Posted inଜାତୀୟ

ଗୁଜରାଟରେ ରିସର୍ଟ ରାଜନୀତି ସରଗରମ

ଅହମଦାବାଦ,୮ା୬: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଗୁଜରାଟ ରାଜନୀତି ସରଗରମ ହୋଇଛି। ଶାସକ ଭାଜପା ପକ୍ଷରୁ ଘୋଡ଼ାବେପାର କରାଯିବା ଆଶଙ୍କାରେ କଂଗ୍ରେସ ବିଧାୟକମାନଙ୍କୁ ରାଜକୋଟ ଜିଲାସ୍ଥିତ ଏକ ହୋଟେଲରେ ରଖାଯାଇଛି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ କଂଗ୍ରେସ ବିଧାୟକମାନେ ଅବସ୍ଥାନ କରୁଥିବା ରିସର୍ଟ ବିରୋଧରେ ମାମଲା ଦାଏର ହୋଇଛି।
ଗୁଜରାଟର ୪ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ୧୯ରେ ନିର୍ବାଚନ ହେବ। କଂଗ୍ରେସର ୩ ବିଧାୟକ ଅକ୍ଷୟ ପଟେଲ, ଜିତୁ ଚୌଧରୀ ଓ ବ୍ରଜେଶ ମେର୍ଜା ଇସ୍ତଫା ଦେବା ପରେ ୧୮୨ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଦଳର ସଦସ୍ୟଙ୍କ ସଂଖ୍ୟା ୬୫କୁ ଖସିଛି। ଏହି ବିଧାୟକମାନଙ୍କ ମଧ୍ୟରୁ ୫-୬ ଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ରାଜକୋଟର ନୀଲ୍ସ ସିଟି ରିସର୍ଟରେ ରହୁଛନ୍ତି। ପୋଲିସ ଉକ୍ତ ରିସର୍ଟ ମାଲିକ ଓ ମ୍ୟାନେଜରଙ୍କ ବିରୋଧରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଏଫ୍‌ଆଇଆର୍‌ କରିଛି। କାରଣ ସୋମବାର ପର୍ଯ୍ୟନ୍ତ ହୋଟେଲ ନ ଖୋଲିବା ପାଇଁ କଟକଣା ରହିଛି। ଦଳ ପକ୍ଷରୁ ଅନ୍ୟ ଏମ୍‌ଏଲ୍‌ଏମାନଙ୍କୁ ବନାସକାଣ୍ଟା ଜିଲାର ଅମ୍ବାଜୀ ଓ ଆନନ୍ଦରେ ଥିବା ଦୁଇଟି ରିସର୍ଟରେ ରଖାଯାଇଛି। ରାଜ୍ୟ ସଭା ନିର୍ବାଚନ ଶେଷ ହେବା ଯାଏ ବିଧାୟକମାନେ ହୋଟେଲରେ ରହିବେ ବୋଲି କଂଗ୍ରେସ ମୁଖପାତ୍ର ମନୀଷ ଦୋଷୀ କହିଛନ୍ତି। ଇତିମଧ୍ୟରେ କଂଗ୍ରେସ ପକ୍ଷରୁ ଉପରୋକ୍ତ ବିଧାୟକମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ ଗୁଜରାଟରୁ ପଡ଼ୋଶୀ ରାଜସ୍ଥାନର ଏକ ରିସର୍ଟକୁ ସ୍ଥାନାନ୍ତର କରାଯାଇଛି। ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କରି ସେମାନଙ୍କୁ ସିରୋହିସ୍ଥିତ ଓ୍ବାଇଲ୍ଡ ଓ୍ବିଙ୍ଗ୍‌ସ ରିସର୍ଟକୁ ନିଆଯାଇଥିବା ଭାଜପା ଅଭିଯୋଗ ଆଣିଛି।
ଗତ ମାର୍ଚ୍ଚ ୨୬ରେ ରାଜ୍ୟ ସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ କଂଗ୍ରେସର ୫ ବିଧାୟକ ଇସ୍ତଫା ଦେଇଥିଲେ। ଫଳରେ ବାକି ବିଧାୟକମାନଙ୍କୁ ଜୟପୁରସ୍ଥିତ ଏକ ହୋଟେଲରେ ରଖାଯାଇଥିଲା। ପରେ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଏବେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୬୫କୁ ଖସିଥିବାରୁ ଦଳ ଦୁଇଟି ରାଜ୍ୟ ସଭା ଆସନରେ ବିଜୟୀ ହେବା ଆଶା ମଉଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଡ୍‌ଟର୍ମ ପରାଜୟ ପରେ ଜେଡି ଭାନ୍ସଙ୍କ ବଡ଼ ବୟାନ, ଏହି କାରଣରୁ ହାରିଲୁ…

ୱାଶିଂଟନ୍‌,୪ା୧୧: ଇରାନ୍‌ ସହ ଯୁଦ୍ଧ ଆମେରିକାର ରିପବ୍ଲିକାନ୍‌ ପାର୍ଟିର ମଧ୍ୟବର୍ତ୍ତୀ ବା ମିଡ୍‌ଟର୍ମ ନିର୍ବାଚନ ପରାଜୟର ପ୍ରମୁଖ କାରଣ । ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ବୁଧବାର…

‘ଗଣତନ୍ତ୍ରର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ’

ପାଟଣା,୪।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ତୁରୁମୁଙ୍ଗାସ୍ଥିତ କଲ୍ୟାଣ ମଣ୍ଡପରେ ବୁଧବାର ଭାଜପା ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ ଅବସରରେ…

ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, ୨ରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ…..

ନୂଆଦିଲ୍ଲୀ,୪ା୧୧(ପି.ଟି): ବିଗତ କିଛି ଦଶନ୍ଧି ମଧ୍ୟରେ ହୋଇଥିବା ଜନସଂଖ୍ୟା ଜନିତ ପରିବର୍ତ୍ତନ ଯୋଗୁ ଅତ୍ୟଧିକ ଜନସଂଖ୍ୟା ବୃଦ୍ଧିର ଭୟ ଦୂର ହୋଇଯାଇଛି । ତେଣୁ ୨ରୁ ଅଧିକ…

ବ୍ୟାଙ୍କରୁ ଟଙ୍କା ଉଠାଇ ଆସିବାବେଳେ ଲୁଟ୍‌: ବ୍ୟବସାୟୀଙ୍କଠାରୁ ଅଭିନବ ଉପାୟରେ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୪ା୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ-ଧାନଘର ଗାଁ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତାରେ ଜଣେ ବ୍ୟବସାୟୀ କୁଞ୍ଜନ ପାଢ଼ୀଙ୍କ ଠାରୁ ୬୦ ହଜାର ଟଙ୍କା ଥିବା…

କୋର୍ଟରେ ହାଜର ହେଉନଥିଲେ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପାଟପୁର ପୋଲିସ

ଦିଗପହଣ୍ଡି,୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର କୁନା ବେହେରା ଏବଂ ଯୁଧିଷ୍ଠିର ବେହେରାଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି…

ଘରେ ଲୁଚାଇ ରଖିଥିଲେ ବିପୁଳ ବାଣ, ଚଢ଼ାଉ କରି ଜବତ କଲା ପୋଲିସ

ଦିଗପହଣ୍ଡି/ଚିକିଟି,୪।୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ପୋଲିସ ଟିମ୍ ଚିକିଟି ପେଣ୍ଠ ଗ୍ରାମର ଏକ ଘରେ ଚଢ଼ାଉ କରିଛି…

’ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କଲେ ଜିଲାପାଳ, ହିତାଧିକାରୀଙ୍କ ବିକାଶ ଉପରେ ସ୍ପେଶାଲ ଫୋକସ୍‌

ଗୋଲାମୁଣ୍ଡା,୪ା୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ପଞ୍ଚାୟତର ତୁର୍ଲାପଡା(ବାଗମୁଣ୍ଡା ) ଗ୍ରାମରେ ବୁଧବାର ‘ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜିଲାପାଳ ପାଓ୍ବାର…

ଆଇସିସି ରାଙ୍କିଂରେ ବଡ଼ ପରିବର୍ତ୍ତନ, ନମ୍ବର-୧ ବୋଲର ହେଲେ….

ନୂଆଦିଲ୍ଲୀ,୪।୧୧: ଆଇସିସି ପକ୍ଷରୁ ବୁଧବାର ଜାରି ହୋଇଥିବା ସଦ୍ୟତମ ରାଙ୍କିଂରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର ଅଭିଜ୍ଞ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ପୁଣିଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?