେଲେ ଘର ଆଏଜ୍‌ ହେବା କାଏଲ୍‌ ହେବା କହି ମୋତେ ଭୁରତେଇ ଚାଲିଛନ୍‌ ବଲି ସେ ଅଭିଯୋଗ କରିଛନ୍‌। ବରଷା ଦିନେ ପରିବାରଟା ବଡ଼ା ଜହଗଁଜ୍‌ ହେଉଛନ୍‌। ଆଏଜ୍‌ ଇତାର ପିଁଢ଼ାରେ ତ କାଏଲ୍‌ କେନ୍‌ ସ୍କୁଲ ବାରନ୍‌ଡାରେ ଆଶ୍‌ରେ ନେଉଛନ୍‌। ଇ ଦୁଖି ଗରିବ୍‌ ପରିବାର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଏବିଡିଓ ବିଭୁତି ଭୁଷଣ ଶତପଥୀକୁଁ ପଚ୍‌ରାଲାରୁ ପରିବାରର ସମକର ଆଧାର କର୍ଡ ଆନି ଅପଲୋଡ କଲା ଉତାରୁ ଏଇସିସି ତାଲିକାରେ ନଁା ଆଏବା ଆର ଘର ମିଲବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri