Posted inଜାତୀୟ

ଘନେଇଲା କମଲନାଥଙ୍କ ସଙ୍କଟ

ଭୋପାଳ, ୬ା୩(ପି.ଟି.): ମଧ୍ୟପ୍ରଦେଶର କମଲନାଥ ସରକାରଙ୍କ ସଙ୍କଟ ଘନେଇବାରେ ଲାଗିଛି। ଗୁରୁବାର କଂଗ୍ରେସ ବିଧାୟକ ହରଦୀପ ସିଂ ଡଙ୍ଗ୍‌ ନିଜର ଇସ୍ତଫାପତ୍ର ବାଚସ୍ପତି ଏନ୍‌.ପି. ପ୍ରଜାପତିଙ୍କ ନିକଟକୁ ପଠାଇଛନ୍ତି। ଦ୍ୱିତୀୟ ଥର ସେ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବି ଦଳ ତାଙ୍କୁ କୋଣଠେସା କରିଆସୁଛି ବୋଲି ସେ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି। ସରକାର ଦୁର୍ନୀତିରେ ବୁଡ଼ି ରହିଥିବାବେଳେ କୌଣସି ମନ୍ତ୍ରୀ କାମ କରିବାକୁ ଆଗ୍ରହୀ ନ ଥିବା ସେ ପତ୍ରରେ ଉଲ୍ଲେଖ କରିଛନ୍ତି। ମଙ୍ଗଳବାର ଭାଜପା ୧୦ ବିଧାୟକଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ କରାଯାଇଥିବା ବେଳେ ହରଦୀପ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଦିଲ୍ଲୀ ନିକଟସ୍ଥ ଗୁରଗାଓଁସ୍ଥିତ ହୋଟେଲରୁ ୬ ବିଧାୟକଙ୍କୁ କଂଗ୍ରେସ ଫେରାଇ ଆଣିବାରେ ସଫଳ ହୋଇଥିବା ବେଳେ ଭାଜପା କମଲନାଥ ସରକାରକୁ ଭାଙ୍ଗିବାକୁ ପ୍ରୟାସ କରୁଥିବା ଅଭିଯୋଗ କରାଯାଇଛି। ଏବେ ବି ବିଧାୟକ ରଘୁରାଜ କଂସନା, ବିସାହୁଲାଲ୍‌ ସିଂ ଓ ସ୍ବାଧୀନ ବିଧାୟକ ଶେରା ଭୈୟା ନିଖୋଜ ଅଛନ୍ତି। ୧୪ ବିଧାୟକଙ୍କୁ କରାୟତ କରିବା ଲାଗି ଭାଜପା ଘୋଡ଼ାବେପାର ଆରମ୍ଭ କରିଥିବା କଂଗ୍ରେସ ନେତା ରଣଦୀପ ସୁର୍‌ଜଓ୍ବୋଲା ଅଭିଯୋଗ କରିଥିବାବେଳେ ଭାଜପା ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। କଂଗ୍ରେସ ଉପରେ ଖପ୍ପା ହୋଇ ବିଧାୟକମାନେ ଦଳ ଛାଡ଼ୁଥିବା ଭାଜପା ନେତା ନରୋତ୍ତମ ମିଶ୍ର ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ମଧ୍ୟପ୍ରଦେଶରେ ମୋଟ ୨୩୦ ଆସନ ମଧ୍ୟରୁ କଂଗ୍ରେସକୁ ୧୧୪, ଭାଜପାକୁ ୧୦୭ ଆସନ ମିଳିଥିଲା। ବିଏସ୍‌ପି, ଏସ୍‌ପି ଓ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ କଂଗ୍ରେସ ସରକାର ଗଠନ କରିଥିଲା। ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଘୋଡ଼ାବେପାର ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ଭାଜପା ନେତା ନରୋତ୍ତମ ମିଶ୍ର, ସଞ୍ଜୟ ପାଠକ, ବିଶ୍ୱାସ ସାରଙ୍ଗ, ଭୁପେନ୍ଦ୍ର ସିଂଙ୍କୁ ଘୋଡ଼ାବେପାର ପାଇଁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri