ଗୁଳିମାଡ଼ରୁ ବର୍ତ୍ତିଲେ ଇଟାଭାଟି ସୁପରଭାଇଜର

ଦିଗପହଣ୍ଡି,୭ା୩(ଡି.ଏନ.ଏ.)
ଦିଗପହଣ୍ଡି ଥାନା ଅଧୀନ ମହୁଡ଼ା ଗ୍ରାମ ନିକଟରେ ଜଣେ ଇଟାଭାଟି ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଟାଉନ ଥାନା ବିଜିପୁର ଲକ୍ଷ୍ମୀ ସାହିର ଇଟାଭାଟି ସୁପରଭାଇଜର ସାଗର ପାତ୍ରଙ୍କ ଏତଲା କ୍ରମେ ଶୁକ୍ରବାର ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ନଂ.୪୫/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ପୋଲିସ ଘଟଣାସ୍ଥଳରୁ ଖୋକା ଜବତ କରିଛି।
ପ୍ରକାଶ ଯେ, ଗତ ଗୁରୁବାର ସାଗର ସନ୍ତୋଷ ବେହେରାଙ୍କ ଇଟାଭାଟିରେ କାମ କରୁଥିବାବେଳେ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ସାଗର କିଏ ବୋଲି ପଚାରିଥିଲେ। ସେଠାରେ ଉପସ୍ଥିତ ଥିବା ସାଗର ନିଜର ପରିଚୟ ଦେବା ପରେ ସେମାନେ ଇଟା କିଣିବେ ବୋଲି କହିଥିଲେ। ଭାଟିରେ ଇଟା ଷ୍ଟକ ନ ଥିବାରୁ ନୂଆଇଟା ବାହାରିଲେ ବିକ୍ରି କରାଯିବ ବୋଲି ସାଗର କହିଥିଲେ। ଯୁବକ ଦ୍ୱୟ ସେଠାରୁ ଫେରି ଯାଇଥିଲେ। ପ୍ରାୟ ୫ ମିନିଟ ପରେ ପୁଣି ସେମାନେ ଆସି ଇଟାଭାଟି କର୍ମଚାରୀଙ୍କ ଦ୍ୱାରା ସାଗରଙ୍କୁ ଡକାଇଥିଲେ। ସାଗର ପହଞ୍ଚିବାପରେ ଜଣେ ଯୁବକ ତାଙ୍କୁ ଫୋନ ଦେଇ ଦାଦାଙ୍କ ସଙ୍ଗେ କଥା ହେବାକୁ ବାଧ୍ୟ କରିଥିଲେ। ସାଗର ମନା କରି ଇଟାଭାଟି ଅଫିସକୁ ଯିବା ସମୟରେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ମାଡକରି ଚମ୍ପଟ ମାରିଥିଲେ। ସାଗର ଅଳ୍ପକେ ବର୍ତ୍ତିଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ପୂର୍ବରୁ ଜଣେ ପେଶାଦାର ଅପରାଧୀ ଓ ତାଙ୍କ ଭାଇ ସହ ସାଗରର ଶତ୍ରୁତା ଥିଲା। ସେମାନଙ୍କ ମଧ୍ୟରୁ ଜଣେ ବର୍ତ୍ତମାନ ବ୍ରହ୍ମପୁର ଜେଲରେ ବିଚାରାଧୀନ ବନ୍ଦୀ ଥିବା ନେଇ ପୋଲିସକୁ ସୂଚନା ମିଳିଛି। ଦାଦା ବଟିକୁ କେନ୍ଦ୍ରକରି ସାଗରଙ୍କୁ ହତ୍ୟା ଉଦ୍ୟମ କରାଯାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଅନ୍ୟପକ୍ଷରେ କିଛି ଯୁବକ ପୂର୍ବରୁ ଧାର ସୂତ୍ରରେ ତାଙ୍କୁ ଇଟା ମାଗିଥିଲେ। ଷ୍ଟକ ନାହିଁ, ଭାଟିରୁ ନୂଆଇଟା ବାହାରିଲେ ସେ ଦେଖିବା କହିଥିଲେ। ଏନେଇ ଆକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଥିବା ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜନସମ୍ମିଳନୀ ଓ ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

କୋର୍ଟ ପରିସରରେ ସବୁଜ ପରିବେଶ ସୃଷ୍ଟି କଲେ ବିଚାରପତି

ପୁରୁଷୋତ୍ତମପୁର,୩ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକ ଆଇନ ସେବା କମିଟି ପକ୍ଷରୁ ଶୁକ୍ରବାର ନୂତନ ସିଭିଲ କୋର୍ଟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri