Posted inଖେଳ

ଗମ୍ଭୀର-ପ୍ରସାଦ ମୁହାଁମୁହିଁ

ନୂଆଦିଲ୍ଲୀ, ୨୪।୫: ୨୦୧୯ ବିଶ୍ୱକପ ଦଳରୁ ଅମ୍ବାତି ରାୟୁଡ଼ୁ ବାଦ୍‌ ପଡ଼ିବାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଓ ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ ଏକ କାର୍ଯ୍ୟକ୍ରମରେ ଭାଗନେବା ଅବସରରେ ମୁହାଁମୁହିଁ ହୋଇଛନ୍ତି। ପ୍ରସାଦଙ୍କ ନେତୃତ୍ୱାଧୀନ କମିଟି ମିଡଲ ଅର୍ଡର ସ୍ପେଶାଲିଷ୍ଟ ରାୟୁଡ଼ୁଙ୍କ ସ୍ଥାନରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ଚୟନ କରିଥିଲା। ଶଙ୍କର ୩-ଡି କ୍ରିକେଟର ହୋଇଥିବାରୁ ତାଙ୍କୁ ଚୟନ କରାଯାଇଥିବା ପ୍ରସାଦ ସେତେବେଳେ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଦଳରୁ ଯେତେବେଳେ କୌଣସି ଖେଳାଳି ବାଦ୍‌ ପଡ଼ୁଛନ୍ତି ସେମାନଙ୍କ ସହ ଉତ୍ତମଭାବେ ଯୋଗାଯୋଗ ମଧ୍ୟ ରଖା ଯାଉନାହିଁ ବୋଲି ଗମ୍ଭୀର କହିଛନ୍ତି। ଏହି ଅବସରରେ ସେ ନିଜ ସହ କରୁଣ ନାୟାର, ଯୁବରାଜ ସିଂ, ସୁରେଶ ରାଇନାଙ୍କ ଉଦାହରଣ ଦେଇଛନ୍ତି ଏହି ପୂର୍ବତନ ଭାରତୀୟ ଓପନର। ୨୦୧୬ରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପରେ ଦଳରୁ ମୋତେ ଯେତେବେଳେ ବାଦ୍‌ ଦିଆଯାଇଥିଲା ସେତେବେଳେ କିଛି ଯୋଗାଯୋଗ କରାଯାଇ ନ ଥିଲା। କରୁଣ ନାୟାର ମଧ୍ୟ ତାଙ୍କପ୍ରତି ନ୍ୟାୟ ହୋଇନାହିଁ ବୋଲି କହିଥିଲେ। ଯୁବରାଜ ସିଂ ଓ ସୁରେଶ ରାଇନାଙ୍କ କ୍ଷେତ୍ରରେ ମଧ୍ୟ ତାହା ହୋଇଥିଲା ବୋଲି ଗମ୍ଭୀର କହିଛନ୍ତି।
ରାୟୁଡ଼ୁଙ୍କୁୁ ୨ ବର୍ଷ ପାଇଁ ୪ ନମ୍ବର ସ୍ଥାନରେ ଖେଳାଗଲା। ବିଶ୍ୱକପ ବେଳକୁ ଚୟନକର୍ତ୍ତାଙ୍କୁ ୩-ଡି ଖେଳାଳି ଆବଶ୍ୟକ ପଡ଼ିଲେ। ଚୟନ କମିଟି ମୁଖ୍ୟଙ୍କଠାରୁ ଏପରି ଉତ୍ତର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ଗମ୍ଭୀର। ପ୍ରସାଦ କହିଛନ୍ତି ଯେ, ଟପ୍‌ ଅର୍ଡରରେ ଶିଖର ଧାୱନ, ରୋହିତ ଶର୍ମା, ବିରାଟ କୋହଲି ସମସ୍ତେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ। ବୋଲିଂ କରିବାର ଦକ୍ଷତା କାହାର ନାହିଁ। ତେଣୁ ଟପ୍‌ ଅର୍ଡରରେ ବ୍ୟାଟିଂ ସହ ଇଂଲିଶ୍‌ କଣ୍ଡିଶନରେ ଉପାଦେୟ ବୋଲିଂ କରିବା ଦକ୍ଷତା ରଖିଥିବା ଶଙ୍କରଙ୍କୁ ଚୟନ କରାଯାଇଥିଲା। ଏହା ବ୍ୟତୀତ ଘରୋଇ କ୍ରିକେଟରେ ଉତ୍ତମ ପ୍ରଦର୍ଶନ ମଧ୍ୟ ତାଙ୍କୁ ଏ କ୍ଷେତ୍ରରେ ବିଶେଷ ସହାୟକ ହୋଇଥିଲା ବୋଲି ପ୍ରସାଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri