ଗଡୁନି ଗାଡ଼ି, ଚିନ୍ତାରେ ଚାଳକ

ବଇଣ୍ଡା, ୮ା୬(ଡି.ଏନ.ଏ.)  ବଞ୍ଚିବା ପାଇଁ ବାଛିଥିବା ବାଟରୁ ରୋଜଗାର ମିଳୁନି। କରୋନା କଟକଣା ଯୋଗୁ ବୃତ୍ତିରେ ତାଲା ପଡିଛି। ଏବେ ସଂକ୍ରମଣ ଭୟଠାରୁ ବଳିଯାଇଛି ପେଟପାଟଣା ଚିନ୍ତା। ଅନ୍ୟ ପନ୍ଥାରେ ଜୀବିକା ନିର୍ବାହ ପାଇଁ ରାସ୍ତା ଦେଖାଯାଉ ନ ଥିବାରୁ ଦୁର୍ଦ୍ଦଶାରେ ଦିନ ବିତାଉଛନ୍ତି ଗାଡ଼ି ଚାଳକଙ୍କ ପରିବାର। କେବେ କରୋନା ଭୟ ଦୂର ହେବ ଆଉ ଗାଡ଼ି ସହ ଜୀବନ ଗଡ଼ିବ ସେ ଚିନ୍ତାରେ ପଡିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ୨୨୦ ଗାଡ଼ି ଡ୍ରାଇଭର।
ପାଇକସାହି ଗାଡ଼ି ଚାଳକ ସଂଘ ସଭାପତି ଭୁବନ କୁମାର ଜେନାଙ୍କ କହିବା ମୁତାବକ, ବିଭିନ୍ନ ଗାଡ଼ି ଚଳାଇ ଘର ଚଳାଉଥିବା ଚାଳକମାନେ କରୋନା କଟକଣା ଯୋଗୁ ଦୀର୍ଘ ୨ ମାସ ହେବ ଘରେ ହାତ ବାନ୍ଧି ବସିଛନ୍ତି। ରୋଜଗାର ହେଉ ନ ଥିବାରୁ ସେମାନଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଛି। ପାଇକସାହିର ୨୨୦ ଚାଳକ ପରିବାର ପ୍ରତିପୋଷଣ ପାଇଁ ଡ୍ରାଇଭର ବୃତ୍ତିକୁ ବାଛି ନେଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଅନ୍ତଃରାଜ୍ୟ ଟ୍ରକ୍‌ ଡ୍ରାଇଭର ଅଛନ୍ତି। ଅନ୍ୟମାନେ ରାଜ୍ୟ ତଥା ବିଭିନ୍ନ ଅଞ୍ଚଳକୁ ଘରୋଇ ବସ୍‌ ଚଳାଇଥାନ୍ତି। ଅନ୍ୟ କେତେଜଣ ଘରୋଇ କାର୍‌ ଚଳାଇ ମଧ୍ୟ ଦୁଇ ପଇସା ରୋଜଗାର କରୁଥିଲେ। ହେଲେ ମାର୍ଚ୍ଚରେ କରୋନା କଟକଣା ଜାରିହେବା ପରେ ସେମାନେ ଘରେ ବସି ରହିଛନ୍ତି। ଅନେକଙ୍କୁ ସେମାନଙ୍କ ପୂର୍ବମାସର ଦରମା ମଧ୍ୟ ମିଳିନାହିଁ। କିଛି ଚାଳକ ବାଧ୍ୟ ହୋଇ ମଜୁରି ଲାଗୁଛନ୍ତି। ସେହିପରି ସେମାନଙ୍କ ପାଇଁ କୌଣସି ବୀମା ଯୋଜନା ନ ଥିବାରୁ ଭୟରେ ଅନେକେ ଗାଡ଼ି ଚଳାଇବାକୁ ମଧ୍ୟ ମଙ୍ଗୁନାହାନ୍ତି। ତେଣୁ ପରିବହନରେ ନିୟୋଜିତ ସମସ୍ତ ଗାଡ଼ିଚାଳକଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା କରାଯିବା ସହ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ ପାଇଁ ସଂଘ ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ, କୋଷାଧ୍ୟକ୍ଷ ପବନା ପ୍ରଧାନ ଦାବି କରିଛନ୍ତି। ଏଥିସହ ସଂଘ ପକ୍ଷରୁ ଏ ନେଇ ଜିଲାପାଳ, ଆଠମଲ୍ଲିକ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଚାଳକଙ୍କ ସମସ୍ୟା ବାବଦରେ ସରକାରଙ୍କୁ ଅବଗତ କରାଯିବ ବୋଲି ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri