ଘରକୁ ଦିଅନ୍ତୁ ନୂଆ ଲୁକ୍‌

ଘରକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ଲାଗି ଦୀର୍ଘଦିନ ପର୍ଯ୍ୟନ୍ତ ଏକାପ୍ରକାର ସାଜସଜ୍ଜା ନ ରଖି ମଝିରେ ମଝିରେ ପରିବର୍ତ୍ତନ ଆବଶ୍ୟକ। ତେବେ ଏଥିପାଇଁ ଯେ, କେବଳ ଦାମୀ ଆସବାବପତ୍ର କିମ୍ବା ଗୃହସଜ୍ଜା ଉପକରଣ ଦରକାର ତାହା ଭାବିବା ଠିକ୍‌ ନୁହେଁ। ଆପଣ ଚାହିଁଲେ କିପରି ଅଳ୍ପ ଖର୍ଚ୍ଚରେ ମଧ୍ୟ ଘରକୁ ନୂଆ ଲୁକ୍‌ ଦେଇ ପାରିବେ, ଜାଣି ରଖନ୍ତୁ ସେ ସମ୍ପର୍କରେ …
କାନ୍ଥର ରଙ୍ଗ ବଦଳାଇବା ଦ୍ୱାରା ଘରକୁ ସମ୍ପୂର୍ଣ୍ଣ ନୂଆ ଲୁକ୍‌ ମିଳିଥାଏ। ଯଦି ଏଥିପାଇଁ ଅଧିକ ଖର୍ଚ୍ଚ ହେବ ଭାବୁଥାନ୍ତି ତେବେ ଡ୍ରଇଂରୁମ୍‌, ବେଡ୍‌ରୁମ୍‌ ଆଦିର କାନ୍ଥରେ ଓ୍ବାଲ୍‌ପେପର୍‌ ଲଗାଇ ପରିବେ। ଏହା ଖୁବ୍‌ ଆକର୍ଷଣୀୟ ଲାଗିବ।
ଘର ଭିତରେ କେବଳ ସ୍କ୍ରିନ୍‌ ବଦଳାଇ ଦେଲେ ଲୁକ୍‌ ଅନେକାଂଶରେ ବଦଳି ଯାଇଥାଏ। ତେଣୁ ପୁରୁଣା ସ୍କ୍ରିନ୍‌କୁ କାଢି କୌଣସି ଭଲ ରଙ୍ଗର ତଥା ଡିଜାଇନ୍‌ର ସ୍କ୍ରିନ୍‌ ଲଗାନ୍ତୁ ଦେଖିରେ ଘର ଖୁବ୍‌ ସୁନ୍ଦର ଲାଗିବ।
ସୋଫା ଏବଂ କୁସନ କଭର ବଦଳାଇବା ଦ୍ୱାରା ବି ଘରର ଲୁକ୍‌ ବଦଳିଥାଏ। ଡ୍ରଇଂରୁମ୍‌ରେ ଫର୍ନିଚରର ସ୍ଥାନ ପରିବର୍ତ୍ତନ କରିବା ଦ୍ୱାରା ବି ନୂଆ ଲୁକ୍‌ ମିଳିଥାଏ। ବର୍ତ୍ତମାନ ଡ୍ରଇଂ ରୁମ୍‌ରେ ଲୋୟର ସିଟିଂ ଆରେଞ୍ଜମେଣ୍ଟ ଏକ ଲାଟେଷ୍ଟ ଡିଜାଇନ୍‌ ପାଲଟିଛି। ଆପଣ ଚାହିଁଲେ କିଛି ପୁରୁଣା ଚେୟାର ଆଦି ବାହାର କରି ତଳେ ଲୋୟର ସିଟିଂ ଆରେଞ୍ଜମେଣ୍ଟ କରି ପାରିବେ। ଏହାକୁ ଅଧିକ ଆକର୍ଷଣୀୟ କରିବା ଲାଗି ସୁନ୍ଦର ସୁନ୍ଦର କୁସନ୍‌ ରଖିପାରିବେ।
ଘରର ଇଣ୍ଟେରିଅରକୁ ସୁନ୍ଦର କରିବାରେ ଲାଇଟ୍‌ର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ। ତେଣୁ ଘରକୁ ନୂଆ ଲୁକ୍‌ ଦେବାକୁ ଚାହିଁଥିଲେ କିଛି କଲରଫୁଲ୍‌ ଲାଇଟ୍‌ ବ୍ୟବସ୍ଥା କରିପାରିବେ।
ବିଭିନ୍ନ ସ୍ଥାନରେ ଫ୍ଲାଓ୍ବାର୍‌ ଭେସ୍‌ ରଖିପାରିବେ କିମ୍ବା ଇନ୍‌ଡୋର ପ୍ଲାଣ୍ଟ ରଖିପାରିବେ। ଏହାଦ୍ୱାରା ଘର ପୂର୍ବାପେକ୍ଷା ଅଧିକ ସୁନ୍ଦର ଲାଗିବ।
ଘର ଭିତରେ ଅଧିକ ଜିନିଷ ନ ରଖି ଆବଶ୍ୟକତାରେ ଆସୁ ନ ଥିବା ପୁରୁଣା ଫର୍ନିଚର କାଢି ଦେବା ଦ୍ୱାରା ବି ଘର ଫାଙ୍କା ଏବଂ ଭଲ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

ମର୍ମନ୍ତୁଦ ଦୁର୍ଘଟଣା; କାମସାରି ଘରକୁ ଫେରୁଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ, ୨…

ରାଜନଗର, ୨୭ା୫ (ଭାସ୍କର ରାଉତରାୟ): ରାଜନଗର ବ୍ଲକ ରାଜନଗର ଗୁପ୍ତି ମୁଖ୍ୟ ରାସ୍ତାର ହାତୀନା ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଦୁଇ…

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

କର୍ନାଟକରେ ସତ୍ତା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ! କାଲି ଏହି ସମୟରେ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଆଗାମୀ ଦୁଇ ଦିନ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ତୀବ୍ର ହେଉଥିବା ବେଳେ, କଂଗ୍ରେସ ବିଧାୟକ ଆର.ଭି. ଦେଶପାଣ୍ଡେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ…

ବେଆଇନ ଗୋହତ୍ୟା ରୋକିବାକୁ ଜିଲାପାଳ, ଥାନାଧିକାରୀଙ୍କୁ ସ୍ମାରକପତ୍ର

ବନ୍ତ,୨୭ା୫(କିଶୋର କୁମାର ସେଠୀ): ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ-ଉଲ-ଜୁହା (ବକ୍ରିଦ) ପର୍ବ ପାଳନ ହେବାକୁ ଯାଉଥିବା ବେଳେ, ଏହି ସମୟରେ ବେଆଇନ ଗୋହତ୍ୟା ଏବଂ ଗୋ-ଚାଲାଣକୁ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri