ଗାନ୍ଧୀ ପାର୍କରେ ଦୁଇଦିନିଆ ପୁଷ୍ପ ପ୍ରଦର୍ଶନୀ ଆରମ୍ଭ, ଆକର୍ଷଣୀୟ ଫୁଲର ସମ୍ଭାର

ପୁରୀ ଅଫିସ, ୧୯ା୧: ଭଳିକି ଭଳି ଫୁଲର ସମ୍ଭାରରେ ବେଶ୍‌ ଆକର୍ଷଣୀୟ ଲାଗୁଛି ଗାନ୍ଧୀ ପାର୍କ। ପାର୍କକୁ ଯେଉଁମାନେ ବୁଲି ଆସିଥିଲେ ସେମାନେ ରଙ୍ଗ ବେରଙ୍ଗର ଫୁଲ ଦେଖି ଅଟକି ଯାଉଥିଲେ। କେହି କେହି ଫୁଲଗୁଡ଼ିକୁ ନିରିଖେଇ ତା’ର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ ତ ଆଉ କେହି ମୋବାଇଲରେ ଫୁଲ ସହିତ ନେଉଥିଲେ ସେଲ୍‌ଫି। ଛୋଟ ପିଲାମାନେ ଫୁଲ କୁଣ୍ଡ ଚାରିପାଖରେ ଦୌଡ଼ିି ଦୌଡ଼ିି ଖୁସି ମନାଉଥିଲେ। ଶନିବାର ଅପରାହ୍ନରେ ଗାନ୍ଧୀ ପାର୍କରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ନେଚର ଲଭର୍ସ କ୍ଲବ ପକ୍ଷରୁ ଗାନ୍ଧୀ ପାର୍କରେ ଆରମ୍ଭ ହୋଇଛି ଦୁଇଦିନିଆ ପୁଷ୍ପ ପ୍ରଦର୍ଶନୀ। ଏହାକୁ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଉଦ୍‌ଘାଟନ କରିବା ସହ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏମିତି ପ୍ରଦର୍ଶନୀ ଫୁଲକୁ ଭଲ ପାଉଥିବା ଲୋକଙ୍କୁ ଅଧିକ ପ୍ରେରଣା ଦେବ। ତେଣୁ ବିଭିନ୍ନ ସ୍ଥାନରେ ଆୟୋଜନ ହେବା ଦରକାର ବୋଲି ଅତିରିକ୍ତ ଜିଲାପାଳ ସାହୁ କହିଥିଲେ।

ଏହି ପ୍ରଦର୍ଶନୀରେ ଗୋଲାପ, ସୂର୍ଯ୍ୟମୁଖୀ, ଡାଲିଆ, ଜିନିଆ, ଗେଣ୍ଡୁ, ଜରବେରା, ସାଲ୍‌ଭିଆ, ସେଲୋସିଆ, ଅର୍ର୍କିଡ ଆଦି ବିଭିନ୍ନ ଫୁଲ ରହିଛି। ଏଥିରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଠାଏ ଠାଏ ଫୁଲଗଛକୁ ସଜାଇ ରଖିଛନ୍ତି। ସତେ ଯେମିତି ଫୁଲ ବଗିଚା ଭଳି ଲାଗୁଛି। ବାସ୍ନାରେ ମହକି ଉଠୁଛି ପରିବେଶ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ କିଛିକ୍ଷଣ ଫୁଲର ପ୍ରେମରେ ମଜିଯାଉଛନ୍ତି। କଂକ୍ରିଟ ଯୁଗରେ ଫୁଲବଗିଚା ଆଉ ଏତେଟା ଦେଖିବାକୁ ମିଳୁ ନ ଥିବାବେଳେ ଏଭଳି ମନୋରମ ଦୃଶ୍ୟ ସମସ୍ତଙ୍କୁ ଦେଉଛି ଭିନ୍ନ ଅନୁଭୂତି। ରବିବାର ଏହା ଉଦ୍‌ଯାପିତ ହେବ। ଚାମ୍ପିୟନ, ରନର୍ସଅପ୍‌ ଏବଂ ଗୋଲାପ ଫୁଲ ବିଭାଗରେ କୁଇନ୍‌ ଫ୍ଲାୱାର ଚୟନ କରାଯାଇ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?