ହାତଧୋଇ ସଚେତନତାର ବାର୍ତ୍ତା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଅଧିକାରୀ, ମନ୍ତ୍ରୀପରିଷଦର ସଦସ୍ୟ ଏବଂ ବିଧାୟକ ଗଣ ସମସ୍ତେ ଶୁକ୍ରବାର ଅପରାହ୍ନରେ ଓଡ଼ିଶା ବିଧାନସଭା ପରିସରରେ ଏକାଠି ହୋଇଥିଲେ। ହେଲେ ନା ହୋଇଥିଲା ବିତର୍କ ନା ରାଜନୈତିକ ବୟାନବାଜି। ପ୍ରସ୍ତୁତ ରହିଥିଲା ହାତ ଧୋଇବା ପାଇଁ ବେସିନ୍‌ ଆବଶ୍ୟକ ହ୍ୟାଣ୍ଡୱାଶ ଏବଂ ତଉଲିଆ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ହ୍ୟାଣ୍ଡୱାଶ୍‌, ସାନିଟାଇଜର ବ୍ୟବହାର କରି ହାତ ଧୋଇଥିଲେ। ବାରମ୍ବାର ହାତ ଧୋଇବା ଦ୍ୱାରା କୋରନା ସଂକ୍ରମଣରୁ ରକ୍ଷା ପାଇ ହେବ। ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ସମସ୍ତେ ପାଳନ କରିଥିଲେ। ଏହାକୁ ନିଜ ନିଜ ନିର୍ବାଚନମଣ୍ଡଳୀ ପ୍ରୟୋଗ ସହ ସାଧାରଣ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ରାଜ୍ୟରେ ପ୍ରଚଳିତ ସଂଘୀୟ ବ୍ୟବସ୍ଥାରେ ବିଧାନସଭା ଗଣତନ୍ତ୍ରର ମନ୍ଦିର ସଦୃଶ। ଏହିଠାରୁ ସ୍ବଚ୍ଛତାର ବାର୍ତ୍ତା ରାଜ୍ୟବାସୀଙ୍କ ପ୍ରେରଣା ଦେବ ବୋଲି ସମସ୍ତେ ଆଶାବାଦୀ।
ଏହି ହାତଧୁଆ କାର୍ଯ୍ୟକ୍ରମ ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବୈଠକରେ ବାଚସ୍ପତି ପାତ୍ର କହିଥିଲେ ଯେ, ବର୍ତ୍ତମାନ ସାରା ପୃଥିବୀ କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣରେ କବଳିତ। ତେଣୁ ଏହାର ପ୍ରତିଷେଧକ ଆପଣାଇବା ନିହାତି ଜରୁରୀ। ପଡ଼ୋଶୀ ଚାଇନାରେ ମହାମାରୀରେ ପରିଣତ ହୋଇଥିବା ଏହି ଭୂତାଣୁ ଭାରତରେ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ପରାମର୍ଶକ୍ରମେ ଏହା ଯେପରି ନ ବ୍ୟାପେ, ସେଥିପ୍ରତି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ସେହି କ୍ରମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ବାଚସ୍ପତି କହିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଥିଲେ ଯେ, ଅଦ୍ୟାବଧି ରାଜ୍ୟରେ କୌଣସି ସଂକ୍ରମଣ ଦେଖାଦେଇନାହିଁ। ରାଜ୍ୟ ସରକାର ଏହାର ପ୍ରତିରୋଧ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଥିବା ନବ କହିଥିଲେ। ସେହିଭଳି ସଭାରେ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଥିଲେ ଯେ, ସଂକ୍ରମିତଙ୍କ ସଂଖ୍ୟା ଗୁଣୋତ୍ତର ପ୍ରଗତିରେ ବୃଦ୍ଧି ଘଟୁଛି। ଏହି ସଂକ୍ରମଣର କୌଣସି ଔଷଧ ନ ଥିବାରୁ କେବଳ ସତର୍କତା ଅବଲମ୍ବନ ହିଁ ଏକମାତ୍ର ଉପାୟ ବୋଲି ତ୍ରିପାଠୀ କହିଥିଲେ। ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ କିଶୋର ଧଳ କରୋନା ଭୂତାଣୁ ସମ୍ପର୍କିତ ଏକ ପାୱାରପଏଣ୍ଟ ଉପସ୍ଥାପନ କରିଥିଲେ। ନିକୁଞ୍ଜ କହିଥିଲେ ଯେ, ସାରା ପୃଥିବୀର ୧୨୦ ଦେଶ ଏ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛି। ସମସ୍ତଙ୍କ ମିଳିତ ପ୍ରଚେଷ୍ଟା ଓ ପ୍ରତିଷେଧମୂଳକ ପଦକ୍ଷେପ ଦ୍ୱାରା ଏହି ସଂକ୍ରମଣକୁ ପ୍ରତିହତ କରାଯାଇପାରିବ ବୋଲି ଧଳ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri