ଗାଁବାସୀକୁ ଘାରୁଛେ ଫ୍ଲୋରାଇଡ ପାଏନ୍‌ ଚିନ୍‌ତା

ଗୋଲାମୁଣ୍ଡା, ୧୨।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଗଣ୍ଡାମେର ଗାଁବାସୀକୁ ଫ୍ଲୋରାଇଡ ପାଏନ୍‌ର ଚିନ୍‌ତା ଘାରୁଛେ। ଗାଁବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଲକ୍ଷାଧିକ ଟଁକା ଖରଚ୍‌ରେ ଗୁଟେ ପାଏନ୍‌ ପ୍ରକଳ୍ପ ତିଆର କରାଯାଇଛେ। ହେଲେ ଟଁାକିରୁ ପାଏନ୍‌ ଗଲବାର ଲାଗି ଗାଁବାସୀକୁ ସିଧାସଲଖ ପମ୍ପ ଜରିଆରେ ପାଏନ୍‌ ଯୁଗେଇ ଦିଆଯାଉଛେ। ଅନେକ ସମିଆରେ ବିଦ୍ୟୁତ୍‌ କାଟ୍‌ ଲାଗି ପାଏନ୍‌ ଯୋଗାଣରେ ବି ଖେଲଢ଼େପ ହେଉଛେ। ଏନ୍‌ତାଥି ଗାଁବାସୀ ପିଇଲା ପାଏନ୍‌ଲାଗି ବଡ଼ା ଜହଗଁଜ୍‌ ହେଉଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଗଣ୍ଡାମେର ଗାଁରେ ପାଖାପାଖି ୨ହଜାର ଲୋକ୍‌ ବାସ କରୁଛନ୍‌। ଗାଁବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଆଏଜ୍‌କେ ୧୧ ବଛର ତଲେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫୁ ଗାଁରେ ଗୁଟେ ପ୍ରକଳ୍ପ ତିଆର କରାଯାଇଥିଲା। ହେଲେ ପାଏନ୍‌ ଟଁାକିଟା ଆଏଜ୍‌ତକ କାମେ ଲାଗି ନାଇଁପାରବାର। ଅତି ହଲକା କାମ୍‌ ଲାଗି ଟଁାକିରେ ପାଏନ୍‌ ନାଇଁ ରହିବାର ସବୁ ଗଲି ଯାଉଛେ। ଏନ୍‌ତାଥି ଗଁାବାସୀକୁ ମୋଟର ପମ୍ପ ଚଲେଇ ସିଧାସଲଖ ପାଏନ୍‌ ଯୁଗେଇ ଦିଆଯାଉଛେ। ହେଲେ ଅନେକ ସମିଆରେ ବିଦ୍ୟୁତ୍‌ କାଟ୍‌ ଲାଗି ଲୋକ୍‌ ପାଏନ୍‌ ଲାଗି ବଡ଼ା ଦହଗଁଜ୍‌ ହେଉଛନ୍‌। ଇଆଡ଼େ ଗାଁରେ ୨୨ଟା ନଲ୍‌ଚୁଅଁା ରହିଛେ। ହେଲେ ୧୬ଟା ନଲ୍‌ଚୁଅଁାରୁ ଫ୍ଲୋରାଇଡ ମିଶା ପାଏନ୍‌ ବାହାରୁଥିଲାବେଲେ ୬ଟା ଲୁକ୍‌କର କାମେ ଲାଗୁଛେ। ସେନ୍‌ତା ପାଏନ୍‌ ଟଁାକିରୁ ପାଏନ୍‌ ସପ୍‌ଲେ ନାଇଁ ହେବାର ଲାଗି ଖଜୁରପଡ଼ା, ବନ୍ଧପଡ଼ା, ଗହଁଟିଆପଡ଼ା, ହଂସପଡ଼ା ଆର ପରାଭୋଏ ପଡ଼ାର ଷ୍ଟାଣ୍ଡ ପୋଷ୍ଟମାନକେ ପାଏନ୍‌ ନାଇଁ ଯାଉଥିବାର ପଡ଼ାବାସୀ ଅଭିଯୋଗ କରିଛନ୍‌। ପାଏନ୍‌ ଟଁାକି ମରାମତି ଲାଗି ବିଭାଗୀୟ କତୁରପକ୍ଷକୁଁ ବାରବାର କହେଲେ ବି କିଛି ଲାଭ ନାଇଁ ମିଲବାର ବଲି ଗାଁବାସୀ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ବିଭାଗୀୟ ଯନ୍ତ୍ରୀକୁଁ ପଚ୍‌ରାଲାରୁ ତିଆରି ହେଲାଦିନୁ ଓଭର ହେଡ ଟ୍ୟାଙ୍କରୁ ପାଏନ୍‌ ଗଲୁଛେ। ସେଥିରଲାଗି ମୋଟର ଲଗେଇ ପାଏନ୍‌ ଯୁଗେଇ ଦିଆଯାଉଛେ। ଟ୍ୟାଙ୍କ ମରାମତି ହେଲା ଉତାରୁ ସେଥ୍‌ରୁ ପାଏନ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ଜିଲା ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ…

ସଙ୍ଗୀତ ଶିକ୍ଷାର ମହତ୍ତ୍ୱ , ସଂସ୍କାର ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଭଞ୍ଜନଗର,୨୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭଞ୍ଜନଗର ସଙ୍କୁଳ ପକ୍ଷରୁ ଆୟୋଜିତ ଦୁଇଦିନିଆ ସଙ୍ଗୀତ କର୍ମଶାଳା ଶନିବାର ଉଦ୍‌ଘାଟିତ ହୋଇଯାଇଛି।…

ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ

ଭଞ୍ଜନଗର, ୨୬/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସର ପଶ୍ଚିମ ସାଂଗଠନିକ ଜିଲା କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ସହରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା।…

ବିଦ୍ୟୁତ କାଟ ଘୋଷଣାର ୬ ଘଣ୍ଟା ପୂର୍ବରୁ ବିଦ୍ୟୁତ ସେବା ଅଚଳ ଅନ୍ଧାରରେ ଦାରିଙ୍ଗବାଡି ଅଞ୍ଚଳ

ଦାରିଙ୍ଗବାଡି, ୨୬/୭ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ଠପ୍ ହୋଇଯାଇଛି। ବିଳମ୍ବିତ ରାତିଠାରୁ ଉକ୍ତ ବ୍ଲକରେ…

କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ…

ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ଭକ୍ତ ବିଭୋର

ଜି.ଉଦୟଗିରି,୨୫।୭(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠି): ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଛି। ତିନି ରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କ ସୁନା ବେଶ…

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରତିଯୋଗିତାରେ…

ଭଞ୍ଜନଗର, ୨୫।୭ (ବାବୁଲା ପ୍ରଧାନ): ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବ୍ରହ୍ମପୁରଠାରେ ଶନିବାର ଅନୁଷ୍ଠିତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କ୍ଲଷ୍ଟରସ୍ତରୀୟ ପ୍ରତିଯୋଗିତାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର…

କାଣ୍ଡେଲରେ ବାହୁଡା ଯାତ୍ରା, ଦ୍ୱିତୀୟ ଦିନରେ ରଥ ଟାଣିଲେ ଶ୍ରଦ୍ଧାଳୁ

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ଆୟୁର୍ବେଦିକ ସେବା ସଦନ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର ବାହୁଡା ଯାତ୍ରାର ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri