ଗାଁମୁଣ୍ଡକୁ ଫେରିଛି ସବୁଜିମା

ବନ୍ତ,୨୫।୧୨(ସ୍ବ.ପ୍ର.)-ଗଛ ଓ ପ୍ରକୃତି ଭଗବାନଙ୍କ ବରଦାନ। ଏହାର ସୁରକ୍ଷା ବିନା ପରିବେଶରେ ସନ୍ତୁଳନ ବଜାୟ ରଖିବା ଅସମ୍ଭବ। ଏ ନେଇ ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି। ହେଲେ ଗଛକୁ ଭଲ ପାଇ ଗାଁମୁଣ୍ଡ ଜଙ୍ଗଲର ସୁରକ୍ଷା ଲାଗି ଦୀର୍ଘ ୧୭ବର୍ଷ ଧରି କାର୍ଯ୍ୟ କରି ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଆଡ଼ିଆ ପଞ୍ଚାୟତର ନିମଗଢିଆ (ଜିରିଣା) ଗ୍ରାମର ମଦନ ମୋହନ ଦାସ ଚର୍ଚ୍ଚାକୁ ଆସିଛନ୍ତି। କେହି କେହି ତାଙ୍କୁ ଗଛ ମଣିଷ ବୋଲି କହିଥାନ୍ତି।
ନିମଗଢିଆ ଗ୍ରାମର ପଶ୍ଚିମରେ ଥିବା ରହିଛି ଏକ ଛୋଟିଆ ଜଙ୍ଗଲ। ଏହା ଗାଁକୁ ସବୁଜିମାମଣ୍ଡିତ କରି ରଖିଛି। ଏହି ଜଙ୍ଗଲ ଗାଁକ ୁଦେଇଛି ଏକ ପରିଚୟ। ଏହି ଜଙ୍ଗଲରେ ରହିଛି କୋରେଇ, କଣ୍ଟାକସି, ସିମିଳି, ଅର୍ଜୁନ, ଲୁଣିକୋଳି, ପଳାସ ଆଦି ବିଭିନ୍ନ ପ୍ରକାରର ପ୍ରାୟ ୧୫୦ ରୁ ଊର୍ଦ୍ଧ୍ୱ ପ୍ରଜାତିର ଗଛ । ଆଗରୁ ଏହି ଜଙ୍ଗଲ କ୍ଷୟ ପାଇ ଏକପ୍ରକାର ବୃକ୍ଷଶୂନ୍ୟ ହେବାକୁ ବସିଥିଲା। ପରେ ଗଛ ଲଗାଯାଇ ଯନତ୍ ନିଆଯିବାରୁ ଏବେ ଜଙ୍ଗଲକୁ ଫେରିଛି ସବୁଜିମା। ମଦନ ଦିନରାତି ପରିଶ୍ରମ କରି ଏହି ଜଙ୍ଗଲକୁ ସୁରକ୍ଷା ଦେବା ସହ ସେଠାରେ ଥିବା ଗଛର ଯନତ୍ ନେଉଛନ୍ତି। ତାଙ୍କ ନିଜର ମାତ୍ର ୧୨ ଗୁଣ୍ଠ ଜମି ରହିଛି। ଆର୍ଥିକ ସମ୍ବଳ ଅଭାବରୁ ସେ ପରଘରେ ମୂଲ ମଜୁରି ଲାଗି ପରିବାର ଚଳାଇଥାନ୍ତି। ଏତେ ଅସୁବିଧାରେ ଥାଇ ମଧ୍ୟ ସେ ସମାଜର ହିତ ପାଇଁ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଶଂସା କରିବା ସହ ଉତ୍ସାହିତ କରିଥାନ୍ତି।
ମଦନ କହନ୍ତ, ବର୍ତ୍ତମାନ ନୂତନ ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ଅବାଧରେ ଗଛ କାଟିଚାଲିଛନ୍ତି ା ପରିବେଶ ନଷ୍ଟ ହେଉ ଥିବାରୁ ପଥଚାରୀମାନେ ଖରାରେ ବିଶ୍ରାମ ନେବା ପାଇଁ ଛାଇ ଟିକେ ପାଇ ପାରୁ ନାହାନ୍ତି। ପଶୁପକ୍ଷୀମାନେ ହଉରାଣ ହେଉଛନ୍ତି। ଏ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେବା ଲାଗି ସେ ଗାଁ ମୁଣ୍ଡ ଜଙ୍ଗଲକୁ ଜଗିବା ସହିତ ଗଛଗୁଡ଼ିକର ଯତ୍ନ ନେଉଛନ୍ତି ା ଏହି ଜଙ୍ଗଲରେ ସେ ବନଦେବୀଙ୍କୁ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରୁଛନ୍ତି। ପ୍ରତିବର୍ଷ ମାଘ ସପ୍ତମୀରେ ଗଁାରେ ଯୁବକମାନଙ୍କୁ ନେଇ ସେ ବନ ଦେବୀଙ୍କ ପୂଜା ଧୁମ୍‌ଧାମ୍‌ରେ କରିଥାନ୍ତି। ବନୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବନ ବିଭାଗର କୌଣସି ଅଧିକାରୀଙ୍କର ଏହି ଗ୍ରାମ୍ୟଜଙ୍ଗଲ ପ୍ରତି ଦୃଷ୍ଟି ପଡ଼ିନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ପାଟଣାଗଡ଼ରେ ଘୋଷିତ ପାୱାର୍ କଟ୍‌: ପ୍ରତିବାଦରେ ବିଦ୍ୟୁତ୍ ଅଫିସ୍ ଘେରାଉ କରିବ ବିଜେଡି

ବଲାଙ୍ଗୀର,୨୭।୫(ସୁନୀଲ କୁମାର ମହାନ୍ତି): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଉଗ୍ର ରୂପ ନେଉଛି ବିଦ୍ୟୁତ ସମସ୍ୟା। ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଆଗାମୀ ଦିନରେ ବିଦ୍ୟୁତ ଅଫିସ ଘେରାଉ…

ବରଗଡ଼ରେ ଚଳିବନି ଅପରାଧୀଙ୍କ ଦାଦାଗିରି, ଦାୟିତ୍ୱ ନେଇ କଡ଼ା ଚେତାବନୀ ଦେଲେ ନୂତନ SP

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଉ ଚଳିବନି ଅପରାଧୀଙ୍କ ଦାଦାଗିରି କିମ୍ବା ବେଆଇନ ନିଶା କାରବାର। ବରଗଡ଼ର ନୂତନ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଭାବେ ବୁଧବାର ଦାୟିତ୍ୱ…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

୨୪ ଦିନରେ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଯାତ୍ରା ମ୍ୟାନେଜରଙ୍କ ସ୍ବତନ୍ତ୍ର ପୂଜା, ବିରାଟ ପଟୁଆରରେ ସହର ପରିକ୍ରମା କଲେ…

ଛତ୍ରପୁର,୨୭।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମାଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ଏବେ ସାରା ସହର ଉଠୁଛି ପଡୁଛି। ମା’ଙ୍କ ଆଗମନରେ…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri