ଗୁଳିମାଡ଼ରୁ ବର୍ତ୍ତିଲେ ଇଟାଭାଟି ସୁପରଭାଇଜର

ଦିଗପହଣ୍ଡି,୭ା୩(ଡି.ଏନ.ଏ.)
ଦିଗପହଣ୍ଡି ଥାନା ଅଧୀନ ମହୁଡ଼ା ଗ୍ରାମ ନିକଟରେ ଜଣେ ଇଟାଭାଟି ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଟାଉନ ଥାନା ବିଜିପୁର ଲକ୍ଷ୍ମୀ ସାହିର ଇଟାଭାଟି ସୁପରଭାଇଜର ସାଗର ପାତ୍ରଙ୍କ ଏତଲା କ୍ରମେ ଶୁକ୍ରବାର ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ନଂ.୪୫/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ପୋଲିସ ଘଟଣାସ୍ଥଳରୁ ଖୋକା ଜବତ କରିଛି।
ପ୍ରକାଶ ଯେ, ଗତ ଗୁରୁବାର ସାଗର ସନ୍ତୋଷ ବେହେରାଙ୍କ ଇଟାଭାଟିରେ କାମ କରୁଥିବାବେଳେ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ସାଗର କିଏ ବୋଲି ପଚାରିଥିଲେ। ସେଠାରେ ଉପସ୍ଥିତ ଥିବା ସାଗର ନିଜର ପରିଚୟ ଦେବା ପରେ ସେମାନେ ଇଟା କିଣିବେ ବୋଲି କହିଥିଲେ। ଭାଟିରେ ଇଟା ଷ୍ଟକ ନ ଥିବାରୁ ନୂଆଇଟା ବାହାରିଲେ ବିକ୍ରି କରାଯିବ ବୋଲି ସାଗର କହିଥିଲେ। ଯୁବକ ଦ୍ୱୟ ସେଠାରୁ ଫେରି ଯାଇଥିଲେ। ପ୍ରାୟ ୫ ମିନିଟ ପରେ ପୁଣି ସେମାନେ ଆସି ଇଟାଭାଟି କର୍ମଚାରୀଙ୍କ ଦ୍ୱାରା ସାଗରଙ୍କୁ ଡକାଇଥିଲେ। ସାଗର ପହଞ୍ଚିବାପରେ ଜଣେ ଯୁବକ ତାଙ୍କୁ ଫୋନ ଦେଇ ଦାଦାଙ୍କ ସଙ୍ଗେ କଥା ହେବାକୁ ବାଧ୍ୟ କରିଥିଲେ। ସାଗର ମନା କରି ଇଟାଭାଟି ଅଫିସକୁ ଯିବା ସମୟରେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ମାଡକରି ଚମ୍ପଟ ମାରିଥିଲେ। ସାଗର ଅଳ୍ପକେ ବର୍ତ୍ତିଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ପୂର୍ବରୁ ଜଣେ ପେଶାଦାର ଅପରାଧୀ ଓ ତାଙ୍କ ଭାଇ ସହ ସାଗରର ଶତ୍ରୁତା ଥିଲା। ସେମାନଙ୍କ ମଧ୍ୟରୁ ଜଣେ ବର୍ତ୍ତମାନ ବ୍ରହ୍ମପୁର ଜେଲରେ ବିଚାରାଧୀନ ବନ୍ଦୀ ଥିବା ନେଇ ପୋଲିସକୁ ସୂଚନା ମିଳିଛି। ଦାଦା ବଟିକୁ କେନ୍ଦ୍ରକରି ସାଗରଙ୍କୁ ହତ୍ୟା ଉଦ୍ୟମ କରାଯାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଅନ୍ୟପକ୍ଷରେ କିଛି ଯୁବକ ପୂର୍ବରୁ ଧାର ସୂତ୍ରରେ ତାଙ୍କୁ ଇଟା ମାଗିଥିଲେ। ଷ୍ଟକ ନାହିଁ, ଭାଟିରୁ ନୂଆଇଟା ବାହାରିଲେ ସେ ଦେଖିବା କହିଥିଲେ। ଏନେଇ ଆକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଥିବା ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri