ସାବିତ୍ରୀ ପାଇଁ ବଜାର ଦର ଆକାଶଛୁଆଁ

ଖଣ୍ଡପଡ଼ା,୩୧ା୫(ସ୍ବ.ପ୍ର.)-୨ଦିନ ପରେ ସାବିତ୍ରୀ ବ୍ରତ। ଏଥିପାଇଁ ରାସ୍ତା ପାର୍ଶ୍ୱ, ସାହି, ବସ୍ତି, ଛକ ଓ ବଜାରରେ ଫଳ ବ୍ୟବସାୟୀ ପସରା ମେଲାଇଛନ୍ତି। ଶାଢ଼ି, ଚୁଡ଼ି, କସମେଟିକ୍ସ ଆଦି ଦୋକାନ/ବଜାରରେ ଦର ଆକାଶଛୁଆଁ ହୋଇଛି। ଏ ସମୟରେ ସମସ୍ତ ପ୍ରକାର ଜିନିଷର ଚାହିଦା ଅଧିକ ଥିବାରୁ ବ୍ୟବସାୟୀମାନେ ଦର ବୃଦ୍ଧି କରିବାକୁ ପଛାଉନାହାନ୍ତି। ଗୁରୁବାର ସକାଳେ ଖଣ୍ଡପଡ଼ା, ଖଳିସାହି, କଣ୍ଟିଲୋ, ବେଣାଗାଡିଆ, ସିଧାମୂଳା ଆଦି ବଜାରରେ ସୀମିତ ପରିମାଣରେ ଫଳ ରହିଥିବାରୁ ବ୍ୟବସାୟୀମାନେ ଫଳ ଓ ସାବିତ୍ରୀ ବ୍ରତ ପାଳନ ନିମନ୍ତେ ଆବଶ୍ୟକ ଜିନିଷକୁ ଚଢ଼ା ଦରରେ ବିକ୍ରି କରୁଥିବା ଦେଖାଯାଇଛି। ଆମ୍ବ, ପଣସ, ସପୁରି, ଲିଚୁ, କମଳା, ସପେଟା, ଅଙ୍ଗୁର, କଦଳୀ, ଜଙ୍ଗଲୀ କେନ୍ଦୁ, ଖଜୁରି, ତାଳ ଆଦି ଫଳମୂଳ ସହ ଗଜା ମୁଗର ଦର ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ତେଣୁ ଏ ସମୟରେ ବିବାହିତା କନ୍ୟା ପିତା ଏବଂ ସତ୍ୟବାନ ସାଜିଥିବା ସ୍ବାମୀଙ୍କ ମାନସିକ ଚାପ ଉଚ୍ଚରେ ରହିଥାଏ। ବିଶେଷ ଭାବେ ନୂଆ କରି ବିବାହ କରିଥିବା କନ୍ୟା ପିତାଙ୍କୁ ପାଇଁ ଏଭଳି ପରିସ୍ଥିତି ଆର୍ଥତ୍କ ବୋଝ ମନେ ହୋଇଥାଏ। କାରଣ ଦର ଯେତେ ଅଧିକ ହେଲେ ମଧ୍ୟ ସାବିତ୍ରୀ ଭାର ଦେବାକୁ ହିଁ ପଡ଼ିବ। ସ୍ତ୍ରୀ ମନ ରଖିବାକୁ ବିଚରା ସ୍ବାମୀମାନଙ୍କୁ ମଧ୍ୟ ଏ ସବୁ ଜିନିଷ କିଣିବାକୁ ପଡ଼ିବ। ଅବଶ୍ୟ ବିଭିନ୍ନ ସ୍ଥାନ ଏବଂ ଗୁଣବତ୍ତା ଅନୁସାରେ କେଉଁଠାରେ ଦର କମ୍‌ ଓ ଅଧିକ ରହିଛି। ତେବେ ଫନୀ ବାତ୍ୟା ଓଡ଼ିଶାରେ ଆମ୍ବ ଦର ବୃଦ୍ଧି ନିମନ୍ତେ ବେଶ୍‌ ସହାୟକ ହୋଇଥିବା ଲୋକେ କହୁଛନ୍ତି। ଆମ୍ବ କିଲୋ ପ୍ରତି ୪୦ରୁ ୫୦ଟଙ୍କା ଥିବାବେଳେ ସେଓ, ଅଙ୍ଗୁର, କମଳା କିଲୋ ପ୍ରତି ଶହେ ଟଙ୍କାରୁ ଅଧିକ, କଦଳୀ ଡଜନ ପ୍ରତି ସର୍ବନିମ୍ନ ୩୦ରୁ ୩୫, ସପୁରି ଗୋଟା ୩୦ରୁ ୪୦ଟଙ୍କା, ସପେଟା ୯୦ ଟଙ୍କା, ପଣସ ୧୦୦ ଟଙ୍କା, ଗୋଟାତାଳ ୫ଟଙ୍କା, କେନ୍ଦୁ ଗୋଟା ୫ଟଙ୍କା, ନଡ଼ିଆ ଗୋଟାକୁ ୨୫ରୁ ୩୦ଟଙ୍କା ହୋଇଥିବାବେଳେ କାକୁଡ଼ିି କିଲୋ ୩୦ଟଙ୍କା ରହିଛି। ଯେ କୌଣସି ମତେ ଓଡ଼ିଆ ବୋହୂ ଉପରୋକ୍ତ ଜିନିଷ କିଣି ଏହି ପାରମ୍ପରିକ ବ୍ରତ ପାଳନ କରିବେ। ପୌରାଣିକ କଥା ଅନୁସାରେ ନିଜର ନିଷ୍ଠା, ଭକ୍ତି, ସତୀତ୍ୱ, ପବିତ୍ରତା ଏବଂ ପତିବ୍ରତା(ସ୍ବାମୀ ହିଁ ବ୍ରତ)ଧର୍ମ ଯୋଗୁ ସାବିତ୍ରୀ ସ୍ବାମୀ ସତ୍ୟବାନଙ୍କୁ ମୃତ୍ୟୁର ଅଧିଶ୍ୱର ଯମରାଜଙ୍କଠାରୁ ଫେରାଇ ଆଣି ପାରିଥିଲେ। ତେଣୁ ହିନ୍ଦୁ ପରିବାରର ବିବାହିତା ମହିଳାମାନେ ସ୍ବାମୀଙ୍କ ଶୁଭକାମନା କରି ରୀତିନୀତି ଅନୁସାରେ ଏହି ପୂଜା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri