ଗୋରୁ ବ୍ୟବସାୟୀଙ୍କ ଠାରୁ ୮ ଲକ୍ଷ ଲୁଟ୍‌ ଘଟଣା : ମାଷ୍ଟରମାଇଣ୍ଡ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଗିରଫ

ଗଣିଆ,୩୧।୫(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମଠାରେ ଗତ ମାର୍ଚ୍ଚ ୧ ତାରିଖରେ ଜଣେ ଗୋରୁ ବ୍ୟବସାୟୀଙ୍କଠାରୁ ବନ୍ଧୁୁକ ଦେଖାଇ ୮ ଲକ୍ଷ ଲୁଟ୍‌ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ମାଷ୍ଟରମାଇଣ୍ଡ କୁହାଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭରଙ୍କୁ ଗଣିଆ ପୋଲିସ ଗୁରୁବାର ଗିରଫ କରିଛି । ଗିରଫ ଡ୍ରାଇଭର ଜଣଙ୍କ ହେଲେ କଟକ ଜିଲା ପଦାମାଳ ଗ୍ରାମର ନାଗୁଣୀ ସେନ ଓରଫ୍‌ ଗୋପୀନାଥ (୩୫) । ଲୁଟ୍‌ ଘଟଣାରେ ସଂପୃକ୍ତ ଥିବା ଆଉ ୫ଜଣ ଲୁଟେରା ଫେରାର ଅଛନ୍ତି। ଗିରଫ ନାଗୁଣୀଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ।
ଥାନା ସୂତ୍ରରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ୧ତାରିଖରେ କଟକ ଜିଲା କାନପୁର ଥାନା ଅନ୍ତର୍ଗତ ଚଷାବାରବାଟି ଗ୍ରାମର ଗୋରୁ ବ୍ୟବସାୟୀ ଦେବରାଜ ମଲ୍ଲିକ ଏକ ପିକ୍‌ଅପ୍‌ ଭ୍ୟାନ (ନଂ.ଓଡି ୦୨ସି ୦୮୨୧) ଯୋଗେ ଗୋରୁ କିଣିବା ପାଇଁ ଯାଉଥିଲେ । ଗଣିଆ ଥାନା ଜଗନ୍ନାଥପ୍ରସାଦ ଗ୍ରାମ ନିକଟରେ ୨ଟି ବାଇକରେ ୫ଜଣ ଲୁଟେରା ବନ୍ଧୁକ ଦେଖାଇ ଦେବରାଜଙ୍କଠାରୁ ୮ଲକ୍ଷ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ । ଏ ନେଇ ଦେବରାଜ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ନଂ ୮/୧୯ରେ ମାମଲା ରୁଜୁ କରିଥିଲା। ପରେ ନୟାଗଡ ଏସପି ଶଶିଭୂଷଣ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡା ଏସଡିପିଓ ଶ୍ରୀନିବାସ ମହାନ୍ତିଙ୍କ ନେତୃତ୍ୱରେ ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ, କଣ୍ଟିଲୋ ଫାଣ୍ଡି ଅଧିକାରୀ ଜୟପ୍ରକାଶ ପରିଡାଙ୍କ ସମେତ ୫ ଜଣିଆ ପୋଲିସ ଟିମ୍‌ ଗଠନ କରାଯାଇ ଲୁଟେରା ଦଳକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଘଟଣା ପରଠାରୁ ଫେରାର ଥିବା ନାଗୁଣୀଙ୍କୁ ପୋଲିସ ଗୁରୁବାର ପଦାମାଳରୁ ଗିରଫ କରିଥିଲା । ମାଷ୍ଟରମାଇଣ୍ଡ କୁହାଯାଉଥିବା ନାଗୁଣୀ ସେନଙ୍କ ପୂର୍ବ ଯୋଜନା ମୁତାବକ ଖୋର୍ଦ୍ଧା ଅଞ୍ଚଳର ସହଯୋଗୀ ୫ଜଣ ଲୁଟେରା ପିକ୍‌ଅପ୍‌ ଭ୍ୟାନର ପିଛା କରି ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟି ନେଇଥିଲେ। ଏହି ଲୁଟେରା ଦଳ ନୟାଗଡ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ଲୁଟ୍‌ କରୁଥିବା ନାଗୁଣୀ ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଫେରାର ଥିବା ଲୁଟେରାମାନଙ୍କୁ ଖୁବ୍‌ ଶୀଘ୍ର ଧରାଯିବ ବୋଲି ଗଣିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଯୋଗଦେଲେ ଇରାନୀ ରାୟ; ଅରୁଣଙ୍କ ରାସ୍ତା ସଫା, ସମ୍ବିତଙ୍କ ପାଇଁ ସମସ୍ୟା

ଭୁବନେଶ୍ୱର,୨୪।୩: ଭାଜପା ନେତ୍ରୀ ଇରାନୀ ରାୟ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ଶତାଧିକ କର୍ମୀଙ୍କ ସହିତ ଆସି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ...

ନୟାଗଡ ଭାଜପାକୁ  ଝଟ୍‌କା: ବିଜେଡିରେ ଯୋଗଦେଲେ ଇରାନୀ ରାୟ

ନୟାଗଡ଼,୨୪।୩(ଲୋକନାଥ ମିଶ୍ର): ନୟାଗଡ଼ ଭାଜପାକୁ  ଝଟ୍‌କା । ଭାଜପା ନେତ୍ରୀ ଇରାନୀ ରାୟ ରବିବାର ବିଜେଡିରେ ଯୋଗଦେଇଛନ୍ତି।  ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ...

ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ଖଣ୍ଡପଡ଼ା ଅଞ୍ଚଳବାସୀ

ଖଣ୍ଡପଡ଼ା,୨୪ା୩ (ଅଜୟ କୁମାର ମହାରଣା):ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ତୃଣମୂଳସ୍ତରରେ ୧୦୮ ଆମ୍ବୁଲାନ୍ସ ସେବା କିପରି...

ଗୋକୁଳାନନ୍ଦ ପୀଠ ରାସ୍ତା ଅନ୍ଧକାର

ଖଣ୍ଡପଡ଼ା,୨୪ା୩ (ଅଜୟ କୁମାର ମହାରଣା):ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ସିଧାମୂଳାସ୍ଥ ଗୋକୁଳାନନ୍ଦ ପୀଠ ଏବଂ ତତ୍‌ସଂଲଗ୍ନ ମଧୁକର୍ଣ୍ଣିକା ପାହାଡ଼ରେ ଅବସ୍ଥିତ ଇକୋ ଟୁରିଜିମ ପରିବେଶ ପର୍ଯ୍ୟଟନସ୍ଥଳୀ କେନ୍ଦ୍ରକୁ...

ପାଇଖାନା ନିର୍ମାଣରେ ଅନିୟମିତତା

ଖଣ୍ଡପଡ଼ା,୨୨ା୩(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ୨୨ ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଯୋଜନାରେ ୨୨ ହଜାର ପାଇଖାନା ନିର୍ମାଣ ପାଇଁ ସରକାରଙ୍କ...

ନୟାଗଡରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରି

ନୟାଗଡ଼,୨୦।୩: ନୟାଗଡରେ ନବ ନିର୍ମିତ ରାମ ମନ୍ଦିରରୁ ହୋଇଛି ବଡ଼ ଚୋରି। ଦୁର୍ବୁତ୍ତମାନେ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ନେଇ ପଳାଇଥିବା କୁହାଯାଉଛି।...

ନିଆଁ ବଳୟରେ ନୟାଗଡ଼ ବନଖଣ୍ଡ ଜଙ୍ଗଲ

ନୟାଗଡ଼ ଅଫିସ,୧୮ା୩(ଲୋକନାଥ ମିଶ୍ର): ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ସରକାର ଅନୁଦାନ ଯୋଗାଇ ଦେଉଛନ୍ତି। ତେବେ ନୟାଗଡ଼ ବନଖଣ୍ଡରେ ମନୁଷ୍ୟକୃତ ନିଆଁର ଭୟାବହତା ଚିନ୍ତାର...

ଭୋଟର ଖୋଜୁଛନ୍ତି ନୂଆ ମୁହଁ

ନୟାଗଡ଼/ରଣପୁର,୧୮।୩(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲାର ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଶାସକ ଦଳର ସତ୍ୟ ନାରାୟଣ ପ୍ରଧାନ ବିଧାୟକ ଅଛନ୍ତି। ହେଲେ ଦଳରେ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri