ଗୁଜବ ପ୍ରଚାର କଲେ ଅପରାଧ ବିବେଚନା ହେବ

ଭୁବନେଶ୍ୱର, ୧୪।୩ (ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି। ରାଜ୍ୟ ସରକାର କରୋନା ଭାଇରସ ଡିଜିଜ୍‌- ୨୦୧୯ ଅର୍ଥାତ୍‌ କୋଭିଡ଼-୧୯କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ମହାମାରୀ ଆଇନ୍‌ ୧୮୯୭ର ଧାରା ୨, ୩ ଓ ୪ ବଳରେ କେତେକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ଯାହାକୁ ‘ଓଡ଼ିଶା କୋଭିଡ଼-୧୯ ନିୟମାବଳୀ, ୨୦୨୦’ ବୋଲି କୁହାଯାଉଛି। ଏହି ଅନୁସାରେ ସ୍ବାସ୍ଥ୍ୟ ଓ ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ, ଡିଏମ୍‌ଇଟି, ସମସ୍ତ ଜିଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ କରୋନା ସଂକ୍ରମଣ ରୋକିବା ପାଇଁ ଅଧିକୃତ କରାଯାଇଛି। କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ସ୍କ୍ରିନିଂର ସ୍ବତନ୍ତ୍ର ସ୍ଥାନ ରହିବ। ସନ୍ଦିଗ୍ଧଙ୍କ ସ୍କ୍ରିନିଂ ସମୟରେ ସେମାନେ କୋଭିଡ-୧୯ ପ୍ରଭାବିତ ଦେଶକୁ ବୁଲିବାକୁ ଯାଇଥିଲେ ନା ନାହିଁ ହସ୍‌ପିଟାଲ କର୍ତ୍ତୃପକ୍ଷ ତା’ର ରେକର୍ଡ ରଖିବେ। ଏପରି କି କରୋନା ରୋଗୀ କିମ୍ବା ସନ୍ଦିଗ୍ଧ କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ବାବଦରେ ତଥ୍ୟ ରଖାଯିବ। ଗତ ୧୪ ଦିନ ଭିତରେ ପ୍ରଭାବିତ ଦେଶକୁ ଗସ୍ତ କରିଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୪ ଦିନ ପାଇଁ ସ୍ବତନ୍ତ୍ର ନିରୀକ୍ଷଣରେ ଅଲଗା ଭାବେ ରଖାଯିବ। ସନ୍ଦିଗ୍ଧଙ୍କଠାରେ କୋଭିଡ଼-୧୯ର କୌଣସି ଲକ୍ଷଣ ଦେଖାଗଲେ ତାଙ୍କୁ ହସ୍‌ପିଟାଲରେ ନିରୀକ୍ଷଣରେ ରଖାଯିବ। ଘଟଣାର ସୂଚନା ତୁରନ୍ତ ସମନ୍ବିତ ରୋଗ ନିରୀକ୍ଷଣ କେନ୍ଦ୍ର, ଜିଲାପାଳ କିମ୍ବା ମ୍ୟୁନିସିପାଲ କମିଶନରଙ୍କୁ ଦିଆଯିବ।
ସେହିପରି କରୋନା ସମ୍ବନ୍ଧରେ ଗୁଜବ ରୋକିବା ପାଇଁ ଉକ୍ତ ନିୟମାବଳୀ କଠୋର କରାଯାଇଛି। କୌଣସି ବ୍ୟକ୍ତି, ଅନୁଷ୍ଠାନ ବା ସଂସ୍ଥା ଦ୍ୱାରା କରୋନା ଭାଇରସ ସଂକ୍ରାନ୍ତରେ ତ୍ରୁଟିପୂର୍ଣ୍ଣ ସୂଚନାକୁ ଛାପା, ବୈଦ୍ୟୁତିକ କିମ୍ବା ସାମାଜିକ ଗଣମାଧ୍ୟମରେ ପ୍ରଚାର କରିପାରିବେ ନାହିଁ, ଯେପର୍ଯ୍ୟନ୍ତ ସେହି ତଥ୍ୟ ଜିଲାପାଳ କିମ୍ବା ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଦ୍ୱାରା ଅନୁମୋଦିତ ନ ହୋଇଛି। ଯଦି ଏଭଳି ଅପପ୍ରଚାର କରୁଥିବାର ପ୍ରମାଣ ମିଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବ। କରୋନା ମୁକାବିଲାକୁ ସରକାରୀ ନିୟନ୍ତ୍ରଣରେ ରଖିବା ପାଇଁ ଆଉ କେତେକ କଟକଣା ଲଗାଯାଇଛି। ଘରୋଇ ଲାବୋରାଟୋରିଗୁଡ଼ିକ କୋଭିଡ଼-୧୯ର ପରୀକ୍ଷା କରିପାରିବେ ନାହିଁ। କେବଳ ସରକାରୀ ଆଇଡିଏସ୍‌ପି ୟୁନିଟ୍‌ ଜରିଆରେ ନମୁନା ପରୀକ୍ଷା ପାଇଁ ପଠାଇବେ। ଗତ ୧୪ ଦିନ ଭିତରେ କରୋନା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଥିଲେ ସ୍ବେଚ୍ଛାକୃତ ଭାବେ ଜଣାଇବାକୁ କୁହାଯାଇଛି। ରାଜ୍ୟ କଣ୍ଟ୍ରୋଲ ରୁମ୍‌ ନମ୍ବର ୦୬୭୪- ୨୩୯୦୪୬୬ରେ ଫୋନ କରି ଜଣାଇପାରିବେ। କୌଣସି ଲୋକଙ୍କଠାରେ କରୋନା ଲକ୍ଷଣ ଦେଖାଗଲେ ଅଧିକୃତ ଅଧିକାରୀ ତାଙ୍କୁ ସ୍ବତନ୍ତ୍ର ଭାବେ ରଖାଇପାରିବେ। ନିର୍ଦ୍ଦିଷ୍ଟ ଅଞ୍ଚଳରେ ସନ୍ଦିଗ୍ଧ ଚିହ୍ନଟ ହେଲେ ସେଠାକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଇ ପାରିବେ। ସନ୍ଦିଗ୍ଧ ରୋଗୀ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚାହିଁଲେ ସ୍ବତନ୍ତ୍ର ଭାବେ ଏକୁଟିଆ ରଖାଇ ପାରିବେ। ଏସବୁ ନିୟମାବଳୀ ନ ମାନିଲେ ଦଣ୍ଡନୀୟ ଅପରାଧ ବୋଲି ବିଚାର କରାଯିବ। ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଅନୁସାରେ ଉଲ୍ଲଂଘନକାରୀଙ୍କ ଉପରେ ଅଧିକୃତ ଅଧିକାରୀ ଜରିମାନା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?