ଗୋନାସିକା କେନ୍ଦୁଝର ମହୋତ୍ସବ ଉଦ୍‌ଘାଟିତ: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ରାସ୍ତାଘାଟ

କେନ୍ଦୁଝର,୨୧।୧୨(ସ୍ବ.ପ୍ର./ଡି.ଏନ.ଏ.)-ଗୋନସିକା-କେନ୍ଦୁଝର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଶୁକ୍ରବାର ସ୍ଥାନୀୟ କାଳୀ ପଡିଆଠାରେ ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟିତ ହୋଇଯାଇଛି ା ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିିକ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଏମପି ଚନ୍ଦ୍ରାଣୀ ମୁର୍ମୁ , ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଜିଲାପାଳ ଆଶିଷ ଥାକ୍‌ରେ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର ଏଥିରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ା
ପ୍ରଥମେ ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରି ଅତିଥିିମାନେ ମଞ୍ଚକୁ ଯାଇଥିଲେ ା ସେଠାରେ ମା’ ତାରିଣୀ ଓ ଶ୍ରୀ ବଳଦେବଜୀଉଙ୍କ ଫଟୋରେ ପୁଷ୍ପପ୍ରଦାନ ସହ ଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ା ଆବାହନୀ ସଙ୍ଗୀତ ଗାନ ପରେ ଅତିଥିମାନେ ଏଭଳି ମହୋତ୍ସବ ଓ ମେଳା ଆୟୋଜନ କଳାକାର, ଶିଳ୍ପୀ ତଥା ଉଦ୍ୟୋଗୀଙ୍କ ମିଳିନ କ୍ଷେତ୍ର ବୋଲି ବର୍ଣ୍ଣନା କରି କେନ୍ଦୁଝରର କଳା ସଂସ୍କୃତିକୁ ଏହା ଅଧିକ ସମୃଦ୍ଧ କରିବ ବୋଲି କହିଥିଲେ ା ପରେ ଅତିଥିମାନେ ମେଳାରେ ପଡିଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ା
ଜିଲା ସଂସ୍କୃତି ପରିଷଦ, କେନ୍ଦୁଝର ଓ ଓରମାସର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ମେଳା ୨୬ ତାରିଖ ଯାଏ ଚାଲିବ ା ଏଥିରେ ଜିଲା, ରାଜ୍ୟ ଓ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ହସ୍ତଶିଳ୍ପ ସାଙ୍ଗକୁ ବିଭିନ୍ନ କାରୁକାର୍ଯ୍ୟ ପ୍ରଦର୍ଶନ କରାଯାଉଛି। ପୁସ୍ତକ ମେଳା, ବାଲୁକା କଳା ପ୍ରଦର୍ଶନୀ, ଖାଦ୍ୟ ମେଳା ମହୋତ୍ସବରେ ଭିନ୍ନ ଆକର୍ଷଣ ଭରି ଦେଇଛି। ସମୁଦାୟ ଖୋଲିଛି ୨୦୦ ଷ୍ଟଲ । ସେହିପରି ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି ା ଜିଲାର ବଛା ବଛା ସାଂସ୍କୃତିକ ଦଳ ଲୋକ ନୃତ୍ୟ ସମେତ କଣ୍ଢେଇ ନାଚ, ଛଉ ନାଚ ଆଦି ପ୍ରଦର୍ଶନ କରିବେ ା ରାଜ୍ୟ ଓ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏହି ଅବସରରେ ଆୟୋଜିତ ପୁସ୍ତକ ମେଳାକୁ ଜିଲାପାଳ ଉଦ୍‌ଘାଟନ କରିଥିଲେ ା
ଏଥିପୂର୍ବରୁ ପୁଣ୍ୟତୋୟା ବୈତରଣୀ ନଦୀର ଉପତ୍ତି ସ୍ଥଳ ଗୋନାସିକାର ଗୁପ୍ତଗଙ୍ଗାରୁ ଏକ ଜ୍ୟୋତି ବାହାରି ଶୁକ୍ରବାର ଅପରାହ୍ନରେ ସିଦ୍ଧମଠ ଦେଇ କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ପହଞ୍ଚିଥିଲା ା ସେଠାରେ ପୂଜାର୍ଚ୍ଚନା ପରେ ଅପରାହ୍ନରେ ଗାନ୍ଧୀଛକଠାରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି କାଳୀପଡିଆରେ ପହଞ୍ଚିଥିଲା । ଏଥିରେ ଦୁଲିକି ଉଠିଥିଲା ରାସ୍ତା ଘାଟ। ଏହାକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ କଳା ଓ ସଂସ୍କୃତି ପ୍ରେମୀ ଦର୍ଶକଙ୍କ ଭିଡ ଜମିଥିଲା ା ଗୋନାସିକା ମହୋତ୍ସବ ପାଇଁ ଆସିଥିବା ମଶାଲ ଜ୍ୟୋତି ସହିତ ମହୋତ୍ସବ ଷ୍ଟେଜ ନିକଟରେ ସେଲଫି ଉଠାଇବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ମହୋତ୍ସବ ମଞ୍ଚରେ ମହାନ ବିଳ୍ପବୀ ଧରଣୀଧର ଭୂୟାଁ ଙ୍କର ଫଟୋ ନ ଥିବାରୁ ବିଧାୟକ ସେଠୀଉଦ୍‌ବେଗ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri